ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନ

କଟକରେ ଥିବା ଏକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନ


ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନ, କଟକରେ ଥିବା ଏକ ସ୍ୱୟଂଶାସିତ ବୈଷୟିକ ଶିକ୍ଷାନୁଷ୍ଠାନ ।[୧] ଏଠାରେ ଚଳଚ୍ଚିତ୍ର ସମ୍ବନ୍ଧିତ ବୈଷୟିକ ଜ୍ଞାନକୌଶଳ ଶିକ୍ଷା ଦିଆଯାଏ । ଏହା ଓଡ଼ିଶା ସରକାରଙ୍କଦ୍ୱାରା ବିଶ୍ୱବ୍ୟାଙ୍କ ସହାୟତାରେ ଫିଲ୍ମ ନିର୍ମାଣ ଓ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସ୍ତୁତି ପାଇଁ ଦରକାର ହେଉଥିବା ବୈଷୟିକ ଜ୍ଞାନପ୍ରାପ୍ତ ଜନସମ୍ବଳ ସୃଷ୍ଟି ପାଇଁ ପ୍ରତିଷ୍ଠା କରାଯାଇଛି । ମହାନଦୀ କୁଳରେ ଓଡ଼ିଶା ରାଜ୍ୟର ସର୍ବପୁରାତନ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂର ପରିସର ମଧ୍ୟରେ ଏହା ରହିଛି । ଓଡ଼ିଶା ସରକାରଙ୍କ ଆର୍ଥିକ ସହାୟତାରେ ପରିଚାଳିତ ଏହି ପ୍ରତିଷ୍ଠାନରେ ନିଯୁକ୍ତି, ବୈଷୟିକ ଶିକ୍ଷା ଓ ତାଲିମ , ବିଭାଗରେ ୩ଟି ସ୍ୱତନ୍ତ୍ର ବିଭାଗ, ଯଥା ସିନେମାଟୋଗ୍ରାଫି , ଶବ୍ଦ ଓ ଟିଭି ଇଂଜିନିଯରିଂ ଏବଂ ଫିଲ୍ମ ଓ ଭିଡିଓ ଏଡିଟିଂରେ ଶିକ୍ଷା ପ୍ରଦାନ କରାଯାଇଥାଏ ।[୨]

ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନ
ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନର ପ୍ରବେଶଦ୍ୱାର
ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନର ପ୍ରବେଶଦ୍ୱାର
ସ୍ଥାପିତ୧୯୯୮
ପ୍ରକାରଚଳଚ୍ଚିତ୍ର ସମ୍ବନ୍ଧିୟ
ଅବସ୍ଥାନକଟକ, ଓଡ଼ିଶା, ଭାରତ
ପରିସରଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂ
ଅନୁବନ୍ଧନରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା
ୱେବସାଇଟwww.bpftio.org/BijuPattanaik/index.html

ଇତିହାସ 

୧୯୯୮ ମସିହାରେ ଏହି ପ୍ରତିଷ୍ଠାନର ସ୍ଥାପନ ହେଇଥିଲା । ଏଥିପାଇଁ ମୂଳ ବିନିଯୋଗ ପାଇଁ ବିଶ୍ୱବ୍ୟାଙ୍କରୁ ଆର୍ଥିକ ସହାୟତା ନିଆ ଯାଇଥିଲା । ଏଠାରେ ଫିଲ୍ମ ଶୁଟିଙ୍ଗ ପାଇଁ ଦରକାର ହଉଥିବା ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି ଏବଂ ଏଠାରେ ସିନେମାଟୋଗ୍ରାଫି , ଶବ୍ଦ ଗ୍ରହଣ ଓ ଚିତ୍ର ସମ୍ପାଦନ ଶିକ୍ଷା ପ୍ରଦାନ ପାଇଁ ପ୍ରବୀଣ ଶିକ୍ଷକମାନେ ରହିଛନ୍ତି । ଏହି ପ୍ରତିଷ୍ଠାନରୁ ଅଦ୍ୟାବଧି ୧୪ଟି ବ୍ୟାଚର ଛାତ୍ର ପ୍ରଶିକ୍ଷଣ ନେଇ ବିଭିନ୍ନ ମିଡ଼ିଆ ଚ୍ୟାନେଲ , ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି । ଅନୁଷ୍ଠାନରେ ଚଳଚ୍ଚିତ୍ର ସମ୍ବନ୍ଧିୟ ସମ୍ପାନ, ବିଶ୍ୱ ସିନେମା ଦିବସ ଭଳି ମହୋତ୍ସବ ମଧ୍ୟ ପାଳନ କରାଯାଏ ।[୩][୪]

ପାଠ୍ୟକ୍ରମ 

ଏହି ପ୍ରତିଷ୍ଠାନରେ ସିନେମାଟୋଗ୍ରାଫି, ଶବ୍ଦ ଓ ଟେଲିଭିଜନ ଇଂଜିନିୟରିଂ ଏବଂ ଫିଲ୍ମ ଓ ଭିଡିଓ ଏଡିଟିଂ ଏହି ୩ଟି ବିଷୟରେ ୩ ବର୍ଷୀୟ ଡିପ୍ଲୋମା ପାଠ୍ୟକ୍ରମ ରହିଛି ।[୫] 

ଆଧାର