ଫ୍ଲୁଓକ୍ସେଟିନ

ଫ୍ଲୁଓକ୍ସେଟିନ, ବ୍ୟବସାୟୀକ ନାମ ପ୍ରୋଜାକ ଓ ସାରାଫେମ, ସେଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ଶ୍ରେଣୀର ଏକ ଅବସାଦରୋଧୀ ଔଷଧ ।[୨] ମୂଖ୍ୟ ଅବସାଦ ରୋଗ (major depressive disorder), ବୁଲିମିଆ ନର୍ଭୋସା, ପ୍ୟାନିକ ଡିଜଅର୍ଡ଼ର ଓ ପ୍ରିମେନସ୍ଟ୍ରୁଆଲ ଡିସଫୋରିକ ଡିଜଅର୍ଡ଼ର ଇତ୍ୟାଦି ରୋଗମାନଙ୍କରେ ଏହି ଔଷଧ ଦିଆଯାଏ । ୬୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କର ଆତ୍ମହତ୍ୟା ସଙ୍କଟ ଏହାଦ୍ୱାରା କମ ହୁଏ । ଏହାଦ୍ୱାରା ଅସମୟ ସ୍ଖଳନର ଚିକିତ୍ସା କରାଯାଏ । ଏହା ପାଟିରେ ଦିଆଯାଏ ।[୨]

ଫ୍ଲୁଓକ୍ସେଟିନ
Clinical data
Trade namesProzac, Animex-On, Sarafem, Adofen, Deprex
AHFS/Drugs.commonograph
MedlinePlusa689006
data
Pregnancy
category
  • AU: C
  • US: C (Risk not ruled out)
Dependence
liability
Physical: Low
Psychological: Low
Addiction
liability
none
Routes of
administration
Oral
ATC code
Legal status
Legal status
  • AU: S4 (Prescription only)
  • CA: ℞-only
  • UK: POM (Prescription only)
  • US: ℞-only
Pharmacokinetic data
Bioavailability60–80%[୨]
Protein binding94–95%[୩]
MetabolismLiver (mostly CYP2D6-mediated)[୧]
Onset of action~2–4 weeks
Elimination half-life1–3 days (acute)
4–6 days (chronic)[୧][୪]
ExcretionUrine (80%), faeces (15%)[୧][୪]
Identifiers
IUPAC name
  • N-methyl-3-phenyl-3-[4-(trifluoromethyl)phenoxy]propan-1-amine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.125.370 Edit this at Wikidata
Chemical and physical data
FormulaC17H18F3NO
Molar mass309.33 g•mol−1
3D model (JSmol)
Melting point179 to 182 °C (354 to 360 °F)
Boiling point395 °C (743 °F)
Solubility in water14 mg/mL (20 °C)
SMILES
  • CNCCC(c1ccccc1)Oc2ccc(cc2)C(F)(F)F
InChI
  • InChI=1S/C17H18F3NO/c1-21-12-11-16(13-5-3-2-4-6-13)22-15-9-7-14(8-10-15)17(18,19)20/h2-10,16,21H,11-12H2,1H3 checkY
  • Key:RTHCYVBBDHJXIQ-UHFFFAOYSA-N checkY
  (verify)

ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଶୟନ ସମସ୍ୟା, ଖାଦ୍ୟ ଅରୁଚି, ଶୁଷ୍କ ପାଟି, ରାସ ଓ ଅସାଧାରଣ ସ୍ୱପ୍ନ । ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସେରୋଟୋନିନ ସିଣ୍ଡ୍ରୋମ, ମାନିଆ, ଅପସ୍ମାର ବାତ ଓ ଆତ୍ମହତ୍ୟା ବ୍ୟବ‌ହାର ସଙ୍କଟ ମୂଖ୍ୟତଃ ଦେଖାଯାଏ । ଔଷଧ ହଠାତ ବନ୍ଦ କଲେ ଉଇଥଡ୍ରୟାଲ ସିଣ୍ଡ୍ରୋମ ସ‌ହିତ ଉତ୍କଣ୍ଠ, ମୁଣ୍ଡଭ୍ରମ ଓ ସ୍ପର୍ଷ ପରିବର୍ତ୍ତନ ।[୨] ଗର୍ଭାବସ୍ଥାରେ ଏହାର ପ୍ରଭାବ ଅଜ୍ଞେୟ ଅଛି । ଔଷଧ ଗ୍ରହଣ କରିବା ଅବସ୍ଥାରେ ସ୍ତନ୍ୟପାନ ଚାଲୁ ରଖାଯାଇପାରେ । [୫] ଏହାର କାର୍ଯ୍ୟକଳାପ ସ୍ପଷ୍ଟ ନ ଥିଲେ ମଧ୍ୟ ମସ୍ତିଷ୍କରେ ଅଧିକ ସେରୋଟୋନିନ କାମ କରୁଥିବା ବିଶ୍ୱାସ କରାଯାଏ । [୨]

ସନ ୧୯୭୨ରେ ଏଲି ଲିଲି ଆଣ୍ଡ କମ୍ପାନୀଦ୍ୱାରା ଫ୍ଲୁଓକ୍ସେଟିନ ଆବିଷ୍କୃତ ହୋଇଥିଲା ଓ ୧୯୮୬ରେ ବ୍ୟବ‌ହୃତ ହୋଇଥଲା ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୨] ସନ ୨୦୧୪ରେ ଏହାର ଦୈନିକ ଖର୍ଚ୍ଚ ୦.୦୧ରୁ ୦.୦୪ ଆମେରିକୀୟ ଡଲାର ଥିଲା ।[୮] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଦୈନିକ ଖର୍ଚ୍ଚ ୦.୮୫ ଡଲାର ।[୨]

ଆଧାର