ଭଞ୍ଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନମଣ୍ଡଳୀ

ଭଞ୍ଜନଗର (କ୍ରମିକ ସଂଖ୍ୟା: ୧୨୩) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଭଞ୍ଜନଗର (ବି), ଭଞ୍ଜନଗର ବ୍ଳକ ଓ ଜଗନ୍ନାଥପ୍ରସାଦ ବ୍ଳକ ।[୨][୩]

ଭଞ୍ଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪):୨,୧୩,୨୧୭
ଜିଲ୍ଲା:ଗଞ୍ଜାମ
ଲୋକ ସଭା ନିର୍ବାଚନ ମଣ୍ଡଳୀ:କନ୍ଧମାଳ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖଙ୍କଠାରୁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିନାୟକ ତ୍ରିପାଠୀଙ୍କଠାରୁ ୩୧୭୦୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସାଦ ବିଷୋୟୀଙ୍କଠାରୁ ୭୩,୩୬୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଭଞ୍ଜନଗର [୬]
ରାଜନୈତିକ ଦଳପ୍ରାର୍ଥୀଭୋଟ%±%
ବିଜଦବିକ୍ରମ କେଶରୀ ଆରୁଖ୯୦,୫୧୫୭୬.୫୦-
କଂଗ୍ରେସଦେବୀ ପ୍ରସାଦ ବିଷୋୟୀ୧୭,୧୪୮୧୪.୪୯-
ଭାଜପାଶିବାନନ୍ଦ ତ୍ରିପାଠୀ୬,୨୨୮୫.୨୬-
ସ୍ୱାଧୀନସୁନିଲ କୁମାର ପଣ୍ଡା୧,୫୫୬୧.୩୨-
ସମୃଦ୍ଧ ଓଡ଼ିଶା ସଞ୍ଜୟ କୁମାର ତ୍ରିପାଠୀ୧,୨୪୦୧.୦୫-
ରିସୋପାଗୋପାଳ ବିଷୋୟୀ୮୪୩୦.୭୧-
ସ୍ୱାଧୀନପଞ୍ଚାନନ ଦାସ୭୮୭୦.୬୭-
ଭୋଟ ବ୍ୟବଧାନ୭୩,୩୬୭୬୨.୦୧*-
ମତଦାନ ହାର୧,୧୮,୩୨୮୫୯.୯୩-

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୭୪ରୁ ୨୦୧୪ ମଧ୍ୟରେ ମୋଟ ୧୦ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮]

ଆଧାର