ବିଦ୍ୟୁତପ୍ରଭା ଦେବୀ

ଓଡ଼ିଆ କବୀ

ବିଦ୍ୟୁତପ୍ରଭା ଦେବୀ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା ଥିଲେ । ତାଙ୍କୁ ଶ୍ରେଷ୍ଠ ମହିଳା ଓଡ଼ିଆ କବିମାନଙ୍କ ମଧ୍ୟରେ ଗଣନା କରାଯାଏ ।[୩][୪][୫] ନିଜ କାବ୍ୟ ସଙ୍କଳନ "ସଞ୍ଚୟନ" ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୬]

ବିଦ୍ୟୁତପ୍ରଭା ଦେବୀ
ଜନ୍ମ ଓ ଜନ୍ମସ୍ଥାନ୧୯୨୬
ନାତ୍ରା ଗ୍ରାମ
ମୃତ୍ୟୁ୧୯୭୭
ବୃତ୍ତିଓଡ଼ିଆ କବୟତ୍ରୀ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ଶିକ୍ଷାନବମ ଶ୍ରେଣୀ
ଶିକ୍ଷାନୁଷ୍ଠାନରେଭେନ୍ସା ବାଳିକା ବିଦ୍ୟାଳୟ
ସାହିତ୍ୟ କୃତିସବିତା, ସଞ୍ଚୟନ,ମରିଚିକା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ସଞ୍ଚୟନ), ୧୯୬୨
ଜୀବନସାଥୀପଞ୍ଛାନନ ମହାନ୍ତି
ସନ୍ତାନସଚ୍ଚିଦାନନ୍ଦ ମହାନ୍ତି[୧]
ସମ୍ପର୍କୀୟବାସନ୍ତି (ଭଉଣୀ), ପୂଣ୍ୟପ୍ରଭା ଦେବୀ (ଭଉଣୀ)[୨]

ଜୀବନୀ

ପ୍ରାରମ୍ଭିକ ଜୀବନୀ

ବିଦ୍ୟୁତପ୍ରଭା ଦେବୀ ଓଡ଼ିଶାର ନାତ୍ରା ଗ୍ରାମରେ ୧୯୨୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ପଞ୍ଚାନନ ମହାନ୍ତିଙ୍କୁ ବିବାହ କରିଥିଲେ । ୧୯୫୨ ମସିହାରେ ଏହି ଦମ୍ପତ୍ତିଙ୍କର ପୁଅ ସଚ୍ଚିଦାନନ୍ଦ ଜନ୍ମ ହୋଇଥିଲେ ।

ଶିକ୍ଷା

ସେ ରେଭେନ୍ସା ବାଳିକା ବିଦ୍ୟାଳୟରେ ନବମ ଶ୍ରେଣୀ ଯାଏଁ ପଢ଼ିଥିଲେ । ପରେ ସେ ଇଂରାଜୀ, ବଙ୍ଗଳା ଭାଷାସହ ବ୍ୟାକରଣ ତଥା କବିତା ରଚନାର ବିଭିନ୍ନ ବିଭବ ଶିକ୍ଷାକରିଥିଲେ ।

ସାହିତ୍ୟ ରଚନା

ସେ ନିଜ ପିତାଙ୍କ ବନ୍ଧୁ କୃଷ୍ଣଚନ୍ଦ୍ର କର, ରାଧାମୋହନ ଗଡ଼ନାୟକମାୟାଧର ମାନସିଂହ ଆଦିଙ୍କଦ୍ୱାରା ପ୍ରଭାବିତ ହୋଇ ୧୯୪୦ ମସିହାରୁ କବିତା ଲେଖିବା ଆରମ୍ଭ କରିଥିଲେ । ନିଜ ବଡ଼ ଭଉଣୀ ବାସନ୍ତି ଦେବୀଙ୍କ ସହ ମିଶି ୧୯୪୯ ମସିହାରେ "ସବିତା" ନାମରେ ନିଜର ପ୍ରଥମ କାବ୍ୟ ସଙ୍କଳନ ପ୍ରକାଶ କରିଥିଲେ । ୧୯୫୨ରେ ତାଙ୍କ ପୁଅ ସଚ୍ଚିଦାନନ୍ଦଙ୍କ ଜନ୍ମ ପରେ ସେ ଶିଶୁମାନଙ୍କ ପାଇଁ ଲେଖିବା ଆରମ୍ଭ କରିଥିଲେ ।

ମୃତ୍ୟୁ

୧୯୭୭ ମସିହାରେ ବିଦ୍ୟୁପ୍ରଭା ଦେବୀଙ୍କର ଦେହାନ୍ତ ହୋଇଥିଲା ।

ଓଡ଼ିଆ ସାହିତ୍ୟକୁ ଅବଦାନ

  • ସବିତା
  • ମରିଚିକା
  • କନକାଞ୍ଜଳି
  • ସଞ୍ଚୟନ
  • ଝରା ଶିଉଳି

[୭]

  • ବିଦ୍ୟୁତ ପ୍ରଭା ଗ୍ରନ୍ଥାବଳୀ

ପୁରସ୍କାର ଓ ସ୍ୱୀକୃତି

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ସଞ୍ଚୟନ), ୧୯୬୨ [୮][୯]

ଆଧାର