ପେଟିଏମ

ଭାରତୀୟ ଆର୍ଥିକ ପ୍ରାଉଦ୍ୟୋହିକ କମ୍ପାନୀ

ଛାଞ୍ଚ:Newsrelease

ପେଟିଏମ
TypePrivate
ପ୍ରତିଷ୍ଠାତାVijay Shekhar Sharma
ମୂଖ୍ୟସ୍ଥାନNoida, Uttar Pradesh, India
ସେବା ପରିସରIndia
ମୁଖ୍ୟ ଲୋକVijay Shekhar Sharma (CEO)
କେଉଁ ପ୍ରକାରର କମ୍ପାନୀInternet
ସେବା (ଅର୍ଥକରୀ)Online shopping
ମୂଳ କମ୍ପାନୀOne97[୧]
ଆଲେକ୍ସା ସ୍ଥାନDecrease 294 (ନଭେମ୍ବର 2016)[୨]
ଏବେକାର ସ୍ଥିତିOnline

Paytm ଏକ ଭାରତୀୟ e- ବାଣିଜ୍ୟିକ ୱେବ୍ସାଇଟ ଓ ଏହାର ମୁଖ୍ୟ କର୍ଜ୍ୟାଳୟ ନୂଆ ଦିଲ୍ଲୀ ନିକଟସ୍ଥ ନଇଡାଠାରେ ଅବସ୍ଥିତ । ଏହାର ଆରମ୍ଭ 2010 ମସିହାରେ ହେଇଥିଲା ଓ ଭାରତୀୟ ଅର୍ଥ କାରବାର ସହ ସାମିଲ ହେଲା । ଫ୍ଲିପକାର୍ଟ , ଆମାଜନ .କମ , ସ୍ନାପ ଡିଳ ପରି ଏହା ମଧ୍ୟ ଅନଲାଇନ ଜରିଆରେ ବାଣିଜ୍ୟିକ , ବିଲ ଭୁଗତାନ , ମୋବାଇଲ ରିଚାର୍ଜ ଆଦି ଆରମ୍ଭ କରିଥିଲା । ଏହା ସହ ସିନେମା ଟିକେଟ , ବସ , ଟ୍ରେନ ଟିକେଟ , ବିମାନ ଟିକେଟ ମଧ୍ୟ ଏହା ଜରିଆରେ କରିହୁଏ । [୩][୪][୫]

ପ୍ରଚ୍ଛଦ 

paytmର ପୂର୍ଣ ନାମ pay thruogh mobile[୬] ବା ମୋବାଇଲ ଜରିଆରେ ଅର୍ଥ ଭରଣା ବ୍ୟବସ୍ଥା । ଏହା ମୋବାଇଲର ଆଣ୍ଡ୍ରୋଇଡ ବା ios ବା କମ୍ପ୍ୟୁଟରର ୱିଣ୍ଡୋ ପ୍ଲାଟଫର୍ମ ଜରିଆରେ ବ୍ଯବହ୍ରୁତ ହେଇପାରେ । 

2014 ମସିହାରେ ଏହା "Paytm Wallet," ନାମକ ଅନଲାଇନ ବା  ମୋବାଇଲଦ୍ୱାରା ଅର୍ଥ ପ୍ରେରଣ ବ୍ୟବସ୍ଥା ଆରମ୍ଭ କରିଥିଲା । ଏଥିରେ 100 ମିଲିୟନ wallet ରହିବା ସହ ଏହାର ଆପ୍ଲିକେସନକୁ 10 ମିଲିୟନ ଲୋକ ଡାଉନଲୋଡ କରିଛନ୍ତି । ଏହି କ୍ଷେତ୍ରରେ ଏହା ଭାରତରେ ଅଗ୍ରଣୀ ରହିଛି। [୭]

ଅର୍ଥ ବ୍ୟବସ୍ଥା 

Iମାର୍ଚ 2015ରେ ଉଦ୍ୟୋଗପତି ରତନ ଟାଟା ଏଥିରେ ନିଜସ୍ୱ ଅର୍ଥ ଲଗାଣ କରିଛନ୍ତି । [୮] ସେହି ମାସରେ ଚୀନର ଆଳିବାବା କମ୍ପାନୀ ଏଥିରେ 575 ମିଲିୟନ ଡଲାର ଅର୍ଥ ବିନିଯୋଗ କରିଛି । ,[୯] ଏହାଦ୍ୱାରା ଆର୍ଟ ଫାଇନାନ୍ସ ଗ୍ରୁପ ଏହାର 25% ଅଂଶଧନର ମାଲିକ ରହିଛି  । .[୧୦] paytm ICICI ବେଙ୍କରୁ 300 କୋଟି ତାଙ୍କର ରୁଣ କାର୍ଯ୍ୟକାରୀ ଅର୍ଥ ପାଇଁ କରିଛି । 

ଅଂଶୀଦାର 

ଏହି ଆପ୍ଲିକେସନ ଜରିଆରେ ଗ୍ରାହକମାନେ ବିଭିନ୍ନ ଟିକେଟ ସହ ବିଲ ଭୁଗତାନ ମୋବାଇଲ ଜରିଆରେ ସହଜରେ କରିଥାନ୍ତି । [୧୧] ଏହା ସାହାଯ୍ୟରେ ପେଟ୍ରୋଲ ବା ଡିଜେଲ ମଧ୍ୟ କିନା ଯାଇ ପାରେ । . ବିଭିନ୍ନ ସିନେମା ଘର ସହ ଏହାର ବୁଝାମଣାଦ୍ୱାରା ସିନେମା ଟିକେଟ ମଧ୍ୟ ଏହାଦ୍ୱାରା କିଣି ହୁଏ .[୧୨]

ଅର୍ଥ ପ୍ରଦାନ  କାରୀ ବେଙ୍କ

 2015 ମସିହାରେ paytm ସଂସ୍ଥା ଭାରତୀୟ ରିଜର୍ଭ ବେଙ୍କଠାରୁ ଭରତର ପ୍ରଥମ ଅର୍ଥପ୍ରେରଣ କରି ବେଙ୍କ ଗଠନ ପାଇଁ ଲାଇସେନ୍ସ ପ୍ରାପ୍ତ ହେଇଛି । ଏହା paytm ତାହାର ବର୍ତ୍ତମାନ ଗ୍ରାହକ ମାନଙ୍କୁ ନେଇ ATM କାର୍ଡ ସହ ସଞ୍ଚୟ ଖାତା , ଅଲାଇନ ଅର୍ଥ ବିନିଯୋଗ ଆଦି ବ୍ୟବସ୍ଥା କରିବା ସହ ନୋଟ ବିହୀନ ଅର୍ଥ କାରବାରକୁ ଅଗ୍ରାଧିକାର ଦେବ । ଏହା Paytmର ଏକ ସ୍ୱତନ୍ତ୍ର କମ୍ପାନୀ ହିସାବରେ ରହିବା ଓ ଏଥିରେ ପ୍ରତିଷ୍ଠାତା ବିଜଯ ଶଙ୍କର ଶର୍ମାଙ୍କ 51 % ଅଂଶ ଧନ ସହ one97 caommunicationର 39% ଓ ବାକି 10% ସହଯୋଗୀ କମ୍ପାନୀର ରହିବ । [୧୩]

paytm walletର ସ୍ୱତନ୍ତ୍ର ସୁବିଧା ସବୁ

ଅନ୍ୟ ସାଇଟ ଜରିଆରେ ଅନଲାଇନ ବେଙ୍କିଙ୍ଗଦ୍ୱାରା କିନା ବିକା ବା ବିଲ ଭୁଗତାନ ଓ ରିଚାର୍ଜ କରିହାଉଥିଲେ ମଧ୍ୟ Paytm wallett ଜରିଆରେ ଗ୍ରାହକମାନେ ସ୍ୱତନ୍ତ୍ର ସୁବିଧା ସବୁ ପାଇ ଥାନ୍ତି । ଯଦି କିଛିକାରଣବଶତଃ ଅର୍ଥ ଜମା ହେଇନପାରିଲେ ତାହା ତୁରନ୍ତ paytm wallettକୁ ଫେରସ୍ତ ଆସିଥାଏ ଯାହା ବେଙ୍କଦ୍ୱାରା ଜମା ହେଇଥିବା କ୍ଷେତ୍ରରେ କିଛି ଦିନାଲାଗିଥାଏ । ପୁନଶ୍ଚ paytm wallett ଜରିଆରେ କିନା କିଣିରେ ଅନେକ କ୍ଷେତ୍ରରେ paytm ତରଫରୁ cashback ବା ଅର୍ଥ ଫେରସ୍ତ ବ୍ୟବସ୍ଥାଦ୍ୱାରା ଗ୍ରାହକମାନେ ପ୍ରଦାନ କରିଥିବା ଅର୍ଥର କିଛି ପ୍ରତିଶତ ଫେରସ୍ତ ପାଇ ଥାନ୍ତି । https://paytm.com/paytmwalletବିଲ ଭୁଗତାନ ପାଇଁ paytm ଭାରତ ବିଲ ଭୁଗତାନ ବ୍ୟବସ୍ଥାଦ୍ୱାରା ସ୍ୱୀକୃତ । [୧୪]

ଆଧାର 

ପୁନଶ୍ଚ ପଠନ 

ବାହାର ଲିଙ୍କ 

ପୁନଶ୍ଚ ଦେଖଣା 

List of companies in Noida and Greater Noida