ପୂର୍ବ ଭାଦ୍ରପଦ (ନକ୍ଷତ୍ର)

ନକ୍ଷତ୍ର

ହିନ୍ଦୁ ଜ୍ୟୋତିଷ ମତେ ୨୭ଟି ନକ୍ଷତ୍ର ମଧ୍ୟରୁ ପଞ୍ଚବିଂଶତମ ନକ୍ଷତ୍ର ହେଉଛି ପୂର୍ବ ଭାଦ୍ରପଦ । ରାଶିଚକ୍ର (ଅପମଣ୍ଡଳ)ରେ କୁମ୍ଭ ରାଶିରେ ୨୦ ଡିଗ୍ରୀରୁ ମୀନ ରାଶିରେ ୩ ଡିଗ୍ରୀ ୨୦ ମିନିଟ ଯାଏଁ ବ୍ୟାପ୍ତ ।

ରାଶି ଚକ୍ରରେ ପୂର୍ବ ଭାଦ୍ରପଦ ନକ୍ଷତ୍ରର ଅବସ୍ଥିତି

ଜ୍ୟୋତିଷୀୟ ପରିଚୟ

ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍‌ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ୱତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ । [୧] ତେଣୁ ବୈଦିକ ଜ୍ୟୋତିଷରେ ନକ୍ଷତ୍ର ସହିତ ଚନ୍ଦ୍ରର ସମ୍ବନ୍ଧ ଅତି ନିବିଡ । ବୈଦିକ ଜ୍ୟୋତିଷ ମତରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ନକ୍ଷତ୍ରରେ ଅବସ୍ଥାନ କରୁଥାନ୍ତି, ବ୍ୟକ୍ତିର ସେହି ଜନ୍ମ ନକ୍ଷତ୍ର ହୁଏ ।

ତେବେ ଅଶ୍ୱିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଅଭିଜିତ ନକ୍ଷତ୍ରକୁ ଅଷ୍ଟାବିଂଶ ନକ୍ଷତ୍ର ରୂପେ ଗଣନା କରିଅଛନ୍ତି । [୨]

ବିଶେଷତ୍ୱ

  • ହିନ୍ଦୁ ଜ୍ୟୋତିଷ ମତେ ପୂର୍ବ ଭାଦ୍ରପଦ ନକ୍ଷତ୍ର ଦୁଇଟି ତାରାପୁଞ୍ଜର(en:Alpha Pegasi, en:Beta Pegasi) ସମାହାର ।[୩] ଏହି ତାରାପୁଞ୍ଜ ଏକ ଦୁଇମୁହଁ ଥିବା ମଣିଷ ଆକୃତିରେ ଦୃଶ୍ୟମାନ ହେଉଥିବାରୁ ନକ୍ଷତ୍ରର ନାମ ପୂର୍ବ ଭାଦ୍ରପଦ ।[୪]
  • ପୂର୍ବ ଭାଦ୍ରପଦ ରାଶିଚକ୍ରରେ କୁମ୍ଭ (ରାଶି)ରେ ୨୦ ଡିଗ୍ରୀରୁ ମୀନ ରାଶିରେ ୩ ଡିଗ୍ରୀ ୨୦ ମିନିଟ ଯାଏଁ ବ୍ୟାପ୍ତ ।
  • ବୃହସ୍ପତ୍ତି ଏହାର ଅଧିପତି ।[୫]
  • ବୈଦିକ ଜ୍ୟୋତିଷମତେ ଏହି ନକ୍ଷତ୍ର ରାକ୍ଷସଗଣ ଓ ସତ୍ତ୍ୱଗୁଣ ସହ ସମ୍ବନ୍ଧିତ ।[୬][୭]
  • ବୈଦିକ ଜ୍ୟୋତିଷ ମତେ ପୂର୍ବ ଭାଦ୍ରପଦ ନକ୍ଷତ୍ର ଲିଙ୍ଗ ଭେଦରେ ପୁରୁଷ ଓ ଜାତି ଭେଦରେ ବ୍ରାହ୍ମଣ ।[୮]
  • ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିବିଶେଷ ଧୂର୍ତ୍ତ ଏବଂ ଆଶାବାଦୀ ହୋଇଥାଆନ୍ତି ।[୯][୧୦]
  • ସାଧାରଣତଃ ବୈଦିକ ଜ୍ୟୋତିଷ ମତେ ହିନ୍ଦୁ ପରିବାରରେ ନବଜାତ ଶିଶୁର ଜନ୍ମ ବେଳେ ନିର୍ଦ୍ଦିଷ୍ଟ ନକ୍ଷତ୍ରରେ ଚନ୍ଦ୍ରର ଅବସ୍ଥାନକୁ ନେଇ ନବଜାତକର ନାମକରଣ କରାଯିବାର ପ୍ରଥା ପ୍ରଚଳିତ । ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରୁଥିଲେ, ଚାରିପାଦ କ୍ରମରେ ନବଜାତକର ନାମର ପ୍ରଥମ ଅକ୍ଷର ନିମ୍ନପ୍ରକାରେ ହେବ ।[୧୧]
ପ୍ରଥମ ପାଦ- Se (से)
ଦ୍ୱିତୀୟ ପାଦ- So (सो),
ତୃତୀୟ ପାଦ- Da (दा) ଏବଂ
ଚତୁର୍ଥ ପାଦ- Di (दी)

ପୌରାଣିକ କିମ୍ବଦନ୍ତୀ

ଅଧିକ ତଥ୍ୟ

ଆଧାର