ବୁନିଅନ

ବୁନିଅନ (ଇଂରାଜୀ ଭାଷାରେ bunion) ରୋଗ ପାଦର (foot) ବୃଦ୍ଧାଙ୍ଗୁଳିରେ (big toe) ଥିବା ମେଟାଟାର୍ସୋଫାଲାଞ୍ଜିଆଲ ଗଣ୍ଠିର (joint) ବକ୍ରତାକୁ ବୁଝାଏ ।[୨] ପାଖରେ ଥିବା ଅନ୍ୟ ଆଙ୍ଗୁଠି ଦିଗକୁ ବୃଦ୍ଧାଙ୍ଗୁଳି ବଙ୍କା ହୋଇଯାଇ ଲାଲ ଦେଖାଯାଏ ଓ କଷ୍ଟଦାୟକ ହୁଏ । [୨] ଧୀର ଗତିରେ ଏହା ବଢ଼େ ।[୨] ରୋଗ ଜଟିଳ ହେଲେ ବର୍ସାଇଟିସ (Bursitis), ଆର୍ଥ୍ରାଇଟିସ ହୋଇପାରେ ।[୨]

ବୁନିଅନ (Bunion)
Hallux abducto valgus, hallux valgus, metatarsus primus varus[୧]
ବିଭାଗଅସ୍ଥିଶଲ୍ୟ ବିଜ୍ଞାନ (Orthopedics)
ଲକ୍ଷଣଦୃଶ୍ୟମାନ, ଲାଲ ଓ ବୃଦ୍ଧାଙ୍ଗୁଳି ମୂଳରେ ଯନ୍ତ୍ରଣା ଦାୟକ ଗଣ୍ଠି [୨]
ଆକ୍ରାନ୍ତ ସମୟକ୍ରମଶଃ[୨]
କାରଣଅସ୍ପଷ୍ଟ[୧]
ବିପଦ କାରକଅଧିକ ଟାଇଟ ଜୋତା, ପାରିବାରିକ ଇତିହାସ, ରିଉମାଟଏଡ ଆର୍ଥ୍ରାଇଟିସ[୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ , ଏକ୍ସ-ରେ (X-rays)[୨]
ସଠିକ ରୋଗ ନିର୍ଣ୍ଣୟଓଷ୍ଟିଓଆର୍ଥ୍ରାଇଟିସ, ଫ୍ରିବର୍ଗସ ଡିଜିଜ (Freiberg's disease), ହାଲକ୍ସ ରିଜିଡସ (hallux rigidus), ମୋର୍ଟନସ ନିଉରୋମା (Morton's neuroma)[୩]
ଚିକିତ୍ସାଉପ‌ଯୁକ୍ତ ଜୋତା (shoes), ଅର୍ଥୋଟିକସ (orthotics), ଏନଏସଏଆଇଡିଏସ (NSAIDs), ଅପରେଶନ[୨]
ପୁନଃପୌନିକ~ ଯୁବାବସ୍ଥାରେ ଥିବା ୨୩% [୧]

ଏହି ରୋଗର କାରଣ ଅଜ୍ଞାତ ଅଛି ।[୧] ସମ୍ଭାବନା କାରଣ ମଧ୍ୟରେ ଅଧିକ ଟାଇଟ ଜୋତା (shoes), ପାରିବାରିକ ଇତିହାସ, ରିଉମାଟଏଡ ଆର୍ଥ୍ରାଇଟିସ ନାମ ଆସେ ।[୨] ଲକ୍ଷଣ ଅନୁଯାୟୀ ଓ ଏକ୍ସ-ରେ (X-rays) ଚିତ୍ର ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୨] ଏହି ଭଳି ବକ୍ରତା ପାଦର ଛୋଟ ଆଙ୍ଗୁଠିରେ ହେଲେ ତାହାକୁ ବୁନିଓନେଟ (bunionette) କୁହାଯାଏ ।[୨]

ଉପ‌ଯୁକ୍ତ ଜୋତା (shoes) ଓ ଅର୍ଥୋଟିକସ (orthotics) ବ୍ୟବ‌ହାର, ଏନଏସଏଆଇଡିଏସ (NSAIDs) ଔଷଧ ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ ।[୨] ଏହି ଚିକିତ୍ସା ପ୍ରଭାବଶାଳୀ ନହେଲେ ଅପରେଶନ କରାଯାଏ ।[୨] ଯୁବାବସ୍ଥାରେ ଥିବା ପ୍ରାୟ ୨୩% ଲୋକଙ୍କର ଏହି ରୋଗ ହୁଏ ।[୧] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୨] ଏହି ରୋଗ ପ୍ରାୟ ୨୦-୫୦ ବୟସରେ ହୁଏ । [୧] ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଅଧିକ ହୁଏ ।[୧] ସନ ୧୮୭୦ରେ ଏହି ରୋଗ ବିଷୟରେ ପ୍ରଥମେ ବର୍ଣ୍ଣନା କରାଯାଇଥିଲା ।[୧]

ଆଧାର

ବାହ୍ୟ ଲିଙ୍କ

ଶ୍ରେଣୀବିଭାଗ
ବାହାର ଉତ୍ସ