ପ୍ରେମ ସବୁଠୁ ବଳବାନ
- ପୃଷ୍ଠା
- ଆଲୋଚନା
ପ୍ରେମ ସବୁଠୁ ବଳବାନ | |
---|---|
ନିର୍ଦ୍ଦେଶକ | ଅରୁଣ ମହାନ୍ତି |
ପ୍ରଯୋଜକ | ମୀନା ମହାନ୍ତି |
ସଂଳାପ | ଶୀର୍ଷାନନ୍ଦ ଦାସ କାନୁନ୍ଗୋ, ଅରୁଣ ମହାନ୍ତି |
କାହାଣୀ | ଚିତ୍ତରଞ୍ଜନ ପୃଷ୍ଟି, ରମେଶ ରାଉତ |
କଳାକାର | ଦୁଷ୍ମନ୍ତ ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ, ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ହର ପଟ୍ଟନାୟକ, ଇଲୁ ବାନାର୍ଜୀ, ପ୍ରଦ୍ୟୁମ୍ନ ଲେଙ୍କା, ଅକ୍ଷୟ ବସ୍ତିଆ, ଅଶୋକ ଦାସ |
ସଙ୍ଗୀତ | ଅରୁଣ ମହାନ୍ତି |
ଚିତ୍ରଗ୍ରହଣ | ରବି, ଅମ୍ରେଶ ସ୍ୱାଇଁ |
ସମ୍ପାଦକ | ଅଶୋକ ଶର୍ମା |
ମୁକ୍ତିଲାଭ ତାରିଖ | ୧୭ ମଇ ୨୦୧୩ |
କଥାଚିତ୍ରର ସମୟ | ୧୬୪ ମିନିଟ୍ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପ୍ରେମ ସବୁଠୁ ବଳବାନ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଅରୁଣ ମହାନ୍ତି । ଅରୁଣ ମହାନ୍ତି ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଶୀର୍ଷାନନ୍ଦ ଦାସ କାନୁନ୍ଗୋଙ୍କ ସହ ଏହାର ସଂଳାପ ରଚନା କରିଥିଇଲେ ।
ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନ୍ୟ କରିଥିଲେ ଦୁଷ୍ମନ୍ତ ପଣ୍ଡା ଏବଂ ବର୍ଷା ପ୍ରିୟଦର୍ଶିନୀ ।[୧] ପ୍ରଥମେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅରିନ୍ଦମ ରାୟଙ୍କ ନିଆଯାଇଥିଲା । ସେତେବେଳେ ଏହି ଚଳଚ୍ଚିତ୍ରଟିର ଶୀର୍ଷକ 'ସ୍ୱର୍ଗଦ୍ୱାର ସାକ୍ଷୀ' ରଖାଯାଇଥିଲା ।[୨] ମାତ୍ର ଅରିନ୍ଦମ ଏହି ଚଳଚ୍ଚିତ୍ରରୁ ଓହରିଯିବା ପରେ ଦୁଷ୍ମନ୍ତଙ୍କୁ ନାୟକ ରୂପେ ନିଆଯାଇଥିଲା ଏବଂ ଚଳଚ୍ଚିତ୍ରଟିର ଶୀର୍ଷକ ପ୍ରେମ ସବୁଠୁ ବଳବାନକୁ ବଦଳାଇଦିଆଯାଇଥିଲା ।[୩]
ଏହି ଚଳଚ୍ଚିତ୍ରର ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[୧]
ଓଡ଼ିଆଚଳଚ୍ଚିତ୍ର 'ପ୍ରେମ ସବୁଠୁ ବଳବାନ'ରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:
ଗୀତିକାର: ଅରୁଣ ମହାନ୍ତି