ପ୍ରଦୀପ କୁମାର ପାଣିଗ୍ରାହୀ

ଓଡ଼ିଆ ରାଜନୀତିଜ୍ଞ

ପ୍ରଦୀପ କୁମାର ପାଣିଗ୍ରାହୀ (ଜନ୍ମ: ୪ ମାର୍ଚ୍ଚ ୧୯୬୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଲୋକସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି ।୨୦୨୪ ସାଧାରଣ ନିର୍ବାଚନରେ ସେ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ସାଂସଦ ଭାବେ ନିର୍ବାଚିତ ହୋଇ କାର୍ଯ୍ୟରତ ଅଛନ୍ତି । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୋପାଳପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ପ୍ରଦୀପ କୁମାର ପାଣିଗ୍ରାହୀ
ସାଂସଦ ୧୮ଶ ଲୋକ ସଭା
କାର୍ଯ୍ୟକାଳ
୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀଚନ୍ଦ୍ରଶେଖର ସାହୁ
ନିର୍ବାଚନ ମଣ୍ଡଳୀବ୍ରହ୍ମପୁର
ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୨୪
ପୂର୍ବ ଅଧିକାରୀତ୍ରିନାଥ ବେହେରା
ପର ଅଧିକାରୀବିଭୂତି ଭୂଷଣ ଜେନା
ନିର୍ବାଚନ ମଣ୍ଡଳୀଗୋପାଳପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1963-04-03) ୩ ଅପ୍ରେଲ ୧୯୬୩ (ବୟସ ୬୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ବିଜୁ ଜନତା ଦଳ (ନଭେମ୍ବର ୨୦୨୦ ଯାଏଁ)
ଜୀବନ ସାଥୀସୁଜାତା ପାଣିଗ୍ରାହୀ
ବାପା/ବୋଉସୁମନାଥ ପାଣିଗ୍ରାହୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ ପରିବାର ଓ ଶିକ୍ଷା

ପ୍ରଦୀପ ୧୯୬୩ ମସିହାର ମାର୍ଚ୍ଚ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୋମନାଥ ପାଣିଗ୍ରାହୀ ଓ ପତ୍ନୀଙ୍କ ନାମ ସୁଜାତା ପାଣିଗ୍ରାହୀ ।[୨]

ରାଜନୈତିକ ଜୀବନ

ପ୍ରଦୀପ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର ରାଜନେତା ଭାବରେ କାର୍ଯ୍ୟ କରୁଛନ୍ତି । ପୁର୍ବରୁ ସେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ବିଜେଡିରୁ ତାଙ୍କୁ ବହିଷ୍କାର କରାଯିବା ପରେ, ୨୨ ଫେବୃଆରୀ ୨୦୨୪ରେ, ସେ ବିଜେପିରେ ଯୋଗ ଦେଇଥିଲେ ।[୩] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୨]

୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ବ୍ରହ୍ମପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୪] ଏହି ନିର୍ବାଚନରେ, ସେ ସମୁଦାୟ ୫,୧୩,୧୦୨ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ୧,୬୫,୪୭୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୫]

ବିଧାନସଭା ସଭ୍ୟ ବିବରଣୀ

ଆରମ୍ଭଶେଷପଦବୀନିର୍ବାଚନ ମଣ୍ଡଳୀଦଳ
୨୦୦୯୨୦୧୪୧୪ଶ ଓଡ଼ିଶା ବିଧାନ ସଭାଗୋପାଳପୁରବିଜୁ ଜନତା ଦଳ
୨୦୧୪୨୦୧୯୧୫ଶ ଓଡ଼ିଶା ବିଧାନ ସଭାଗୋପାଳପୁରବିଜୁ ଜନତା ଦଳ
୨୦୧୯୨୦୨୪୧୬ଶ ଓଡ଼ିଶା ବିଧାନ ସଭାଗୋପାଳପୁରବିଜୁ ଜନତା ଦଳ

ଲୋକସଭା ସାଂସଦ ବିବରଣୀ

ଆରମ୍ଭଶେଷପଦବୀନିର୍ବାଚନ ମଣ୍ଡଳୀଦଳ
୨୦୨୪ଏବେଯାଏଁ୧୮ଶ ଲୋକ ସଭାବ୍ରହ୍ମପୁରଭାରତୀୟ ଜନତା ପାର୍ଟି

ବିବାଦ

ଦୁର୍ନିତି ଅଭିଯୋଗରେ ପ୍ରଦୀପଙ୍କୁ ୨୯ ନଭେମ୍ବର ୨୦୨୦ରେ ବିଜେଡିରୁ ବହିଷ୍କାର କରାଯାଇଥିଲା ।[୬] ସେ ତାଙ୍କର ହେବାକୁ ଥିବା ଜ୍ୱାଇଁ ପ୍ରଦୀପ ପାଠକଙ୍କ ସହ ମିଶି ଠକେଇ ଅଭିଯୋଗରେ ମଧ୍ୟ ଗିରଫ ହୋଇଥିଲେ ।[୭]

ଆଧାର

ବାହାର ଆଧାର

  • ଉଇକିମିଡ଼ିଆ କମନ୍ସରେ Pradeep Kumar Panigrahy-ସମ୍ପର୍କିତ ମିଡ଼ିଆ