ପୁନର୍ବସୁ (ନକ୍ଷତ୍ର)

ହିନ୍ଦୁ ଜ୍ୟୋତିଷ ମତେ ୨୭ଟି ନକ୍ଷତ୍ର ମଧ୍ୟରୁ ସପ୍ତମ ନକ୍ଷତ୍ର ହେଉଛି ପୁନର୍ବସୁ । ରାଶିଚକ୍ର (ଅପମଣ୍ଡଳ)ରେ ମିଥୁନରାଶିରେ ୨୦ ଡିଗ୍ରୀରୁ କର୍କଟ ରାଶି ମଧ୍ୟରେ ୩ ଡିଗ୍ରୀ ୨୦ ମିବିଟ ଯାଏଁ ବ୍ୟାପ୍ତ ।

ରାଶି ଚକ୍ରରେ ପୁନର୍ବସୁ ନକ୍ଷତ୍ରର ଅବସ୍ଥିତି

ଜ୍ୟୋତିଷୀୟ ପରିଚୟ

ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍‌ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ୱତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ । [୧] ତେଣୁ ବୈଦିକ ଜ୍ୟୋତିଷରେ ନକ୍ଷତ୍ର ସହିତ ଚନ୍ଦ୍ରର ସମ୍ବନ୍ଧ ଅତି ନିବିଡ । ବୈଦିକ ଜ୍ୟୋତିଷ ମତରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ନକ୍ଷତ୍ରରେ ଅବସ୍ଥାନ କରୁଥାନ୍ତି, ବ୍ୟକ୍ତିର ସେହି ଜନ୍ମ ନକ୍ଷତ୍ର ହୁଏ ।

ତେବେ ଅଶ୍ୱିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଅଭିଜିତ ନକ୍ଷତ୍ରକୁ ଅଷ୍ଟାବିଂଶ ନକ୍ଷତ୍ର ରୂପେ ଗଣନା କରିଅଛନ୍ତି । [୨]

ବିଶେଷତ୍ୱ

  • ହିନ୍ଦୁ ଜ୍ୟୋତିଷ ମତେ ପୁନର୍ବସୁ ନକ୍ଷତ୍ର ପାଞ୍ଚଗୋଟି ତାରାର (en:Castor (star)) & (en:Pollux (star)) ସମାହାର ।[୩] ଏହି ତାରାପୁଞ୍ଜ ଏକ ଧନୁ ଆକୃତିରେ ଦୃଶ୍ୟମାନ ହେଉଥିବାରୁ ନକ୍ଷତ୍ରର ନାମ ପୁନର୍ବସୁ ।[୪]
  • ପୁନର୍ବସୁ ରାଶିଚକ୍ରରେ ମିଥୁନ (ରାଶି)ରେ ୨୦ ଡିଗ୍ରୀରୁ କର୍କଟ ରାଶି ମଧ୍ୟରେ ୩ ଡିଗ୍ରୀ ୨୦ ମିବିଟ ଯାଏଁ ବ୍ୟାପ୍ତ ।
  • ବୃହସ୍ପତି ଏହାର ଅଧିପତି ।[୫]
  • ବୈଦିକ ଜ୍ୟୋତିଷମତେ ଏହି ନକ୍ଷତ୍ର ଦେବଗଣ ଓ ରଜ ଗୁଣ ସହ ସମ୍ବନ୍ଧିତ ।[୬][୭]
  • ବୈଦିକ ଜ୍ୟୋତିଷ ମତେ ପୁନର୍ବସୁ ନକ୍ଷତ୍ର ଲିଙ୍ଗ ଭେଦରେ ପୁରୁଷ ଏବଂ ଜାତି ଭେଦରେ ବୈଶ୍ୟ ।[୮]
  • ପୁନର୍ବସୁ ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିବିଶେଷ ଧୈର୍ଯ୍ୟବାନ, ଜ୍ଞାନୀ ଏବଂ ସରଳ ପ୍ରକୃତିର ହୋଇଥାଆନ୍ତି ।[୯][୧୦]
  • ସାଧାରଣତଃ ବୈଦିକ ଜ୍ୟୋତିଷ ମତେ ହିନ୍ଦୁ ପରିବାରରେ ନବଜାତ ଶିଶୁର ଜନ୍ମ ବେଳେ ନିର୍ଦ୍ଦିଷ୍ଟ ନକ୍ଷତ୍ରରେ ଚନ୍ଦ୍ରର ଅବସ୍ଥାନକୁ ନେଇ ନବଜାତକର ନାମକରଣ କରାଯିବାର ପ୍ରଥା ପ୍ରଚଳିତ । ପୁନର୍ବସୁ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରୁଥିଲେ, ଚାରିପାଦ କ୍ରମରେ ନବଜାତକର ନାମର ପ୍ରଥମ ଅକ୍ଷର ନିମ୍ନପ୍ରକାରେ ହେବ ।[୧୧]
ପ୍ରଥମ ପାଦ- ke (के)
ଦ୍ୱିତୀୟ ପାଦ- Ko (को),
ତୃତୀୟ ପାଦ- Ha (हा) ଏବଂ
ଚତୁର୍ଥ ପାଦ- Hi (ही)

ପୌରାଣିକ କିମ୍ବଦନ୍ତୀ

ଅଧିକ ତଥ୍ୟ

ଆଧାର