ବେଚାରାଜୀ

ଏହା ବହୁଚାର ମାତାଙ୍କୁ ସମର୍ପିତ ଏକ ହିନ୍ଦୁ ମନ୍ଦିର ।

ବେଚାରାଜୀ ବା ବହୁଚାରାଜୀ ଏକ ହିନ୍ଦୁ ମନ୍ଦିର ଯାହା ସେହି ମନ୍ଦିର ଟାଉନ ଓ ତାଲୁକା ରାଜଧାନୀ ଓ ଭାରତର ଗୁଜରାଟ ପ୍ରଦେଶ ଅନ୍ତର୍ଗତ ମେହସାନା ଜିଲ୍ଲାରେ ଅବସ୍ଥିତ । ହିନ୍ଦୁ ଦେବୀ ‘ବହୁଚାରା ମାତା’ଙ୍କର ମନ୍ଦିର ଯୋଗୁ ଏହି ଟାଉନ ଅଧୁନା ଏକ ମୂଖ୍ୟ ତୀର୍ଥଯାତ୍ରୀ ଆକର୍ଷଣ କେନ୍ଦ୍ର ହୋଇଛି ।

ବେଚାରାଜୀ
ଟାଉନ
ବ‌ହୁଚାରା ମାତା ମନ୍ଦିର, ୨୦୧୮ ମସିହାରେ
ବ‌ହୁଚାରା ମାତା ମନ୍ଦିର, ୨୦୧୮ ମସିହାରେ
ଭାରତର ଗୁଜରାଟରେ
ଭାରତର ଗୁଜରାଟରେ
ବେଚାରାଜୀ
Location in Gujarat, India
Coordinates: 23°29′53″N 72°02′35″E / 23.498°N 72.043°E / 23.498; 72.043
Country India
StateGujarat
DistrictMehsana
Population
 (2011)
 • Total୧୨,୫୭୪
Languages
 • OfficialGujarati, Hindi
Time zoneUTC+5:30 (IST)
PIN
384213
ଯାନବାହାନ ପଞ୍ଚୀକରଣGJ-02
Sex ratio♂/♀ - ୬,୫୦୪/୬,୦୩୪

ଇତିହାସ

ବହୁଚାର ମାତା ବା ବହୁଚାରାଜୀ ହିନ୍ଦୁ ମନ୍ଦିର ନାମାନୁସାରେ ସେହି ଟାଉନର ନାମକରଣ ହୋଇଛି । ଟାଉନ ଚାରିପାଖ ସ୍ଥଳର ନାମ ଚୂନୱାଲ । ମନ୍ଦିର ଦକ୍ଷିଣ ଦିଗରେ ଏକ କିମି ଦୂରରେ ବେଚାର ଗ୍ରାମ ଓ ୨ କିମି ଦୂରରେ ଶଙ୍ଖଳପୁର ଗ୍ରାମ ଅବସ୍ଥିତ । ଏହି ଦୁଇ ମନ୍ଦିର ମଧ୍ୟରେ ଆଧୁନିକ ଟାଉନ ବିକଶିତ ହୋଇଛି ।[୧]ଏହି ଟାଉନର ଶାସକ ‘ସାୟାଜୀ ଗାଇକୱାଡ’ ମନ୍ଦିର ନିମନ୍ତେ ଗାଇକୱାର ପ୍ରଦେଶ ରେଲୱେକୁ ଏହି ସ୍ଥାନ ପର୍ଯ୍ୟନ୍ତ ବିସ୍ତାର କରିଥିଲେ । [୨]

ଲୋକସଂଖ୍ୟା

୨୦୧୧ ଜନଗଣନା ଅନୁସାରେ ବେଚରାଜିର ଲୋକସଂଖ୍ୟା ୧୨,୭୫୪ ଥିଲା ଯେଉଁଥିରେ ପୁରୁଷ ସଂଖ୍ୟା ୬,୫୦୪ ଓ ମହିଳା ସଂଖ୍ୟା ୬,୦୩୪ ଥିଲା ।[୩]

ରାଜନୀତି

ଏହି ଟାଉନଟି ବେଚରଜି ବିଧାନ ସଭା କନଷ୍ଟିଚ୍ୟୁ ସନର (Bechraji Assembly constituency) ଏକ ଅଂଶ ଅଟେ ।

ବହୁଚର ମାତା ମନ୍ଦିର

ବ‌ହୁଚାର ମାତା (Bahuchar Mata) ଗଞ୍ଜା ବାହନ ଉପରେ ବସିଛନ୍ତି

ମନ୍ଦିରର ନିକଟବର୍ତ୍ତୀ ଗ୍ରାମମାନକୁ ବରୋଦା ଷ୍ଟେଟ ଅଧକାର କରିନେଲେ ଓ ସେମାନଙ୍କୁ ବାର୍ଷିକ ଭତ୍ତା ୧୫,୦୦୦ ଟଙ୍କା ଦିଆଗଲା । ପ୍ରଦେଶ ସରକାର ମନ୍ଦିର ପରିଚାଳନା କରନ୍ତି ।[୧]

କମଳିଆ, କଲରିର ସୋଲାଙ୍କି ରାଜପୁତ ଓ ହିଜରାମାନେ ଦେବୀଙ୍କର ପୁରୁଷାନୁକ୍ରମେ ଏହି ମନ୍ଦିର ପୂଜା କରୁଥିବା ଦାବି କରୁଛନ୍ତି ।[୨] ହିନ୍ଦୁ କ୍ୟାଲେଣ୍ଡରର ଚୈତ୍ର ମାସ ପୂର୍ଣ୍ଣମୀ ଦିନ ଏକ ବଡ ମେଳା ହୁଏ । [୧]

ସୁବିଧା ଓ ଅର୍ଥବ୍ୟବସ୍ଥା

ଭକ୍ତମାନଙ୍କ ପାଇଁ ସେଠାରେ ଅନେକ ସଂଖ୍ୟକ ଗେଷ୍ଟ ହାଉସ, ଧମଶାଳା ଓ ଅନ୍ୟାନ୍ୟ ସୁବିଧାମାନ ଉପଲବ୍ଧ ହୁଏ । ଟାଉନରେ ଗୋଟିଏ ପୋଷ୍ଟ ଅଫିସ ଓ ଡାକ୍ତରଖାନା ଅଛି ।[୧] ମଣ୍ଡଳ ବେଚାରଜୀ ବିଶେଷ ଇନଭେଷ୍ଟ ରିଜିଅନରେ ଅନେକ ବଡ ଅଟୋମୋବାଇଲ କମ୍ପାନୀ ବାର୍ଷିକ ୧୦ ଲକ୍ଷ ଗାଡ଼ି ପ୍ରସ୍ତୁତ କରନ୍ତି । [୪]

ପରିବହନ

ରେଲ ଓ ବସ ସାହାଯ୍ୟରେ ବହୁଚରାଜ୍ୟ ଉତ୍ତମ ରୂପେ ସଂଯୁକ୍ତ ହୋଇଛି । ଅନେକ ପ୍ରାଇଭେଟ ଗାଡି ମଧ୍ୟ ଚାଲୁଚି । ଅହମଦାବାଦ-ରନ୍ତେଯ-ପତନ ସହିତ ମେଟ୍ରୋ ଟ୍ରେନ ସଂଯୁକ୍ତ ହୋଇଛି ।

ଏହା ମଧ୍ୟ ଦେଖନ୍ତୁ

ଆଧାର

ବାହ୍ୟ ଲିଙ୍କ