ପୋଲିସ୍ ବାବୁ

୨୦୨୨ ଓଡ଼ିଆ କଥାଚିତ୍ର

ପୋଲିସ୍ ବାବୁ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ରାଉତ ।[୧] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୨] ନିର୍ଦ୍ଦେଶକ ଶୈଳେନ୍ଦ୍ର ପରିଡ଼ା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀକାର ଗୁଡ୍‌ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ପୋଲିସ୍ ବାବୁ
ନିର୍ଦ୍ଦେଶକଶୈଳେନ୍ଦ୍ର ପରିଡ଼ା
ପ୍ରଯୋଜକଅଜୟ ରାଉତ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟରଜନୀ ରଞ୍ଜନ
କାହାଣୀଶୈଳେନ୍ଦ୍ର ପରିଡ଼ା
କଳାକାରସୁଭାଶିଷ ଶର୍ମା
ସାୟଲ ବାନାର୍ଜୀ
ଭୂପତି ତ୍ରିପାଠୀ
କ୍ରିଷ୍ଣା କର
ପିଣ୍ଟୁ ନନ୍ଦ
ସଙ୍ଗୀତଗୁଡ୍‌ଲି ରଥ
ଚିତ୍ରଗ୍ରହଣରବୀନ୍ଦ୍ର ବେହେରା
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୧୧ ଡିସେମ୍ବର ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁଭାଶିଷ ଶର୍ମା ଓ ସାୟଲ ବାନାର୍ଜୀ ।[୩] ଭୂପତି ତ୍ରପାଠୀ, କ୍ରିଷ୍ଣା କର, ପିଣ୍ଟୁ ନନ୍ଦ, କାଳିଆ, ଚୌଧୁରୀ ଜୟପ୍ରକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଡିସେମ୍ବର ୧୧ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୪]

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌‌ଲି ରଥ । ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଲିପ୍ସା ମହାପାତ୍ର, କୁଳଦୀପ ପଟ୍ଟନାୟକ, ଶଶାଙ୍କ ଶେଖର, ଜ୍ୟୋତିର୍ମୟୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪] ୯ ଡିସେମ୍ବର ୨୦୨୨ରେ ଏହି କଥାଚିତ୍ରଟିର ଅଡ଼ିଓ ରିଲଜ୍ ହୋଇଥିଲା ।[୫]

ଗୀତ

କ୍ରମଗୀତକବିଗାୟକସମୟ
1."ମତେ ବାନ୍ଧି ନେ'ରେ ପୋଲିସ୍ ବାବୁ"୦୩:୨୧ଲିପ୍ସା ମହାପାତ୍ର 
2."ଏମିତି କାହିଁକି ହେଲା" ଶଶାଙ୍କ ଶେଖର 
3."କିଛି ତୋ' ପାଇଁ କିଛି ମୋ ପାଇଁ" ଜ୍ୟୋତିର୍ମୟୀ, କୁଳଦୀପ ପଟ୍ଟନାୟକ୦୪:୨୮

ଆଧାର

ବାହାର ଆଧାର