ଫୁଲବାଣୀ

ଓଡିଶାର ଜିଲ୍ଲା, ଭାରତ

ଫୁଲବାଣୀ ଭାରତର ଓଡ଼ିଶାରେ ଥିବା କନ୍ଧମାଳ ଜିଲ୍ଲାର ସଦର ମହକୁମା ଓ ଏକ ମୁଖ୍ୟ ସହର ।

ଫୁଲବାଣୀ
ସହର
Country India
Stateଓଡ଼ିଶା
Districtକନ୍ଧମାଳ
Elevation
485 m (1,591 ft)
Population
 (2001)
 • Total୩୩,୮୮୭
Languages
Time zoneUTC+5:30 (IST)
PIN
୭୬୨୦୦୧
Telephone code୦୬୮୪୨
ଯାନବାହାନ ପଞ୍ଚୀକରଣOR-12
ଜଗନ୍ନାଥ ଦେଉଳ, ଫୁଲବାଣୀ

ଭୂଗୋଳ

ଫୁଲବାଣୀ ଓ ସାଲୁଙ୍କୀ ନଦୀ

ଫୁଲବାଣୀ ଭୁବନେଶ୍ୱରଠାରୁ ୨୧୧ କି.ମି. ଦୂରରେ ଓ ବ୍ରହ୍ମପୁରରୁ ୧୬୫ କି.ମି. ଦୂରରେ ଅବସ୍ଥିତ ।[୧] ଏଠାରୁ ନିକଟତମ ରେଳ ଷ୍ଟେସନ ରେଢ଼ାଖୋଲ ପ୍ରାୟ ୧୦୦ କି.ମି. ଦୂରରେ ଅବସ୍ଥିତ । ସମୁଦ୍ର ପତ୍ତନଠାରୁ ଏହାର ହାରାହାରି ଉଚ୍ଚତା ୪୮୫ ମିଟର (୧୫୯୧ ଫୁଟ) । ଏହି ସହରର ଚତୁର୍ପାର୍ଶ୍ୱରେ ଜଙ୍ଗଲ ଓ ପାହାଡ଼ ମାନ ବେଢ଼ି ରହିଛି । ଏଠାରେ ଛୋଟ ବଡ଼ ଅନେକ ଜଳପ୍ରପାତ ଦେଖିବାକୁ ମିଳେ । ୩୧ କି.ମି. ଦୂରରେ ଥିବା କଟରାମାଳ ଜଳପ୍ରପାତ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର । ସେହିପରି ପୁଟୁଡ଼ି, ପକଡ଼ାଝର, ଉର୍ମାଗଡ଼ ଆଦି ସ୍ଥାନରେ ମନଲୋଭା ଜଳପ୍ରପାତ ସବୁ ଦେଖିବାକୁ ମିଳେ । ଏହି ସହର ସାଲୁଙ୍କି ନଦୀ କୂଳରେ ଅବସ୍ଥିତ ।

ଏ ଜେ ଓ ଉଚ୍ଚ ବିଦ୍ୟାଳୟ, ଫୁଲବାଣୀ


ଫୁଲବାଣୀଠାରୁ 5 କିମି ଦୂରରେ ଜବାହର ନବୋଦୟ ବିଦ୍ୟାଳୟ, ତୁଡିପାଜୁ, ଫୁଲବାଣୀ, କନ୍ଧମାଳ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଫୁଲବାଣୀ ସହରର ମୋଟ ଜନସଂଖ୍ୟା ୩୩୮୮୭ ।[୨] ସେଥି ମଧ୍ୟରୁ ୫୨.୮୧% ଜଣ ପରୁଷ ହୋଇଥିବା ବେଳେ ୪୭.୧୯% ଜଣ ନାରୀ ଅଟନ୍ତି । ଫୁଲବାଣୀର ସାକ୍ଷରତା ହାର ୭୬.୦୪% । ଏହା ଜାତୀୟ ହାରଠାରୁ -୧୧.୨୦% ପ୍ରତିଶତ କମ । ସେଥିରୁ ୪୩.୯୫% ପ୍ରତିଶତ ପୁରୁଷ ଓ ୩୨.୦୯% ନାରୀ ଅଟନ୍ତି । ୧୧.୭୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ପର୍ବପର୍ବାଣି

ନଗର ପରିକ୍ରମାରେ ପାଞ୍ଚ ଠାକୁରାଣୀ

ପ୍ରତି ଦୁଇବର୍ଷରେ ଥରେ ମା' ନାରାୟଣୀ ଠାକୁରାଣୀ ଯାତ୍ରା ମହାସମାରୋହରେ ପାଳନ କରାଯାଇଥାଏ । ଯାତ୍ରାର ପ୍ରଥମ ଦିନ ପୂର୍ବାହ୍ନରେ ମା'ଙ୍କ ଅସ୍ଥାୟୀ ମଣ୍ଡପ ଗମ୍ଭିରା ପ୍ରତିଷ୍ଠା କରାଯାଇ ଅପରାହ୍ନରେ ଏକ ପଟୁଆରରେ ଯାଇ ଗ୍ରାମଦେବୀ, ଅମଲାପଡାସ୍ଥିତ ମା' ବ୍ରାହ୍ମଣଦେବୀ, ଫୁଲବାଣୀସାହିସ୍ଥିତ ମା' ବରାଳଦେବୀ ଓ ନଦୀଖଣ୍ଡି ସାହିସ୍ଥିତ ବ୍ୟାଘ୍ରଦେବୀଙ୍କୁ ବରଣ କରିବା ପରେ ରାତ୍ରରେ ମା’ ନାରାୟଣୀଙ୍କୁ ନିମନ୍ତ୍ରଣ କରାଯାଇ ଏକ ବିରାଟ ପଟୁଆର ମଧ୍ୟରେ ହାଟପଦାସ୍ଥିତ ଅସ୍ଥାୟୀ ପୀଠକୁ ନିଆଯାଇଥାଏ ୤ ଅସ୍ଥାୟୀ ପୀଠରେ ପ୍ରତିଦିନ ନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ସନ୍ଧ୍ୟା ଆଳତୀ ହୋଇଥାଏ । ଗୁରୁବାର ଓ ଅମାବାସ୍ୟା ବ୍ୟତିତ ଯାତ୍ରା ଆରମ୍ଭରୁ ଶେଷ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟା ଆଳତୀ ପରେ ମା’ ନାରାୟଣୀ ନିଜ ପାର୍ଶ୍ୱଦେବୀମାନଙ୍କ ସହ ନଗର ଭ୍ରମଣ ପୂର୍ବକ ବିଭିନ୍ନ ସାହି ତଥା ବଜାର ଭ୍ରମଣ କରି ବିଳମ୍ବିତ ରାତ୍ରିରେ ନିଜ ଅସ୍ଥାୟୀ ପୀଠକୁ ଫେରିଥାନ୍ତି ୤ ଯାତ୍ରା ସମୟରେ ମାନସିକ ବେଶଧାରୀମାନେ ବିଭିନ୍ନ ବେଶରେ ବାହାରିଥାନ୍ତି ୤

ଭାଷା

ଓଡ଼ିଆ, ଫୁଲବାଣୀର ସରକାରୀ ଭାଷା ।

  • ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ମୁଖ୍ୟ ଭାଷା କୁଇ

ଆଧାର