ବିଶ୍ୱ ଡାକ ଦିବସ
ପ୍ରତି ବର୍ଷ ଅକ୍ଟୋବର ୯ ତାରିଖକୁ ବିଶ୍ୱ ଡାକ ଦିବସ ଭାବେ ପାଳନ କରାଯାଏ । ୧୮୭୪ ମସିହା ଏହି ଦିନ ସ୍ୱିଜରଲ୍ୟାଣ୍ଡର ରାଜଧାନୀ ବର୍ନଠାରେ ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିଅନ୍ ପ୍ରତିଷ୍ଠା ହୋଇଥିଲା । ୧୯୬୯ ମସିହାରେ ଜାପାନ୍ର ଟୋକିଓଠାରେ ଆୟୋଜିତ ୟୁନିଭର୍ସାଲ୍ ପୋଷ୍ଟାଲ୍ କଂଗ୍ରେସରେ ଏହି ଦିବସ ପାଳନ ପାଇଁ ଘୋଷଣା କରାଗଲା । ସେହି ଦିନଠାରୁ ସାରା ବିଶ୍ୱର ସମସ୍ତ ଦେଶ ଏହି ଦିବସକୁ ବିଶ୍ୱ ଡାକ ଦିବସ ରୂପେ ପାଳନ କରିବା ପାଇଁ ଯୋଗଦାନ କରୁଛନ୍ତି । ଅନେକ ଦେଶର ଡାକ ବିଭାଗ ଏହି ଦିନ କିଛି ନୂଆ ଡାକ ସାମଗ୍ରୀ କିମ୍ବା ନୂଆ ଡାକସେବା ମଧ୍ୟ ପ୍ରଚଳନ କରିଥାନ୍ତି । [୧] ସାରା ବିଶ୍ୱରେ ଡାକ ସାମଗ୍ରୀ ଓ ଡାକ ସେବାର ପ୍ରୋତ୍ସାହନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ସମସ୍ତ ଦେଶ ନିରନ୍ତର ବିକାଶ ଲକ୍ଷକୁ ପ୍ରାପ୍ତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି, ଯାହାର ଉଦ୍ଦେଶ୍ୟ ଭୋକ, ଦାରିଦ୍ର୍ୟ, ଅସମାନତା ଓ ଅନ୍ୟାୟ ବିରୁଦ୍ଧରେ ଲଢେଇ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଉଚିତ ପଦକ୍ଷେପ ଗ୍ରହଣ କରିବା । ଏହି ବିଶ୍ୱସ୍ତରୀୟ ପଦକ୍ଷେପରେ ବିକାଶ ପାଇଁ ଆଧାରିକ ସଂରଚନା ଯୋଗାଇ ଦେବାରେ ଡାକର ଭୂମିକା ଖୁବ୍ ଗୁରୁତ୍ୱପୁର୍ଣ୍ଣ ।[୨]
![](http://upload.wikimedia.org/wikipedia/commons/thumb/0/03/World_Postal_Day.png/200px-World_Postal_Day.png)
ଛବି ସଂକଳନ
- ୨୦୧୪ରେ ଗୁଜରାଟ ସରକାରଙ୍କଦ୍ୱାରା ପ୍ରଚଳିତ ଡାକ ଟିକଟ
- ୨୦୦୯ରେ ମହାରାଷ୍ଟ୍ର ସରକାରଙ୍କଦ୍ୱାରା ପ୍ରଚଳିତ ଡାକ ଟିକଟ