ପ୍ରସବ ପର ଅବସାଦ
ପ୍ରସବ ପର ଅବସାଦ (ଇଂରାଜୀ ଭାଷାରେ Postpartum depression ବା PPD) ଅନ୍ୟ ନାମ ପୋଷ୍ଟନାଟାଲ ଡିପ୍ରେସନ (postnatal depression) ଏକ ପ୍ରକାର ମନୋଦଶା ବେମାରୀ (mood disorder) ଯାହା ପ୍ରସବ ପରେ ଦେଖାଯାଏ ଓ ଉଭୟ ପୁରୁଷ ଓ ମହିଳାମାନେ ଆକ୍ରାନ୍ତ ହୁଅନ୍ତି ।[୧][୩] ଅତ୍ୟନ୍ତ ବିଷାଦ, ଥକ୍କାଣ (low energy), ଉତ୍କଣ୍ଠା (anxiety), ଶୟନ ଓ ଖାଦ୍ୟ ଗ୍ରହଣର ପରିବର୍ତ୍ତନ, ସମୟ ସମୟରେ କ୍ରନ୍ଦନ, ଚିଡ଼ଚିଡ଼ା ସ୍ୱଭାବ ଆଦି ଲକ୍ଷଣମାନ ଦେଖାଯାଆନ୍ତି ।[୧] ପ୍ରସବର ଏକ ସପ୍ତାହରୁ ଏକ ମାସ ମଧ୍ୟରେ ଏହି ସମସ୍ୟା ଦେଖାଯାଏ ।[୧] ଏହି ରୋଗଦ୍ୱାରା ଏକ ବିଯୁକ୍ତାତ୍ମକ ପ୍ରଭାବ ଶିଶୁ ଉପରେ ପଡ଼େ । [୨]
ପ୍ରସବ ପର ଅବସାଦ, ଇଂରାଜୀ ଭାଷାରେ ପୋଷ୍ଟପାର୍ଟମ ଡିପ୍ରେସନ (Postpartum depression) | |
---|---|
ପୋଷ୍ଟନାଟାଲ ଡିପ୍ରେସନ (Postnatal depression) | |
ବିଭାଗ | ମାନସିକ ରୋଗ ଚିକିତ୍ସା ବିଜ୍ଞାନ (Psychiatry) |
ଲକ୍ଷଣ | ଅତିଶୟ ଦୁଃଖ, ଥକ୍କାଣ (low energy), ଉତ୍କଣ୍ଠା (en:anxiety), ଶୟନ ଓ ଖାଦ୍ୟ ଗ୍ରହଣ ପରିବର୍ତ୍ତନ, ସମୟ ସମୟରେ କ୍ରନ୍ଦନ, ଚିଡ଼ଚିଡ଼ା ସ୍ୱଭାବ ।[୧] |
ଆକ୍ରାନ୍ତ ସମୟ | ପ୍ରସବ ପର କିଛି ସପ୍ତାହରୁ କିଛି ମାସ ।[୧] |
କାରଣ | ଅସ୍ପଷ୍ଟ[୧] |
ବିପଦ କାରକ | ପ୍ରସବ ପୂର୍ବବର୍ତ୍ତୀ ଅବସାଦ, ବାଇପୋଲାର ଡିଜଅଡର, ପାରିବାରିକ ପ୍ରମୁଖ ଅବସାଦ ବେମାରୀର ଇତିହାସ, ସାଇକୋଲୋଜିକାଲ ସ୍ଟ୍ରେସ (psychological stress), ପ୍ରସବ ଜନିତ ଜଟିଳତା (complications of childbirth), ଘରୋଇ ସାହାଯ୍ୟର ଅଭାବ, ଡ୍ରଗ ୟୁଜ ଡିଜଅର୍ଡ଼ର (drug use disorder)[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଦେଖି ନିର୍ଣ୍ଣୟ କରାଯାଏ [୨] |
ସଠିକ ରୋଗ ନିର୍ଣ୍ଣୟ | ମ୍ୟାଟରନିଟି ବ୍ଲୁ (Baby blues)[୧] |
ଚିକିତ୍ସା | କାଉନସେଲିଙ୍ଗ (Counselling), ଔଷଧ[୨] |
ପୁନଃପୌନିକ | ~ପ୍ରସବ ସଂଖ୍ୟାର ୧୫% [୧] |
ପ୍ରସବ ପର ଅବସାଦ ରୋଗର ସଠିକ୍ କାରଣ ଅଜ୍ଞାତ ଅଛି । ଏହା ଶାରୀରିକ ଓ ମାନସିକ କାରକମାନଙ୍କଦ୍ୱାରା ହେଉଥିବା ସମ୍ଭାବନା ଅଛି ।[୧] ହରମୋନ ପରିବର୍ତ୍ତନ ଓ ନିଦ୍ରା ଅଭାବ (sleep deprivation) ଯୋଗୁ ଏହା ହୋଇପାରେ । [୧] ପ୍ରସବ ପୂର୍ବବର୍ତ୍ତୀ ଅବସାଦ, ବାଇପୋଲାର ଡିଜଅଡର, ପାରିବାରିକ ପ୍ରମୁଖ ଅବସାଦ ବେମାରୀର ଇତିହାସ, ସାଇକୋଲୋଜିକାଲ ସ୍ଟ୍ରେସ (psychological stress), ପ୍ରସବ ଜନିତ ଜଟିଳତା (complications of childbirth), ଘରୋଇ ସାହାଯ୍ୟର ଅଭାବ, ଡ୍ରଗ ୟୁଜ ଡିଜଅର୍ଡ଼ର (drug use disorder) ଇତ୍ୟାଦି ଯୋଗୁ ଏହି ସଙ୍କଟ ସୃଷ୍ଟି ହୋଇପାରେ ।[୧] ଲକ୍ଷଣ ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଇପାରେ ।[୨] ଅଧିକାଂଶ ମହିଳା ସାମୟିକ ଚିନ୍ତାଗ୍ରସ୍ତ ହୋଇପଡ଼ନ୍ତି, କିନ୍ତୁ ଏହି ଅବସ୍ଥା ଗୁରୁତର ହେଲେ ଓ ୨ ସପ୍ତାହରୁ ଅଧିକ ରହିଲେ ଏହି ରୋଗ ସନ୍ଦେହ ହୋଇଯାଏ ।[୧]
ଏହି ରୋଗ ସଙ୍କଟ ଥିବା ମହିଳାଙ୍କର ପ୍ରତିଷେଧ ନିମନ୍ତେ ମନୋସାମାଜିକ ସାହାଯ୍ୟ ଆବଶ୍ୟକ ।[୪] ରୋଗୀମାନଙ୍କୁ କାଉନସେଲିଙ୍ଗ (counseling) ବା ଔଷଧ ଦେଇ ଚିକିତ୍ସା କରାଯାଏ ।[୨] ସାହାଯ୍ୟକାରୀ ହେଉଥିବା ୩ ପ୍ରକାର କାଉନସେଲିଙ୍ଗ ନାମ ଯଥାକ୍ରମେ ଇଣ୍ଟରପରସୋନାଲ ସାଇକୋଥେରାପି (interpersonal psychotherapy ବା IPT), କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy ବା CBT) ଓ ସାଇକୋଡାଇନାମିକ ଥେରାପି (psychodynamic therapy) ।[୨] ଟେଣ୍ଟାଟିଭ ସେରୋଟୋନିନ ରିଅପଟେକ ଇନହିବିଟର (selective serotonin reuptake inhibitors ବା SSRIs) ଔଷଧ ଦେଲେ କିଛି ସାହାଯ୍ୟ ହେଉଥିବା ପ୍ରମାଣ ମିଳୁଛି ।[୨]
ପ୍ରାୟ ୧୫% ଗର୍ଭବତୀ ମହିଳା ପ୍ରସବ ପର ଅବସାଦ ରୋଗର ଶିକାର ହୁଅନ୍ତି ।[୧][୨] ଏହି ମନୋଦଶା ବେମାରୀ ୧ରୁ ୨୬% ନୂତନ ପିତାଙ୍କୁ ଆକ୍ରମଣ କରେ ।[୩] ଏହାର ଏକ ସାଂଘାତିକ ଆକାର ରୋଗର ନାମ ପୋଷ୍ଟପାର୍ଟମ ସାଇକୋସିସ (Postpartum psychosis) ଯାହା ପ୍ରସବ ପରେ ୧୦୦୦ ମହିଳାଙ୍କ ମଧ୍ୟରୁ ୧ରୁ ୨ଜଣଙ୍କୁ ଆକ୍ରମଣ କରେ ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ପୋଷ୍ଟପାର୍ଟମ ସାଇକୋସିସ ଯୋଗୁ ୧୦୦,୦୦୦ ଜନ୍ମରେ ୮ ଜଣ ଏକ ବର୍ଷ ବୟସରୁ କମ୍ ବୟସ୍କ ଶିଶୁଙ୍କୁ ହତ୍ୟା (murder of children less than one year of age) କରାଯାଏ ।[୬]
ଆଧାର
External links
ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |
- ପ୍ରସବ ପର ଅବସାଦ at Curlie
- "Depression during and after pregnancy fact sheet". Womenshealth.gov. 6 March 2009. Archived from the original on 1 March 2012. Retrieved 2 March 2018.
- Postnatal Depression, information from the mental health charity The Royal College of Psychiatrists
- NHS Choices Health A-Z: Postnatal depression