ବୀଣାପାଣି ମହାନ୍ତି

ବୀଣାପାଣି ମହାନ୍ତି (୧୧ ନଭେମ୍ବର ୧୯୩୬ - ୨୪ ଅପ୍ରେଲ ୨୦୨୨) ଜଣେ ଓଡ଼ିଆ ଗାଳ୍ପିକା ଥିଲେ । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ତାଙ୍କର ଆଜୀବନ ସାହିତ୍ୟିକ କୃତି ନିମନ୍ତେ ସେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ପୁରସ୍କୃତ ହୋଇଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।[୨]

ବୀଣାପାଣି ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ(1936-11-11)୧୧ ନଭେମ୍ବର ୧୯୩୬
ବ୍ରହ୍ମପୁର, ଗଞ୍ଜାମ
ମୃତ୍ୟୁ୨୪ ଅପ୍ରେଲ ୨୦୨୨(2022-04-24) (ବୟସ ୮୫)
ବୃତ୍ତିଅଧ୍ୟାପିକା
ଭାଷାଓଡ଼ିଆ, ଇଂରାଜୀ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଅର୍ଥନୀତି)[୧]
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟ କୃତିପାଟଦେଇ
କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଶାରଳା ପୁରସ୍କାର
ସମ୍ପର୍କୀୟନିରୁପମା ରଥ (ବଡ଼ ଭଉଣୀ)

ଜୀବନୀ

ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ ବ୍ରହ୍ମପୁରରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡ଼ା ନିକଟସ୍ଥ ଚାନ୍ଦୋଳଠାରେ ଥିଲା । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ସେ ଆଜୀବନ ଅବିବାହିତା ଥିଲେ ।[୩] ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ରେ ଏଥିରୁ ଅବସର ଗ୍ରହଣ କରିଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇଥିଲା ।

ସାହିତ୍ୟ ସର୍ଜନା

ବୀଣାପାଣି ମହାନ୍ତି ପ୍ରଥମେ କବିତା ରଚନା ଆରମ୍ଭ କରି ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସ ମଧ୍ୟ ରଚନା କରିଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା "ତନ୍ଦ୍ରାହତ" ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶ ପାଇଥିଲା । ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ "ଗୋଟିଏ ରାତ୍ରୀର କାହାଣୀ" ରବିବାର ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା । ୧୯୬୧ ମସିହାରେ ତାଙ୍କ ଗଳ୍ପ "ନାଉଗଛ" ତାଙ୍କୁ ବହୁ ପାଠକୀୟ ସ୍ୱୀକୃତି ଆଣି ଦେଇଥିଲା । ପରେ ସେ କବିତା ଛାଡ଼ି ସମ୍ପୂର୍ଣ୍ଣ ଭାବରେ ଗଳ୍ପ ଲେଖିବାକୁ ଲାଗିଥିଲେ । ତାଙ୍କର ରଚନା ମୁଖ୍ୟତଃ ଚଳନ୍ତି ଜନଜୀବନକୁ ଭିତ୍ତି କରି । ସେ "ନାଉଗଛ" ଗଳ୍ପଟି ବାଲେଶ୍ୱର କୁନ୍ତଳା କୁମାରୀ ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ଲେଖିଥିଲେ । କଲେଜରେ ଆପେ ଆପେ ମାଡ଼ିଥିବା ନାଉଗଛ ଥିଲା ଏ ଗଳ୍ପ ପଛର ପ୍ରେରଣା । ସେହିପରି ପାଟଦେଈ ଗଳ୍ପଟି ଭୁବନେଶ୍ୱରର ରସୁଲଗଡ଼ ଛକରେ ବସରେ ଜୋର କରି ଠେଲି ବସାଯାଇଥିବା ଏକ ଝିଅକୁ ଦେଖି ଲେଖାଯାଇଥିଲା ।

ରଚନାବଳୀ

ଗପ

  • କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ
  • ପାଟଦେଇ
  • ବସ୍ତ୍ର ହରଣ
  • ଆରୋହଣ
  • ଇଣ୍ଟରଭିଉ
  • ଏକାକୀ ପରାଶର
  • ନବ ତରଙ୍ଗ
  • ଅନ୍ଧକାରର ଛାଇ
  • ମଧ୍ୟାନ୍ତର
  • ପାଟଦେଈ
  • ବହ୍ନି ବଳୟ
  • ଉତ୍ତରାୟଣ
  • ସାୟାହ୍ନର ସ୍ୱର
  • ତଟିନୀର ତୃଷ୍ଣା
  • କାଳାନ୍ତର
  • ମଧ୍ୟାନ୍ତର
  • ଜନ୍ମାନ୍ତର
  • ଅଶ୍ରୁଅନଳ
  • ଶକୁନିର ଚକା
  • ଅପହଞ୍ଚ ଆକାଶ
  • ପାଚେରୀ ସେପଟେ ନଈ
  • ଖେଳ ଚାଲିଛି
  • ଦୃଶ୍ୟାନ୍ତର
  • ଖେଳନା
  • ଚରିତ୍ର ହସୁଛି

ଉପନ୍ୟାସ

  • ସୀତାର ଶୋଣିତ
  • ମନସ୍ୱିନୀ
  • କୁନ୍ତୀ କୁନ୍ତଳା ଶକୁନ୍ତଳା

ଆତ୍ମଜୀବନୀ

  • ବିତିଯାଇଥିବା ଦିନ (ପ୍ରକାଶନ ଅପେକ୍ଷାରେ)

ସମ୍ମାନ ଓ ପୁରସ୍କାର

ମୃତ୍ୟୁ

୨୦୨୨ ମସିହା ଅପ୍ରେଲ ୨୪ ତାରିଖରେ ୮୫ ବର୍ଷ ବୟସରେ ବୀଣାପାଣି ମହାନ୍ତିଙ୍କର ଦେହାନ୍ତ ହୋଇଥିଲା ।[୧୨]

ଆଧାର