ବଙ୍ଗଳା ଭାଷା

(ବଙ୍ଗାଳୀରୁ ଲେଉଟି ଆସିଛି)

ବଙ୍ଗଳା ଭାଷା (/bɛnˈɡɔːli/),[୨] ଏହାର ଅନ୍ୟନାମ "ବାଂଲା" (UK: /ˈbʌŋlə/; বাংলা) ନାମରେ ମଧ୍ୟ ପରିଚିତ) ଏକ ଇଣ୍ଡୋ-ଆର୍ଯ୍ୟଗୋଷ୍ଠୀ ଭାଷା । ଏହା ପ୍ରାଥମିକ ଭାବେ ବଙ୍ଗାଳୀମାନଙ୍କଦ୍ୱାରା ଭାରତୀୟ ଉପମହାଦେଶରେ କଥିତ । ଏହା ବଙ୍ଗଳାଦେଶର ଉଭୟ ସରକାରୀ ଏବଂ ସର୍ବାଧିକ କଥିତ ଭାଷା ଏବଂ ହିନ୍ଦୀ ପରେ ଭାରତର ୨୨ଗୋଟି ସରକାରୀ ଭାଷା ମଧ୍ୟରୁ ଦ୍ୱିତୀୟ ବହୁଳ କଥିତ ଭାଷା ।

ବଙ୍ଗଳା
বাংলা Bangla
ବଙ୍ଗଳା ଲିପିରେ ଲିଖିତ "ବଙ୍ଗଳା" ଶବ୍ଦ
Native toବାଁଲାଦେଶ, ଭାରତରେ ମୁଖ୍ୟତଃ ପଶ୍ଚିମବଙ୍ଗ, ପାକିସ୍ତାନ and significant communities in ୟୁନାଇଟେଡ କିଙ୍ଗଡମ, ଆମେରିକା, ପାକିସ୍ତାନ, ସାଉଦି ଆରବ, ମାଲେସିଆ, ସିଙ୍ଗାପୁର, ୟୁନାଇଟେଡ଼ ଆରବ ଏମିରଟ, ଅଷ୍ଟ୍ରେଲିଆ, ବର୍ମା, କାନାଡା
ଅଞ୍ଚଳବାଁଲାଦେଶ, ନେପାଳ, ପଶ୍ଚିମବଙ୍ଗ, ତ୍ରିପୁରା, ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ, ଆସାମ, ଝାଡ଼ଖଣ୍ଡ, ଓଡ଼ିଶା, ବିହାର. Widely spoken in ନୂଆ ଦିଲ୍ଲୀ, ମୁମ୍ବାଇ and ବେଙ୍ଗାଳୁରୁ. Prominent speakers in Pune, ହାଇଦ୍ରାବାଦ and ଚେନ୍ନାଇ.
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧]
ଇଣ୍ଡୋ-ଇଉରୋପୀୟ
  • ଇଣ୍ଡୋ-ଇରାନୀୟ
    • Iଇଣ୍ଡୋ-ଆର୍ଯ୍ୟ
      • ପୂର୍ବ
        • ଅହମିୟା-ବଙ୍ଗଳା
          • ବଙ୍ଗଳା
ବଙ୍ଗଳା ଲିପି
ଆଧିକାରିକ ସ୍ଥିତି
କେଉଁଠି ରାଜଭାଷା:
 ବଙ୍ଗଳାଦେଶ,
 ଭାରତ (ପଶ୍ଚିମବଙ୍ଗ, ତ୍ରିପୁରା and ବାରାକ ଉପତ୍ୟକା) (ଆସାମର କାଛାର, କରିମଗଞ୍ଜ ଓ ହାଇଲାକାଣ୍ଡି)
Regulated byବଙ୍ଗଳା ଏକାଡେମୀ (ବଙ୍ଗଳାଦେଶ)
Paschimbanga Bangla Akademi (ପଶ୍ଚିମବଙ୍ଗ)
ଭାଷା କୋଡ୍
ISO ୬୩୯-୧bn
ISO ୬୩୯-୨ben
ISO ୬୩୯-୩ben
Linguasphere59-AAF-u (ସିଲହଟୀ ଆଦିକୁ ମିଶାଇ), ୩୦ଟି ପ୍ରକାର: 59-AAF-ua...59-AAF-uk
ବଙ୍ଗଳା କଥିତ ଅଞ୍ଚଳ

ବଙ୍ଗଳାଦେଶର ସରକାରୀ ଜାତୀୟ ଭାଷା ଏହାର ଆଧୁନିକ ମାନକ ବଙ୍ଗଳା ବା ସାହିତ୍ୟ ବଙ୍ଗଳା ।[୩][୪][୫][୬] । ବଙ୍ଗଳାଦେଶର ୯୮% ଲୋକ ଅନର୍ଗଳ ନିଜ ମାତୃଭାଷା ଭାବେ ବଙ୍ଗଳାରେ କଥାବାର୍ତ୍ତା କରିପାରନ୍ତି ଓ ଏହା ଦେଶର ମୁଖ୍ୟ ଭାବ ବିନିମୟର ଭାଷା ।[୭][୮] ଭାରତ ମଧ୍ୟରେ ପଶ୍ଚିମବଙ୍ଗ, ତ୍ରିପୁରାଆସାମର ବରାକ ଉପତ୍ୟକାରେ ବଙ୍ଗଳା ସରକାରୀ ଭାଷା । ଏହା ଆସାମର ବ୍ରହ୍ମପୁତ୍ର ଉପତ୍ୟକାର ବିଭିନ୍ନ ଅଂଶରେ କଥିତ । ଏହାଛଡ଼ା ବହୁଳ ବଙ୍ଗୋପସାଗରରେ ଥିବା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଏହା ପ୍ରଚଳିତ[୯] ଏବଂ ବିହାର, ଝାଡ଼ଖଣ୍ଡ, ମିଜୋରାମ, ନାଗାଲ୍ୟାଣ୍ଡଓଡ଼ିଶାରେ ଉଲ୍ଲେଖଯୋଗ୍ୟ ସଂଖ୍ୟାଲଘୁଙ୍କଦ୍ୱାରା କଥିତ । ବିଶ୍ୱବ୍ୟାପୀ ମୋଟ ପ୍ରାୟ ୨୫୦ – ୩୦୦ ମିଲିୟନ ଭାଷାଭାଷୀଙ୍କଦ୍ୱାରା କଥିତ[୧୦] ବଙ୍ଗଳା ଜନସଂଖ୍ୟା ଅନୁସାରେ ବିଶ୍ୱର ସପ୍ତମ ଅଧିକ କଥିତ ଭାଷା ।[୧୧][୧୨]

ଆଧାର

ଅଧିକ ତଥ୍ୟ