ମନିକା ବାତ୍ରା

ଭାରତୀୟ ଟେବୁଲ ଟେନିସ ଖେଳାଳି


ମନିକା ବାତ୍ରା (ଜନ୍ମ : ୧୫ ଜୁନ ୧୯୯୫ ) ଜଣେ ଭାରତୀୟ ମହିଳା ଟେବୁଲ ଟେନିସ ଖେଳାଳି । ୨୦୧୮ ଅପ୍ରେଲ ମାସରେ ସେ ଭାରତର ଏକ ନମ୍ବର ଓ ବିଶ୍ୱର ୫୮ ର‍୍ୟାଙ୍କ ବିଶିଷ୍ଟ ମହିଳା ଟେବୁଲ ଟେନିସ ଖେଳାଳି ଥିଲେ ।[୨]

ମନିକା ବାତ୍ରା‌
ଜନ୍ମ (1995-06-15) ୧୫ ଜୁନ ୧୯୯୫ (ବୟସ ୨୯)
ଦିଲ୍ଲୀ, ଭାରତ
ଜାତୀୟତାIndian
ଉଚ୍ଚତା1.8 m (5 ft 11 in) (2018)

ପ୍ରାରମ୍ଭିକ ଜୀବନୀ 

ମନିକା ନୂଆ ଦିଲ୍ଲୀର ନାରାୟଣା ବିହାର [୩]ଅଞ୍ଚଳରେ ପରିବାରର ସର୍ବ କନିଷ୍ଠ କନ୍ୟା ହିସାବରେ ୧୫ ଜୁନ ୧୯୯୫ରେ ଜନ୍ମ ଗ୍ରହଣ କରିଥିଲେ । ସେ ମାତ୍ର ୪ ବର୍ଷ ବୟସରୁ ଟେବୁଲ ଟେନିସ ଖେଳିବା ଆରମ୍ଭ କରିଥିଲେ । [୪] ତାଙ୍କର ବଡ଼ ଭଉଣୀ ଆଞ୍ଚଳ ଓ ଭାଇ ସାହିଲ ଉଭୟ ଟେବୁଲ ଟେନିସ ଖେଳୁଥିଲେ [୫]। ଭଉଣୀ ଆଞ୍ଚଳଙ୍କ ପ୍ରେରଣାରେ ସେ ଟେନିସ ପ୍ରତି ଆଗ୍ରହ ପ୍ରଦର୍ଶନ କରିଥିଲେ ।[୬] ସେ ପ୍ରଥମେ ରାଜ୍ୟସ୍ତରୀୟ ୮ ବର୍ଷରୁ କମ ବର୍ଗରେ ବିଜୟୀ ହେବା ପରେ ସେ ସନ୍ଦିପ ଗୁପ୍ତାଙ୍କ ଅଧୀନରେ ପ୍ରଶିକ୍ଷିତ ହୋଇଥିଲେ । ଗୁପ୍ତାଙ୍କର ପରାମର୍ଶକ୍ରମେ ସେ ନିଜ ସ୍କୁଲ ବଦଳେଇ ଦିଲ୍ଲୀର ହଂଶରାଜ ମଡେଲ ସ୍କୁଲରେ ପଢ଼ିଥିଲେ, ଯେଉଁଠାରେ ଗୁପ୍ତାଙ୍କର ଟେବୁଲ ଟେନିସ ଏକାଡେମୀ ରହିଥିଲା । .

ମନିକା ନିଜ ସୁନ୍ଦର ଚେହେରା ପାଇଁ ଅନେକ ମଡେଲିଙ୍ଗ[୭] ପ୍ରସ୍ତାବ ପାଇଥିଲେ ମଧ୍ୟ ଟେବୁଲ ଟେନିସ ଖେଳିବାର ଅଭିଳାଷ ଯୋଗୁ ସେ ତାହା ପ୍ରତ୍ୟାଖ୍ୟାନ କରିଥିଲେ । ୧୬ ବର୍ଷ ବୟସ ହେଇଥିବା ସମୟରେ ସେ ସ୍ୱିଡେନର ପିଟର କାର୍ଲେସନ[୮] ଏକାଡେମିରେ ପ୍ରଶିକ୍ଷଣ ପାଇବାର ସୁଯୋଗ ପାଇଥିଲେ ମଧ୍ୟ ତାହା ପ୍ରତ୍ୟାଖ୍ୟାନ କରି ଦେଶ ଭିତରେ କୋଚିଙ୍ଗ ନେଇଥିଲେ । ପରେ ସେ ଜେସସ ଓ ମେରି କଲେଜରେ ସ୍ଥାନ ପାଇଥିଲେ ମଧ୍ୟ ଟେବୁଲ ଟେନିସ ପାଇଁ ଅଧିକ ସମୟ ଦେବାପାଇଁ ପାଠପଢ଼ା ଛାଡି ଦେଇଥିଲେ । [୯]

ଖେଳ ଜୀବନୀ 

୨୦୧୧ ମସିହାରେ ସେ ୨୧ ବର୍ଷରୁ କମ ବର୍ଗରେ ଚିଲି ଓପନ ଟୁର୍ଣ୍ଣାମେଣ୍ଟ ଖେଳି ରୌପ୍ୟ ପଦକ ଜିତି ଥିଲେ । ୨୦୧୪ ରାଷ୍ଟ୍ରମଣ୍ଡଳ ଖେଳରେ ଭାଗ ନେଇ ସେଥିରେ କ୍ୱାର୍ଟରଫାଇନାଲରେ ପହଞ୍ଚିଥିଲେ । ୨୦୧୫ ରାଷ୍ଟ୍ରମଣ୍ଡଳ ଖେଳରେ ସେ ଭାରତ ପାଇଁ ୩ଟି ପଦକ ଜିତିଥିଲେ । ସେଥିରେ ସେ ଦଳଗତ ବିଭାଗରେ ରୌପ୍ୟ ଏବଂ ଏକକ ଓ ଯୁଗଳ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଥିଲେ । [୧୦]

୨୦୧୬ ଦକ୍ଷିଣ ଏସିୟା କ୍ରୀଡ଼ା ପ୍ରତିଯୋଗୀତାରେ[୧୧]ରେ ୩ଟି ସ୍ୱର୍ଣ୍ଣ ପଦକ ପାଇଥିଲେ । ସେ ଏଥିରେ ମହିଳା ଡବଲସ , ମିକ୍ସଡ ଡବଲ ଓ ଦଳଗତ ପ୍ରତିଯୋଗୀତାରେ ଭାଗନେଇଥିଲେ । ଏହି ପ୍ରତିଯୋଗୀତାରେ ସେ ଏକକ ବିଭାଗରେ ମଧ୍ୟ ରୌପ୍ୟ ପାଇଥିଲେ ।[୧୨] ସେ ୨୦୧୫ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ , ତେବେ ସେଥିରେ ସେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ ।[୧୩]

ମନିକା ପ୍ରଥମ ଭାରତୀୟ ମହିଳା ଭାବରେ ୨୦୧୮ ରାଷ୍ଟ୍ରମଣ୍ଡଳ ପ୍ରତିଯୋଗିତାର ମହିଳା ସିଙ୍ଗଲସ ପ୍ରତିଯୋଗିତାରେ ସିଙ୍ଗାପୁରର ୟୁ ମେଙ୍ଗ୍ୟୁଙ୍କୁ ହରେଇ ସ୍ୱର୍ଣ୍ଣ୍ଣ ପଦକ ହାସଲ କରିଥିଲେ । ମୌମା ଦାସଙ୍କ ସହ ମିଶି ସେ ଏହି ପ୍ରତିଯୋଗିତାର ମହିଳା ଡବଲସରେ ରୌପ୍ୟ ପଦକ ଓ ସାଥିୟାନଙ୍କ ସହ ମିଶି ମିକ୍ସଡ ଡବଲସ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । [୧୪] ଦଳଗତ ପ୍ରତିଯୋଗିତାରେ ମନିକାଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ସେମାନେ ୪ଥର ସ୍ୱର୍ଣ୍ଣପଦକ ବିଜେତା ସିଙ୍ଗାପୁର ଦଳକୁ ହରେଇଥିଲେ ।[୧୫] ଏହି କୃତିତ୍ୱ ଯୋଗୁ ମନିକା ଏଯାବତ ରାଷ୍ଟ୍ରମଣ୍ଡଳ ଖେଳର ସବୁଠାରୁ ସଫଳ ଭାରତୀୟ ପ୍ରତିଯୋଗୀ ହୋଇପାରିଥିଲେ ।

ଆଧାର

ବାହାର ଲିଙ୍କ