ପ୍ରେଡନିସୋନ

ଏକ ଯୌଗିକ ରାସାୟନିକ ପଦାର୍ଥ ଓ ଔଷଧ

ପ୍ରେଡନିସୋନ (ଇଂରାଜୀ ଭାଷାରେ Prednisone) ଏକ ଗ୍ଲୁକୋକର୍ଟିକଏଡ (glucocorticoid) ଔଷଧ ଯାହା ଇମ୍ମ୍ୟୁନିଟି ସିସ୍ଟମ‌କୁ କମେଇଦେଇ (suppress the immune system) ଆଜ୍‌ମା, ସିଓପିଡି ଓ ରିଉମାଟୋଲୋଜିକ (rheumatologic disease) ରୋଗମାନଙ୍କରେ ହେଉଥିବା ପ୍ରଦାହ (inflammation) କମ୍ କରିଦିଏ ।[୨] କର୍କଟ ରୋଗ ଜନିତ ଅଧିକ ରକ୍ତ କ୍ୟାଲସିଅମ (high blood calcium) ଓ ଅନ୍ୟାନ୍ୟ ସ୍ଟିରଏଡ ସ‌ହିତ ଆଡ୍ରେନାଲ ଇନସଫିସିଏନ୍ସି (adrenal insufficiency) ରୋଗରେ ଦିଆଯାଏ । [୨] ଏହା ପାଟିରେ ଦିଆଯାଏ ।[୨]

ପ୍ରେଡନିସୋନ
Clinical data
Trade namesDeltasone, Liquid Pred, Orasone, Adasone, others
AHFS/Drugs.commonograph
MedlinePlusa601102
Pregnancy
category
  • AU: A
  • US: C (Risk not ruled out)
Routes of
administration
By mouth
ATC code
Legal status
Legal status
  • AU: S4 (Prescription only)
  • US: ℞-only
Pharmacokinetic data
Bioavailability70%
Metabolismprednisolone (liver)
Elimination half-life3 to 4 hours in adults. 1 to 2 hours in children[୧]
ExcretionRenal
Identifiers
IUPAC name
  • 17,21-dihydroxypregna-1,4-diene-3,11,20-trione
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.147 Edit this at Wikidata
Chemical and physical data
FormulaC21H26O5
Molar mass358.428 g/mol
3D model (JSmol)
Melting point230 °C (446 °F)
SMILES
  • O=C(CO)[C@@]3(O)CC[C@H]2[C@@H]4CC\C1=C\C(=O)\C=C/[C@]1(C)[C@H]4C(=O)C[C@@]23C
InChI
  • InChI=1S/C21H26O5/c1-19-7-5-13(23)9-12(19)3-4-14-15-6-8-21(26,17(25)11-22)20(15,2)10-16(24)18(14)19/h5,7,9,14-15,18,22,26H,3-4,6,8,10-11H2,1-2H3/t14-,15-,18+,19-,20-,21-/m0/s1 checkY
  • Key:XOFYZVNMUHMLCC-ZPOLXVRWSA-N checkY
 ☒NcheckY (what is this?)  (verify)

ପ୍ରେଡନିସୋନ ଦୀର୍ଘକାଳ ଧରି ବ୍ୟବ‌ହାର କଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପରଳ, ଓଷ୍ଟିଓପୋରୋସିସ, ସ‌ହଜରେ ବ୍ରୁଇସିଙ୍ଗ (bruising), ମାଂସପେଶୀ ଦୌରବଲ୍ୟ ଓ ଓରାଲ କାଣ୍ଡିଡିଆସିସ (thrush) ହୋଇପାରେ ।[୨] ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ଓଜନ ବୃଦ୍ଧି, ଫୁଲା, ଅଧିକ ରକ୍ତ ଶର୍କରା (high blood sugar), ଅଧିକ ସଂକ୍ରମଣ ସଙ୍କଟ ଓ ସାଇକୋସିସ ହୋଇପାରେ ।[୩][୨] ଗର୍ଭାବସ୍ଥାରେ ଏହା ବିପଦମୁକ୍ତ ବିବେଚନା କରାଯାଏ ଓ ଅଳ୍ପ ମାତ୍ରାରେ ସ୍ତନ୍ୟପାନ (breastfeeding) ସମସୟରେ ମଧ୍ୟ ବିପଦ ରହେନି । [୪] ଏହି ଔଷଧର ଦୀର୍ଘ ସମୟ ଧରି ବ୍ୟବ‌ହାର କଲାପରେ ବନ୍ଦ କରିବାକୁ ହେଲେ ଧୀରେ ଧିରେ ମାତ୍ରା କମେଇ ବନ୍ଦ କରାଯାଏ । [୨]

ପ୍ରେଡନିସୋନ ଯକୃତରେ ପରିବର୍ତ୍ତୀତ ହୋଇ ପ୍ରେଡନିସୋଲୋନରେ ପରିଣତ ହେଲା ପରେ ସକ୍ରିୟ ହୁଏ ।[୫][୬] ଏହି ପ୍ରେଡନୋସୋଲୋନ ତାପରେ ଗ୍ଲୁକୋକର୍ଟିକଏଡ (glucocorticoid receptor) ସ‌ହିତ ଅନୁବନ୍ଧିତ ହୁଏ ଓ ତାଙ୍କୁ ସକ୍ରିୟ କରେ ତ‌ଥା ଜିନ ଏକ୍ସପ୍ରେସନ (gene expression) କରିବାକୁ ଟ୍ରିଗର କରେ ।[୩]

ପ୍ରେଡନିସୋନ ସନ ୧୯୫୪ରେ ପେଟେଣ୍ଟ ହେବାପରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସନ ୧୯୫୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୨][୭] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ସନ ୨୦୧୮ରେ ୦.୩୦ ଡଲାରରୁ କମ୍ ଥିଲା ।[୮] ସେଠାରେ ସନ ୨୦୧୬ରେ ଏହାର ୨୩ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାର ୩୧ତମ ସ୍ଥାନରେ ଥିଲା ।[୯]

ଏହା ମଧ୍ୟ ଦେଖନ୍ତୁ

ଆଧାର

ବାହ୍ୟ ଲିଙ୍କ