ବିଦ୍ୟାଳୟ

ବିଦ୍ୟାଳୟ କହିଲେ ସାଧାରଣତଃ ଯେଉଁଠି ବିଦ୍ୟାର୍ଥୀ ବା ଛାତ୍ରଛାତ୍ରୀ ଶିକ୍ଷକଙ୍କଠାରୁ ଶିକ୍ଷାଲାଭ କରିଥାନ୍ତି । ବିଦ୍ୟାଦାନ ଓ ଗ୍ରହଣ କରିବା ପାଇଁ ଯେଉଁ ଗୃହ ବ୍ୟବହାର ହୁଏ ତାହାକୁ ବିଦ୍ୟାଳୟ କୁହାଯାଏ ।

ଓଡ଼ିଶାର କଟକ ଜିଲ୍ଲାରେ ଥିବା ଏକ ବିଦ୍ୟାଳୟ

ଇତିହାସ

ଭାରତରେ ପ୍ରଥମେ ଗୁରୁକୂଳକୁ ବିଦ୍ୟାଳୟ ଭାବେ ବ୍ୟବହାର କରାଯାଉଥିଲା । ପୂର୍ବକାଳରେ ଓଡ଼ିଶାରେ ଚାଟଶାଳୀକୁ ବିଦ୍ୟାଳୟ ଭାବେ ବ୍ୟବହାର କରାଯାଉଥିଲା । କାଳକ୍ରମେ ଏହି ପ୍ରଥା ବଢ଼ି ଏବେକାର ଆଧୁନିକ ବିଦ୍ୟାଳୟ ପ୍ରଥାର ପ୍ରଚାଳନ ଆରମ୍ଭ ହେଲା ।ବିଦ୍ୟାଳୟରେ ମୁଖ୍ୟତଃ ଶିକ୍ଷକ ଥାନ୍ତି, ଯିଏକି ଶିକ୍ଷାଦାନ କରିଥାନ୍ତି ଏହାଛଡା ଅନ୍ୟ କର୍ମଚାରୀ ଥାନ୍ତି ଯେଉମାନେ ଅନ୍ୟ କାମ କରିଥାନ୍ତି ।

ଶିକ୍ଷା

ଶିକ୍ଷା ହେଉଛି ବିଦ୍ୟାଳୟର ଏକ ମୁଖ୍ୟ ଉପାଦାନ । ବିଦ୍ୟାଳୟରେ ପ୍ରାୟତଃ ପ୍ରାଥମିକ ଏବଂ ମୂଳ ଶିକ୍ଷା ଦିଆଯାଇଥାଏ ।

ଓଡ଼ିଶାରେ ବିଦ୍ୟାଳୟ ବ୍ୟବସ୍ଥା

ଓଡ଼ିଶାରେ ସାଧାରଣତଃ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ଶିକ୍ଷା ଦିଆ ଯାଇଥାଏ । ୬ରୁ ୧୪ ବର୍ଷ ବୟସ ମଧ୍ୟରେ ସମସ୍ତ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରାଯାଇଥାଏ ।[୧]

ଆଧାର

ବାହାର ତଥ୍ୟ