ପୀତାମ୍ବର ତରାଇ

ଭାରତୀୟ ଦଳିତ ଓଡ଼ିଆ ଲେଖକ

ପୀତାମ୍ବର ତରାଇ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଦଳିତ କବି ଓ ଶିଶୁସାହିତ୍ୟିକ । ତାଙ୍କ ରଚିତ ପ୍ରମୁଖ ପୁସ୍ତକ ମଧ୍ୟରେ ବୁନ୍ଦେ ଲୁହର ପିଠିରେ ସମୁଦ୍ର (୧୯୮୭), ନିଜ ନିଶ୍ୱାସରେ ନିଜେ ହିଁ ଜଳୁଛି (୧୯୯୦), ଆଦିପର୍ବ (୧୯୯୪), ଶେଷ ହେବାଯାଏ (୧୯୯୭), ଦେହ ଦଶବିଶା (୧୯୯୭), ଚିରା-ଚଇତର ଚିଠା (୨୦୦୨), ଇତର (୨୦୦୭), ଶୂଦ୍ରକର ଶ୍ଳୋକ (୨୦୦୮), ଅଭାଜନ (୨୦୧୦) ତଥା ଶିଶୁକବିତା ସଂକଳନ ଲହ ଲହକା ପତର ବଙ୍କା ଆଦି ଅନ୍ୟତମ । ତାଙ୍କର ଅଭାଜନ କବିତା ପୁସ୍ତକ ପାଇଁ ସେ ୨୦୧୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଏଥି ସହିତ ସେ ପ୍ରଜାତନ୍ତ୍ର କବିତା ପୁରସ୍କାର, ଚନ୍ଦ୍ରଭାଗା କବିତା ପୁରସ୍କାର, ବସନ୍ତ ମୁଦୁଲି କବିତା ପୁରସ୍କାର, ତୀର ତରଙ୍ଗ କବିତା ପୁରସ୍କାର ତଥା ଓଡ଼ିଶା ଦଳିତ ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ମାନୀତ ।

ପୀତାମ୍ବର ତରାଇ
ଜନ୍ମ
ପୀତାମ୍ବର ତରାଇ‌

୧୯୫୯
ଜାତୀୟତାଭାରତୀୟ
ବୈବାହିକ-ସାଥୀସରିତା ତରାଇ
ସନ୍ତାନଅଗ୍ନି, କ୍ରୀଷ୍ଣା, ଲିପ୍ସା, ବିଦାୟୀ ବର୍ଷା
ପିତାମାତାହାଡ଼ିବନ୍ଧୁ ତରାଇ
ପଞ୍ଚେଇ ଦେବୀ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଜୀବନୀ

ପୀତାମ୍ବର ତରାଇ ୧୯୫୯ ମସିହା ଦୀପାବଳୀ ଦିନ ଜଗତ୍‌ସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଳକ ଅନ୍ତର୍ଗତ ସମୁଦ୍ର ସନ୍ନିକଟ ମଙ୍ଗରାଜପୁର ଗାଁର ଏକ କୈବର୍ତ୍ତ ପଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଦଳିତ ସାହିତ୍ୟ ଲେଖକ ଭାବେ ଜଣାଶୁଣା ।[୧][୨] ତାଙ୍କ କବିତାରେ ଜୀବନର ସୁଖଦୁଃଖ ଏବଂ ବିଶେଷତଃ ଦଳିତ, ଅବହେଳିତ, ବିସ୍ଥାପିତ ଜନଜୀବନ ସ୍ଥାନପାଇଛି ।[୩]

ରଚନାବଳୀ

କବିତା ସଂକଳନ

  • ବୁନ୍ଦେ ଲୁହର ପିଠିରେ ସମୁଦ୍ର - ୧୯୮୭
  • ନିଜ ନିଶ୍ୱାସରେ ନିଜେ ହିଁ ଜଳୁଛି - ୧୯୯୦
  • ଆଦିପର୍ବ - ୧୯୯୪
  • ଶେଷ ହେବାଯାଏ - ୧୯୯୭
  • ଦେହ ଦଶବିଶା - ୧୯୯୭
  • ଚିରା-ଚଇତର ଚିଠା - ୨୦୦୨
  • ରାଗ ରୁଦ୍ରାକ୍ଷରୀ - ୨୦୦୪
  • ସଇରାତ ଶତକ - ୨୦୦୬[୪]
  • ଇତର - ୨୦୦୭
  • ଶୂଦ୍ରକର ଶ୍ଳୋକ - ୨୦୦୮
  • ଅଭାଜନ - ୨୦୧୦
  • ପିଛିଲା ତାରିଖ ଓ ଅନ୍ୟାନ୍ୟ କବିତା
  • ଶେଷ ହେବାଯାଏ[୫]

ଶିଶୁ ସାହିତ୍ୟ

  • ଲହ ଲହକା ପତର ବଙ୍କା

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର(ଅଭାଜନ ପାଇଁ) - ୨୦୧୨[୬]
  • ପ୍ରଜାତନ୍ତ୍ର କବିତା ପୁରସ୍କାର
  • ଚନ୍ଦ୍ରଭାଗା କବିତା ପୁରସ୍କାର
  • ବସନ୍ତ ମୁଦୁଲି କବିତା ପୁରସ୍କାର
  • ତୀର ତରଙ୍ଗ କବିତା ପୁରସ୍କାର
  • ଓଡ଼ିଶା ଦଳିତ ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ମାନ
  • ଦଧିଚୀ ସମ୍ମାନ[୭]
  • ଧ୍ୱନୀ ପ୍ରତିଧ୍ୱନୀ କବିତା ସମ୍ମାନ
  • ଗୋକର୍ଣ୍ଣିକା କବିତା ସମ୍ମାନ[୮]

ଆଧାର