ବେଞ୍ଜଏଲ ପେରକ୍ସାଇଡ

ବେଞ୍ଜଏଲ ପେରକ୍ସାଇଡ (ଇଂରାଜୀ ଭାଷାରେ Benzoyl peroxide ବା BPO) ଏକ ଔଷଧ ଓ କାରଖାନାରେ ବ୍ୟବ‌ହାର କରାଯାଉଥିବା ରାସାୟନିକ ପଦାର୍ଥ (industrial chemical) । [୧] ସାମାନ୍ୟରୁ ମଧ୍ୟମ ଧରଣର ବ୍ରଣ (acne) ଚିକିତ୍ସାରେ ଏହା ବ୍ୟବ‌ହାର କରାଯାଏ । ସାଂଘାତିକ ହୋଇଥିଲେ ଅନ୍ୟାନ୍ୟ ଔଷଧ ସ‌ହିତ ଦିଆଯାଏ ।[୨] ଏହା କେତେକ ସ୍ଥଳରେ କ୍ଲିଣ୍ଡାମାଇସିନ (clindamycin) ଭଳି ଆଣ୍ଟିବାୟୋଟିକ (antibiotic) ସାଥିରେ ମିଶ୍ରିତ ହୋଇ ଥାଏ ।[୩] ଅନ୍ୟାନ୍ୟ ବ୍ୟବ‌ହାର ମଧ୍ୟରେ ଅଟା ପରିଷ୍କାର (bleaching flour), କେଶ ଉଜ୍ଜ୍ୱଳ (hair bleaching), ସଫେଦ ଦାନ୍ତ (teeth whitening) ଓ ଲୁଗା ଧଳା (textile bleaching) କରିବାକୁ ବ୍ୟବ‌ହାର କରାଯାଏ ।[୪][୫][୬] ପ୍ଲାସ୍ଟିକ କାରଖାନାରେ (plastic industry) ମଧ୍ୟ ବ୍ୟବ‌ହୃତ ହୁଏ । [୧]

ବେଞ୍ଜଏଲ ପେରକ୍ସାଇଡ
Skeletal formula (top) Ball-and-stick model (bottom)
Clinical data
Trade namesBenzac, Clearasil, PanOxyl, others
Synonymsbenzoperoxide, dibenzoyl peroxide (DBPO)
AHFS/Drugs.com
Pregnancy
category
  • US: C (Risk not ruled out)
ATC code
Identifiers
IUPAC name
  • dibenzoyl peroxide
CAS Number
PubChem CID
ChemSpider
UNII
KEGG
ChEMBL
ECHA InfoCard100.002.116 Edit this at Wikidata
Chemical and physical data
FormulaC14H10O4
Molar mass୨୪୨.୨୩ g·mol−1
3D model (JSmol)
Density1.334 g/cm3
Melting point103 to 105 °C (217 to 221 °F) decomposes
Solubility in waterpoor mg/mL (20 °C)
SMILES
  • c1ccc(cc1)C(=O)OOC(=O)c2ccccc2
InChI
  • InChI=1S/C14H10O4/c15-13(11-7-3-1-4-8-11)17-18-14(16)12-9-5-2-6-10-12/h1-10H
     checkY
  • Key:OMPJBNCRMGITSC-UHFFFAOYSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ଶୁଷ୍କ ହୋଇ ଚୋପା ଛାଡ଼େ ଓ ଗଲୁ ହୁଏ ।[୨][୭] ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[୮] ଏହା ପେରକ୍ସାଇଡ (peroxide) ପରିବାରର ଏହ ରାସାୟନିକ ଦ୍ରବ୍ୟ ।[୫] ବ୍ରଣ ରୋଗରେ ଏହା ଜୀବାଣୁ (bacteria) ମାରିଦିଏ । [୪]

ବେଞ୍ଜଏଲ ପେରକ୍ସାଇଡ ସନ ୧୯୦୫ରେ ପ୍ରଥମେ ପ୍ରସ୍ତୁତ କାର‌ଯାଇଥିଲା ଓ ଚିକିତ୍ସା କ୍ଷେତ୍ରରେ ସନ ୧୯୩୦ରୁ ବ୍ୟବ‌ହାର କରାଗଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୯] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ ।[୭] ସଂଯୁକ୍ତ ରାଷ୍ଟ୍ରରେ ଏହାର ୧୦%ର ଏକ ୧୫୦ମି:ଲି: ବୋତଲର ଦାମ ୪ ପାଉଣ୍ଡ ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଚିକିତ୍ସାରେ ୨୫ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୭]

ଆଧାର