ପ୍ରଣବ ପଟ୍ଟନାୟକ

ଓଡ଼ିଆ ଗାୟକ ଓ ସଂଗୀତକାର

ପ୍ରଣବ ପଟ୍ଟନାୟକ (ଜନ୍ମ: ୨୦ ଜାନୁଆରୀ ୧୯୩୮)[୧] ଜଣେ ଓଡ଼ିଆ ସଙ୍ଗୀତକାର ଓ ଗାୟକ ।[୨] ପିତା ଲାଲମୋହନ ପଟ୍ଟନାୟକଙ୍କଠାରୁ ପ୍ରେରଣା ପାଇ, ସେ ବାଲ୍ୟକାଳରୁ ହିଁ ସଂଗୀତ ପ୍ରତି ଆକୃଷ୍ଟ ହୋଇଥିଲେ ଓ ଗୁରୁ କୁନାଳ ଆଦୀନାରାୟଣ ରାଓଙ୍କଠାରୁ ସଂଗୀତ ଶିକ୍ଷାଗ୍ରହଣ କରିଥିଲେ ।

ପ୍ରଣବ ପଟ୍ଟନାୟକ
ଭୁବନେଶ୍ୱରର ଜୟଦେବ ଭବନରେ ସଙ୍ଗୀତ ପରିବେଷଣ କରୁଥିବା ବେଳେ ପଟ୍ଟନାୟକ, ୨୦୧୪
ଜନ୍ମ
ପ୍ରଣବ କିଶୋର ପଟ୍ଟନାୟକ

(1938-01-20) ୨୦ ଜାନୁଆରୀ ୧୯୩୮ (ବୟସ ୮୬)
ଜାତୀୟତାଭାରତୀୟ
ପ୍ରସିଦ୍ଧିଓଡ଼ିଆ ଗାୟକ ଓ ସଂଗୀତକାର
ପିତାମାତାଲାଲ ମୋହନ ପଟ୍ଟନାୟକ (ବାପା)
ସମ୍ପର୍କୀୟସୁଧାଂଶୁମାଳିନୀ ରାୟ (ଭଉଣୀ)
ପୁରସ୍କାରଜୟଦେବ ପୁରସ୍କାର

ବ୍ୟକ୍ତିଗତ ଜୀବନ

ସେ ୧୯୩୮ ମସିହାର ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଲାଲ ମୋହନ ପଟ୍ଟନାୟକ ଜଣେ ସ୍ୱାଧିନତା ସଂଗ୍ରାମୀ, ସାହିତ୍ୟିକ ଓ ରାଜନେତା ଥିଲେ, ଯିଏକି ସ୍ୱାଧୀନତା ପୂର୍ବର ଓଡ଼ିଶା ବିଧାନ ସଭାର ଜଣେ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।[୩] ତାଙ୍କ ଭଉଣୀ ସୁଧାଂଶୁମାଳିନୀ ରାୟ ମଧ୍ୟ ରାଜନୀତିରେ ସକ୍ରିୟ ଥିଲେ ଏବଂ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪]

କର୍ମଜୀବନ

୧୯୫୮ ମସିହାରେ,ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ମା'ରେ ସେ ପ୍ରଥମ ଥର ପାଇଁ ଗାଇବାର ସୁଯୋଗ ପାଇଥିଲେ । ଶ୍ରୀ ଲୋକନାଥ, ସୂର୍ଯ୍ୟମୁଖୀ, ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ଚିହ୍ନା ଅଚିହ୍ନା, ବତୀଘର ଆଦି ଚଳଚ୍ଚିତ୍ର ତାଙ୍କୁ ଲୋକପ୍ରିୟତାର ଶିଖରରେ ପହଞ୍ଛାଇ ପାରିଥିଲା । ଚଳଚ୍ଚିତ୍ର ଜୀବନରେ ସେ ବହୁ ଜାତୀୟସ୍ଥରର କଳାକାରମାନଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ସେମାନଙ୍କ ମଧ୍ୟରେ ଭୁପିନ୍ଦର ସିଂହ, ନିର୍ମଳା ମିଶ୍ର, ଉଷା ମଙ୍ଗେସକର, ବାଣୀ ଜୟରାମ, ଏସ. ଜାନକୀ ପ୍ରମୁଖ ଅନ୍ୟତମ । ପ୍ରାୟ ୨୦୦ ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିସାରିଛନ୍ତି ।

ଅଣଚଳଚ୍ଚିତ୍ର ସଙ୍ଗୀତରେ ମଧ୍ଯ ତାଙ୍କର ଗୁରୁତ୍ୱପୂର୍ଣ ଯୋଗଦାନ ରହିଛି। ବେତାର, ଦୂରଦର୍ଶନ ଓ ଆଲବମ ମାଧ୍ୟମରେ ସେ ବହୁ ଭଜନ ଓ ଆଧୁନିକ ସଙ୍ଗୀତ ଓଡ଼ିଆ ଶ୍ରୋତାମାନଙ୍କୁ ଭେଟିଦେଇଛନ୍ତି । ୧୯୯୨ ମସିହାରେ ତାଙ୍କର ପ୍ରଥମ ଗଜଲ ଆଲବମ, ଶବ୍-ଏ-ଗଜଲ ମୁକ୍ତିଲାଭ କରିଥିଲା । ଏହି ଆଲବମରେ ପଣ୍ଡିତ ହରିପ୍ରସାଦ ଚୌରାଶିଆ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଶ୍ରୀମତି ଦେବକୀ ପଣ୍ଡିତ, ପ୍ରଣବ ପଟ୍ଟନାୟକଙ୍କ ସହିତ କଣ୍ଠଦାନ କରିଥିଲେ । ଦେଶ ବିଦେଶରେ ବହୁ ସ୍ଥାନରେ ସଙ୍ଗୀତ ପରିବେଷଣ କରି ସେ ବହୁ ସମୃଦ୍ଧି ଲାଭ କରିଛନ୍ତି ।

କଣ୍ଠଦାନ କରିଥିବା କଥାଚିତ୍ର (୧୯୫୮ - ୧୯୯୭)

ଗୀତକଥାଚିତ୍ରମୁକ୍ତିଲାଭ ବର୍ଷସଙ୍ଗୀତ ନିର୍ଦ୍ଦେଶକ
ଲକ୍ଷେ ଶିବ ପୂଜି ପାଇଛି ପୁଅ୧୯୯୭ସ୍ୱରୂପ ନାୟକ
ଘର ମୋର ସ୍ୱର୍ଗ୧୯୯୨ଅରୁଣ ମହାନ୍ତି
କନ୍ୟାଦାନ୧୯୮୮ଅରୁଣ ମହାନ୍ତି
ତୁଣ୍ଡ ବାଇଦ୧୯୮୭ପ୍ରଫୁଲ୍ଲ କର
ମାଣିକ୧୯୮୬ଉପେନ୍ଦ୍ର କୁମାର
ଗୃହଲକ୍ଷ୍ମୀ୧୯୮୫ପ୍ରଫୁଲ୍ଲ କର
ପ୍ରତିଧ୍ୱନି୧୯୮୪ପ୍ରଫୁଲ୍ଲ କର
ଝିଅଟି ସୀତା ପରି୧୯୮୩ସରୋଜ ପଟ୍ଟନାୟକ
ରାମ ରହିମ୧୯୮୩ପ୍ରଫୁଲ୍ଲ କର
ଉଦୟଭାନୁ୧୯୮୩ବାସୁଦେବ ରଥ
ଅଶାନ୍ତ ଗ୍ରହ୧୯୮୨ଅକ୍ଷୟ ମହାନ୍ତି
ଅସ୍ତରାଗ୧୯୮୨ବାସୁଦେବ ରଥ
ମୁଁ ତୁମେ ଓ ସେ୧୯୮୨ପ୍ରଫୁଲ୍ଲ କର
ଅକ୍ଷିତୃତୀୟା୧୯୮୧ରାଖାଲ ମହାନ୍ତି
ଆରତୀ୧୯୮୧ବାସୁଦେବ ରଥ
ଟିକେ ହସ ଟିକେ ଲୁହ୧୯୮୧ପୁର୍ଣ୍ଣଚନ୍ଦ୍ର ଖୁଣ୍ଟିଆ
ଅଲିଭା ଦାଗ୧୯୮୦ଉପେନ୍ଦ୍ର କୁମାର
ବାଟ ଅବାଟ୧୯୮୦ଭୁବନ-ହରି (ଭୁବନେଶ୍ୱର ମିଶ୍ର , ହରିପ୍ରସାଦ ଚୌରାଶିଆ)
ମେଘମୁକ୍ତି୧୯୮୦ଶାନ୍ତନୁ ମହାପାତ୍ର
ଚିହ୍ନା ଅଚିହ୍ନା୧୯୭୯ବାସୁଦେବ ରଥ
ସଉତୁଣୀ୧୯୭୯ବାସୁଦେବ ରଥ
ଆସ ପ୍ରିୟତମା, ସାଥିରେ ଆମ ଗୀତିରେଶଙ୍ଖ ମହୂରୀ୧୯୭୮ବାଳକୃଷ୍ଣ ଦାସ
ଏହି କି ବିଚାରସାକ୍ଷୀ ଗୋପୀନାଥ୧୯୭୮ବାସୁଦେବ ରଥ
ଏ ଗ୍ରାମର ଚଷାଭାଇ, ଇନ୍ଦ୍ରଧନୁର ସପ୍ତରଙ୍ଗୁସମର୍ପଣ୧୯୭୮ଉପେନ୍ଦ୍ର କୁମାର
ମଧୁଝରା ଫୁଲବନେ, ଜୀବନ ଯମୁନା ନଈପିପାସା୧୯୭୮ଉପେନ୍ଦ୍ର କୁମାର
ରାତି ପାହିଥିଲେକୁଳ ଚନ୍ଦ୍ରମା୧୯୭୮ଉପେନ୍ଦ୍ର କୁମାର
ପୂରିଲା ଆଶା ମୋର, ହାତୀ ଝୁଲୁଥାଏପରିବାର୧୯୭୮ଉପେନ୍ଦ୍ର କୁମାର
ମାଝିରେ ଉଆସ ରାତି, ଉର୍ମି ଅଧୀରା ରୂପସୀ ଚିଲିକାଚିଲିକା ତୀରେ୧୯୭୮ଶାନ୍ତନୁ ମହାପାତ୍ର
ମନ ରସିଆରେ,ରକ୍ତ ଗୋଲାପ୧୯୭୭ଧନଞ୍ଜୟ ଶତପଥୀ
ଯାହା ମୁଁ ଖୋଜିଛି, ଏ ଜୀବନେ ସବୁ ଘଟଇପୁନର୍ମିଳନ୧୯୭୭ଉପେନ୍ଦ୍ର କୁମାର
ହେ ଦୁଃଖହାରୀସୁନା ସଂସାର୧୯୭୮
ଏ ନୁହେଁ କାହାଣୀ, ମୋ ଗଣ୍ଠିଧନଏ ନୁହେଁ କାହାଣୀ୧୯୭୭ଉପେନ୍ଦ୍ର କୁମାର
ହୀରା ମୋତି ମାଣିକ୧୯୮୧ଶ୍ରୀବତ୍ସ ପଟ୍ଟନାୟକ
ମାଝିରେ ଶେଷ ଶ୍ରାବଣଶେଷ ଶ୍ରାବଣ୧୯୭୬ପ୍ରଫୁଲ୍ଲ କର
ଯଉବନରୁ ଅପରାଧ, କେଉଁ ନାମ ଧରିସିନ୍ଦୂର ବିନ୍ଦୁ୧୯୭୬ପ୍ରଫୁଲ୍ଲ କର
ହୃଦୟ ଭରି ମୋର, ଧାର ଧାର ହୋଇକୃଷ୍ଣ ସୁଦାମା୧୯୭୬ପ୍ରଫୁଲ୍ଲ କର
ସୀମାହୀନ ଦରିଆବତିଘର୧୯୭୬ପ୍ରଫୁଲ୍ଲ କର
ହାୟ ସେ ହରିଣୀ ଆଖିଯାଯାବର୧୯୭୫ଅକ୍ଷୟ ମହାନ୍ତି
ରେ ଆତ୍ମନ୍, ଆ'ରେ ମିତ, ଶ୍ଯାମକୁ ଜୁହାରମମତା୧୯୭୫ପ୍ରଫୁଲ୍ଲ କର
ନ କର ନ କର ମନସଂସାର୧୯୭୧ଅକ୍ଷୟ ମହାନ୍ତି
ଏ ନୀଳଆଖି, ମା କାଳୀଯାଇ ଲୋ, ପୂର୍ଣିମା ଜହ୍ନ ସତେବନ୍ଧନ୧୯୭୧ଭୁବନେଶ୍ୱର ମିଶ୍ର
ତୁମ ବିନା ଏଇ ରାତି, ବିତିଯାଏ ରେସ୍ତ୍ରୀ୧୯୬୮ଭୁବନେଶ୍ୱର ମିଶ୍ର
ଏଇ ଛୋଟ କଥାଟିଏଅରୁନ୍ଧତୀ୧୯୬୭ଶାନ୍ତନୁ ମହାପାତ୍ର
ତୁମେ ଜାଣନା ଜାଣନାକା୧୯୬୬ଭୁବନେଶ୍ୱର ମିଶ୍ର
ମୁଁ ତ କୁଳରୁ ହେଲି, ମୋର ଅନ୍ତର ମନ୍ଦିରେମଲାଜହ୍ନ୧୯୬୫ଅକ୍ଷୟ ମହାନ୍ତି
ନୟନେ ସୁନୟନାସାଧନା୧୯୬୪ବାଳକୃଷ୍ଣ ଦାସ
ନୀଳାଦ୍ରି ବିହାରୀ ହରି, ଏ ରଙ୍ଗ ରହିବ ନାହିଁ, ଅନ୍ତରେ କାନ୍ଦେସୂର୍ଯ୍ୟମୁଖୀ୧୯୬୩ଶାନ୍ତନୁ ମହାପାତ୍ର
ତୁ କି ପରଦେଶୀ, ଚାହେଁନା ଚାହେଁନାଶ୍ରୀ ଲୋକନାଥ୧୯୬୦ବାଳକୃଷ୍ଣ ଦାସ
ବେଦନା ସାଗରମା୧୯୫୯ଭୁବନେଶ୍ୱର ମିଶ୍ର

ମାନସମ୍ମାନ ଓ ପୁରସ୍କାର

  • ୨୦୨୩ - ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ[୫]
  • ୨୦୧୬ - ଜୟଦେବ ପୁରସ୍କାର [୬]
  • ୨୦୧୭ - ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ[୭]
  • ୨୦୧୧ - ପ୍ରଫୁଲ୍ଲ କର ସମ୍ମାନ[୮]
  • ୨୦୧୦ - ବିଗଓଡ଼ିଆ ଏଣ୍ଟରଟେନମେଣ୍ଟ ଆୱାର୍ଡ଼ [୯]
  • ୧୯୯୭-୯୮ - ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ଼ [୧୦]
  • ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଆଧାର

ଅଧିକ ତଥ୍ୟ