ବସନ୍ତ ଦାସ

ଓଡ଼ିଆ ସାମ୍ବାଦିକ ଓ ସାହିତ୍ୟିକ

ବସନ୍ତ ଦାସ (୦୨ ଜାନୁଆରୀ ୧୯୪୦ - ୨୮ ମଇ ୨୦୨୧) ଜଣେ ସାମ୍ବାଦିକ, ସ୍ତମ୍ଭକାର ଓ ସାହିତ୍ୟିକ ଥିଲେ । ୫୦ ବର୍ଷରୁ ଅଧିକ ସମୟ ଧରି ସେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସେ ସାମ୍ବାଦିକତା କରିଥିଲେ ।[୧] ଯେ ଦେଶ ଯାଇ ସେ ଫଳ ଖାଇ ପୁସ୍ତକ ପାଇଁ ୨୦୧୦ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ସେ ଓଡ଼ିଶା ମିଡ଼ିଆ ଏକାଡେମୀ ସମେତ ବହୁ ସଂଗଠନ ସହିତ ଜଡ଼ିତ ଥିଲେ ।[୨]

ବସନ୍ତ ଦାସ
ଜନ୍ମ
(1940-01-02)୨ ଜାନୁଆରୀ ୧୯୪୦
ମୃତ୍ୟୁ୨୮ ମଇ ୨୦୨୧(2021-05-28) (ବୟସ ୮୧)
ମୃତ୍ୟୁର କାରଣକରୋନାଭୂତାଣୁ ରୋଗ ୨୦୧୯
ଶିକ୍ଷାସ୍ନାତକୋତ୍ତର (ରାଜନୀତି ବିଜ୍ଞାନ), ଏଲଏଲବି
ଶିକ୍ଷାନୁଷ୍ଠାନପ୍ୟାରୀମୋହନ ଏକାଡ଼େମୀ, ଖ୍ରୀଷ୍ଟ ମହାବିଦ୍ୟାଳୟ
ଉତ୍କଳ ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ମହାବିଦ୍ୟାଳୟ
ବୃତ୍ତିସାମ୍ବାଦିକ

ବ୍ୟକ୍ତିଗତ ଜୀବନ

୧୯୪୦ ମସିହା ଜାନୁଆରୀ ୨ ତାରିଖରେ ବସନ୍ତ, ଜଗତସିଂହପୁର ଜିଲ୍ଲାର ବିରିଡ଼ି ବ୍ଲକ ଅନ୍ତର୍ଗତ ମଇଁନ୍ଦିପୁରଠାରେ ଜନ୍ମଗ୍ରହଣ କରିଥିଲେ । ଜନ୍ମହେବାର ୬ ଦିନ ପରେ ତାଙ୍କର ମାତୃବିୟୋଗ ଘଟିଥିଲା । ସେ ପ୍ୟାରୀମୋହନ ଏକାଡ଼େମୀ ଓ ଖ୍ରୀଷ୍ଟ ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଏଲଏଲବି କରିଥିଲେ ।[୩]

ସାମ୍ବାଦିକତା

୧୯୬୫ ମସିହାରେ ଇଂରାଜୀ ପତ୍ରିକା ଇଷ୍ଟର୍ଣ୍ଣ ଟାଇମ୍ସରୁ ବସନ୍ତ ନିଜର ସାମ୍ବାଦିକ ବୃତ୍ତି ଆରମ୍ଭ କରିଥିଲେ । ୨୦୦୨ ମସିହାରେ ଅନୁସନ୍ଧାନ ପତ୍ରିକାର ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ । ପରେ ସେ କୌଣସି ପତ୍ରପତ୍ରିକା ସହିତ ଜଡ଼ିତ ନରହି, ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ସ୍ତମ୍ଭକାର ଭାବରେ କାର୍ଯ୍ୟ କରୁଥିଲେ ।

ସାହିତ୍ୟ ସର୍ଜନା

ବସନ୍ତ, ୧୬ଟି ପୁସ୍ତକ ରଚନା କରିଥିଲେ । ତାଙ୍କର ଯେ ଦେଶ ଯାଇ ସେ ଫଳ ଖାଇପଲିଟିକାଲ ହିଷ୍ଟ୍ରି ଅଫ ମଡର୍ଣ୍ଣ ଓଡ଼ିଶା ଆଦି ପୁସ୍ତକ ବହୁପଠିତ ।[୪]

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୦ (ଯେ ଦେଶ ଯାଇ ସେ ଫଳ ଖାଇ ପୁସ୍ତକ ପାଇଁ)

ଆଧାର