ପ୍ରଫୁଲ୍ଲ କୁମାର ତ୍ରିପାଠୀ
ପ୍ରଫୁଲ୍ଲ କୁମାର ତ୍ରିପାଠୀ (ଜନ୍ମ : ୨୫ ଅଗଷ୍ଟ ୧୯୪୫) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ସାହିତ୍ୟିକ ଓ ଭାଷାବିତ ଅଟନ୍ତି । ତ୍ରିପାଠୀ ସମାଜରେ ଦେଖାଦେଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ନିଜ ଲେଖନୀ ଚାଳନା କରିଛନ୍ତି । ସେହିପରି ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ସେ ବହୁ ପୁସ୍ତକ ରଚନା କରିଛନ୍ତି । ୧୯୭୯ ମସିହାରେ ନିଜ କ୍ଷୁଦ୍ରଗଳ୍ପ ପୁସ୍ତକ "ନିଜ ସିଂହାସନ" ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧] ଅଧ୍ୟାପନାକୁ ବୃତ୍ତିଭାବରେ ଗ୍ରହଣ କରି, ସେ ସେବାନିବୃତ ହୋଇସାରିଛନ୍ତି ।
ପ୍ରଫୁଲ୍ଲ କୁମାର ତ୍ରିପାଠୀ | |
---|---|
ଜନ୍ମ | ଭଟଲି | ୨୫ ଅଗଷ୍ଟ ୧୯୪୫
ଜାତୀୟତା | ଭାରତୀୟ |
ପିତାମାତା(s) | ଗୌରାଙ୍ଗ ତ୍ରିପାଠୀ, ରୁକ୍ମିଣୀ ତ୍ରିପାଠୀ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ପରିବାର
ପ୍ରଫୁଲ୍ଲଙ୍କ ପିତାଙ୍କ ନାମ ଗୌରାଙ୍ଗ ତ୍ରିପାଠୀ ଓ ମାତାଙ୍କ ନାମ ରୁକ୍ମିଣୀ ତ୍ରିପାଠୀ ଥିଲା । ତାଙ୍କର ଅନ୍ୟ ଦୁଇ ଭାଇଙ୍କ ନାମ ପ୍ରମୋଦ କୁମାର ତ୍ରିପାଠୀ ଓ ପ୍ରଦୀପ କୁମାର ତ୍ରିପାଠୀ । ସ୍ୱର୍ଗତ ପ୍ରମୋଦ ଜଣେ ନାଟ୍ୟକାର ଥିଲେ । ତାଙ୍କର ତିନି ଭଉଣୀଙ୍କ ନାମ ବାବି, ମାମି ଓ ଲିଲି ।[୨]
ରଚନାବଳୀ
ପ୍ରଫୁଲ୍ଲଙ୍କର ପ୍ରଥମ ଛପାଯାଇଥିବା କବିତା ଥିଲା କ୍ଷଣଭଙ୍ଗୁର ଜୀବନ । ଏହା ୧୯୫୮ ମସିହାରେ ତାଙ୍କ ସ୍କୁଲର ବାର୍ଷିକ ପତ୍ରିକା ଉଷାରେ ପ୍ରକାଶ ପାଇଥିଲା । ୧୯୬୫ ମସିହାରେ ତାଙ୍କର ପ୍ରଥମ ବହି ଅନ୍ୟ ଇଲାକା ଓ ଅନ୍ୟାନ୍ୟ କବିତା ପ୍ରକାଶ ପାଇଥିଲା । ୧୯୮୭ ମସିହାରେ ସମଲପୁରି ଓଡ଼ିଆ ଶବ୍ଦକୋଷ ପ୍ରକାଶ ପାଇଥିଲା । ଦୀନନାଥ ପାଠୀଙ୍କ ଅବନ୍ତି ପୁସ୍ତକକୁ ସେ ଅନୁବାଦ କରିଥିଲେ ।
ଗଳ୍ପ
- ଚଢ଼ାଉତୁରା
- ଆୟତନ
- ସ୍ଥିରଗତି
- ନିଜ ସିଂହାସନ
- ମିଠା ମିଛ
ଭାଷା ଓ ବ୍ୟକରଣ ସମ୍ବନ୍ଧିତ
- ଶବ୍ଦକୋଷ
- ଶବ୍ଦଗଠକ କୋଷ
- ଅର୍ଥବୋଧ
- ଶବ୍ଦବୋଧ
- ବର୍ଣ୍ଣ ବିଧାନ
- ଭାଷା ଭାବନା
- ସମଲପୁରି ଓଡ଼ିଆ ଶବ୍ଦକୋଷ
- ସମଲପୁରି କୋଶଳି ବ୍ୟାକରଣ[୩]
ଅନ୍ୟାନ୍ୟ
ସମ୍ମାନ ଓ ପୁରସ୍କାର
- କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ - ୨୦୧୭[୮]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୭୯(ନିଜ ସିଂହାସନ ପାଇଁ)