ପ୍ରେମ ରୋଗୀ
- ପୃଷ୍ଠା
- ଆଲୋଚନା
ପ୍ରେମ ରୋଗୀ | |
---|---|
ନିର୍ଦ୍ଦେଶକ | ଅଶୋକ ପତି[୧] |
ପ୍ରଯୋଜକ | ନାରାୟଣ ନାୟକ, ସୁନୀତା ନରେନ୍ଦ୍ର ସିଂହ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ଅଶୋକ ପତି |
କାହାଣୀ | ଅଶୋକ ପତି |
କଳାକାର | ବୁଦ୍ଧାଦିତ୍ୟ ମହାନ୍ତି ବର୍ଷା ପ୍ରିୟଦର୍ଶିନୀ ସିଦ୍ଧାନ୍ତ ମହାପାତ୍ର ବବି ମିଶ୍ର ଅର୍ପିତା ମୁଖାର୍ଜୀ ପିଣ୍ଟୁ ନନ୍ଦ |
ସଙ୍ଗୀତ | ପ୍ରଶାନ୍ତ ପାଢ଼ୀ |
ଚିତ୍ରଗ୍ରହଣ | ସୀତାଂଶୁ ମହାପାତ୍ର |
ସମ୍ପାଦକ | ସୁଶାନ୍ତ ମଣି |
ମୁକ୍ତିଲାଭ ତାରିଖ | ୨୦୦୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପ୍ରେମ ରୋଗୀ, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ନାୟକ[୨] ଏବଂ ସୁନୀତା ନରେନ୍ଦ୍ର ସିଂହ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୩] ଅଶୋକ ପତି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪][୫]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବୁଦ୍ଧାଦିତ୍ୟ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ।[୨] ସିଦ୍ଧାନ୍ତ ମହାପାତ୍ର, ବବି ମିଶ୍ର, ଅର୍ପିତା ମୁଖାର୍ଜୀ, ପିଣ୍ଟୁ ନନ୍ଦ, ସନ୍ତୋଷ ଭୂୟାଁ, ହାଡ଼ୁ, ବିଭୁ କିଶୋର, ସବ୍ୟସାଚୀ ମିଶ୍ର, ପ୍ରଶାନ୍ତ ପାଢ଼ୀ, ରାକ୍ଷୀ, ଜୀନା ସାମଲ, ସୁମନ, ଥିନ୍ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ । ବସନ୍ତରାଜ ସାମଲ, ନିର୍ମଳ ନାୟକ, ରଜନୀ ରଞ୍ଜନ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ବିଭୁ କିଶୋର, କ୍ରିଷ୍ଣା, ତପୁ ମିଶ୍ର, ଉଦିତ ନାରାୟଣ, ଟି. ସୌରୀ, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
କ୍ରମ | ଗୀତ | ସମୟ |
---|---|---|
1. | "ତୋ ପ୍ରେମର ଜହର" | |
2. | "ସମୟ ସାଧିଲା ଦାଉ" | |
3. | "ସାବେନି ରଙ୍ଗ ଝିଅ ତୋର ସାବୁନ ଲୋଡ଼ା ନାହିଁ" | |
4. | "ମୋ ଆଖିରେ ତୋ ପାଇଁ ପ୍ରେମ" | |
5. | "ମିଛି କୁହଡ଼ିରେ" | |
6. | "ଆଜି ମୁଁ କହୁଚି ତତେ କହିବି କହିବି" |