ଫୁଲ ଚନ୍ଦନ

୧୯୮୨ର ଓଡ଼ିଆ କଥାଚିତ୍ର

ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଫୁଲ ଚନ୍ଦନ ୧୯୮୨ ମସିହାରେ ମୁକ୍ତିଲାଭ କରିଥିଲା ।

ଫୁଲ ଚନ୍ଦନ
ନିର୍ଦ୍ଦେଶକମହମ୍ମଦ ମହସୀନ
ପ୍ରଯୋଜକବଟକୃଷ୍ଣ ନାୟକ (ଜୟଶ୍ରୀ ପ୍ରଡ଼କ୍ସନ)
ଚିତ୍ରନାଟ୍ୟମହମ୍ମଦ ମହସୀନ
କାହାଣୀଆନନ୍ଦ ଶଙ୍କର ଦାସ
କଳାକାରଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଅଜିତ ଦାସ, ଶରତ ପୂଜାରୀ
ସଙ୍ଗୀତସରୋଜ ପଟ୍ଟନାୟକ
ଚିତ୍ରଗ୍ରହଣରାଜନ୍ କିନାଗୀ[୧], ଗାଗାରିନ ମିଶ୍ର[୨]
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୮୨
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ (ମୋଟ ଖର୍ଚ୍ଚ)

କାହାଣୀ

ପିଲାଦିନେ ଚନ୍ଦନ ନାମଧାରୀ ଗୋଟିଏ ପୁଅ ଓ ଫୁଲ ନାମଧାରୀ ଝିଅ ମଧ୍ୟରେ ପ୍ରୀତି ସମ୍ପର୍କ ଥାଏ । ବଡ଼ ହେଲେ ସେ ଦୁହେଁ ବାହା ହେବେ ବୋଲି ଚନ୍ଦନର ବାପା ଓ ଫୁଲର ମାଆ ସ୍ଥିର କରନ୍ତି । ଘଟଣାକ୍ରମେ ଚନ୍ଦନର ବାପା ଧନାଢ଼୍ୟ ହୋଇଯାଇ ପୁରୁଣା କଥା ଭୁଲି ଯାଆନ୍ତି । ଚନ୍ଦନର ବାହାଘର ଜଣେ ଧନୀକଙ୍କ କନ୍ୟା (ଦୀପା ସାହୁ)ଙ୍କ ସହିତ ଠିକ କରନ୍ତି, କିନ୍ତୁ ପରିଶେଷରେ ଚନ୍ଦନ ଫୁଲକୁ ବିବାହ କରେ । ‘ଡାକ ଅଜା’ ଚରିତ୍ରରେ ଜୟୀଙ୍କ ସଂଳାପ ‘ଦେଖେ ତାକୁ’ ଖୁବ ଲୋକପ୍ରିୟ ହୋଇଥିଲା ।

ଅଭିନୟ

ଗୀତ ଓ ସଙ୍ଗୀତ

ଗୀତ

  1. ଏଇ ଯେ ବନଲତା ପାହାଡ଼
  2. କହନା ଏ ଫୁଲ କହନା
  3. ନାହିଁ ମୋ ପାଦେ ଆଜି ନୁପୁର
  4. ଏ ମନକୁ ଭୁଲାଇ, ରଖିଥିଲି ସଜାଇ
  5. ତୋ ବିନା ଲାଗେନା ଭଲ କିଛି
  6. ମନେ ପଡ଼େ ଯଦି କେଉଁ ଦିନ
  7. ନା ତାରାଫୁଲ

ପୁରସ୍କାର

  • ଓଡ଼ିଶା ରାଜ୍ୟ କଥାଚିତ୍ର ପୁରସ୍କାର, ୧୯୮୨: ୭ଟି ବିଭାଗରେ (ଶ୍ରେଷ୍ଠ କଥାଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ଶ୍ରେଷ୍ଠ ଚିତ୍ରୋତ୍ତଳକ ଓ ଶ୍ରେଷ୍ଠ କାହାଣୀକାର)[୮]

ଆଧାର

ଅଧିକ ତଥ୍ୟ