ପ୍ୟାନିକ ଡିଜ‌ଅର୍ଡ଼ର

ପ୍ୟାନିକ ଡିଜ‌ଅର୍ଡ଼ର (Panic disorder) ଏକ ପ୍ରକାର ଉତ୍କଣ୍ଠା ବେମାରୀ (anxiety disorder) ଯେଉଁଥିରେ ବାରମ୍ବାର ପ୍ୟାନିକ ଆଟାକ (panic attack) ହୁଏ ।[୧] ପ୍ୟାନିକ ଆଟାକ ରୋଗରେ ହଠାତ ଅତ୍ୟଧିକ ଆତଙ୍କ (panic attack) ସୃଷ୍ଟି ହେବା ସ‌ହିତ ପାଲପିଟେସନ (palpitations), ଝାଳ ବୁହା, କମ୍ପନ, ଅଣନିଶ୍ୱାସୀ (shortness of breath), କାଲୁଆ ଓ କିଛି ଖରାପ ହେଉଥିବା ଅନୁଭବ ହୁଏ । [୧][୨] ଅଳ୍ପ କିଛି ମିନିଟ ମଧ୍ୟରେ ସର୍ବାଧିକ ଲକ୍ଷଣ ଦେଖାଯାଏ ।[୨] ଆଗାମୀ ଆକ୍ରମଣର ଚିନ୍ତା ଓ ପୂର୍ବରୁ ଯେଉଁ ସ୍ଥାନରେ ସେହି ରୋଗ ହୋଇଥିଲା, ସେହି ସ୍ଥାନ ଏଡ଼େଇବା ଚିନ୍ତା ଚାଲୁରହେ । [୧]

ପ୍ୟାନିକ ଡିଜ‌ଅର୍ଡ଼ର
କେହି ଜଣେ ପ୍ୟାନିକ ଆଟାକର (panic attack) ଶିକାର ହୋଇଥିବା ବେଳେ ଆଉ ଜଣେ ଲୋକ ତାହାକୁ ଆଶ୍ୱାସନା ଦେଉଛନ୍ତି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିPsychiatry
ଆଇସିଡ଼ି-୧୦F41.0
ଆଇସିଡ଼ି-୯-ସିଏମ୍300.01, 300.21
ଓଏମ୍‌ଆଇଏମ୍167870
ରୋଗ ଡାଟାବେସ30913
ମେଡ଼ିସିନ-ପ୍ଲସ000924
ଇ-ମେଡ଼ିସିନarticle/287913
Patient UKପ୍ୟାନିକ ଡିଜ‌ଅର୍ଡ଼ର
MeSHD016584

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ଅଧିକାଂଶ କେଶ୍‌ରେ ଏ ରୋଗ ପରିବାରରେ ଥାଏ ।[୩] ଏହାର ସଙ୍କଟ କାରକମାନଙ୍କ ନାମ: ଧୂମ୍ରପାନ (smoking), ମାନସିକ ଚାପ (psychological stress) ଓ ପିଲାଦିନର ଯାତନା (child abuse) ।[୨] ରୋଗ ନିର୍ଣ୍ଣୟ କଲାବେଳେ ଅନ୍ୟାନ୍ୟ ରୋଗ ଯେପରିକି ଅନ୍ୟ ମାନସିକ ରୋଗ, ହୃତ୍‌ପିଣ୍ଡ ରୋଗ (heart disease) ବା ହାଇପରଥାଇରଏଡିଜମ ରୋଗମାନଙ୍କର ଅନୁପସ୍ଥିତି ବିଷୟ ଦେଖିବାକୁ ପଡ଼େ ଓ ବ୍ୟବ‌ହାର କରୁଥିବା ଔଷଧ ବିଷୟ ବୁଝିବାକୁ ହୁଏ ।[୩][୨] ରୋଗୀ ସ୍ୱାସ୍ଥ୍ୟ ପ୍ରଶ୍ନମାଳା (questionnaire) ସାହାଯ୍ୟରେ ସ୍କ୍ରୀନିଙ୍ଗ କରାଯାଇପାରେ । [୪]

ସାଧାରଣତଃ ଏହି ରୋଗ ସାଇକୋଥେରାପି ବା କାଉନସେଲିଙ୍ଗ (counselling) ଓ ଔଷଧ ସାହାଯ୍ୟରେ (medications) ଚିକିତ୍ସା କରାଯାଏ ।[୩] ଅଧାରୁ ଅଧିକ କେଶ୍‌ରେ କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy) (CBT)) ଉତ୍କୃଷ୍ଟ ସାବ୍ୟସ୍ତ ହୁଏ ।[୩][୫] ଆଣ୍ଟିଡିପ୍ରେସାଣ୍ଟ (antidepressants) ଔଷଧ ଦିଆଯାଏ, ବେଳେବେଳେ ବେଞ୍ଜୋଡାଏଜେପିନ (benzodiazepines) ବା ବିଟାବ୍ଲକର (beta blockers) ଦିଆଯାଏ ।[୧][୩] ଚିକିତ୍ସା ଶେଷ ହେବା ପରେ ୩୦% ଲୋକଙ୍କର ରୋଗ ପ୍ରତ୍ୟାବର୍ତ୍ତନ କରେ ।[୫]

ପ୍ରାୟ ୨.୫% ଲୋକଙ୍କର ଜୀବନର କୌଣସି ସମୟରେ ପ୍ୟାନିକ ଡିଜ‌ଅର୍ଡ଼ର ସୃଷ୍ଟି ହୋଇପାରେ ।[୫] କୈଶୋର ବା ଯୌବନର ଆଦ୍ୟ ଭାଗରେ ଏହି ରୋଗ ସାଧାରଣତଃ ହେଉଥିଲେ ମଧ୍ୟ ଯେ କୌଣସି ବୟସରେ ହୋଇପାରେ ।[୩] ବୟସ୍କ ଓ ପିଲାଙ୍କଠାରେ ଏହି ରୋଗ ସାଧାରଣତଃ କମ ଦେଖାଯାଏ ।[୨] ପରୁଷଙ୍କ ଅପେକ୍ଷା ଅଧିକ ମହିଳାଙ୍କୁ ରୋଗ ହୁଏ ।[୩]

Video explanation

ଆଧାର