ପାଓ ଭାଜୀ

ପାଓ ଭାଜୀ (ମରାଠୀ: ପାଓ ଭାଜୀ) ଭାରତ, ମହାରାଷ୍ଟ୍ରର ଏକ ଫାଷ୍ଟ ଫୁଡ଼ ଅଟେ , ଏହା ଏକ ବହଳିଆ ପରିବା ମିଶା ତରକାରି (ମରାଠୀ: ଭାଜୀ) ଏବଂ ତେଲରେ ସେକା ହୋଇଥିବା ରୁଟି ରୋଲ (କୋଙ୍କଣୀ: ପବ) [୧]ଦ୍ୱାରା ପ୍ରସ୍ତୁତ ହୋଇଥାଏ ।

ପାଓ ଭାଜୀ
ଅନ୍ୟ ନାମଭାଜୀ - ପାଓ
ପରଷାଜଳଖିଆ
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟମହାରାଷ୍ଟ୍ର
ମୁଖ୍ୟ ଉପାଦାନବ୍ରେଡ଼, ମିକ୍ସ ପରିବା

ଇତିହାସ

1850 ମସିହାରେ ମୁମ୍ବାଇରେ କପଡ଼ା ମିଲ ଶ୍ରମିକମାନଙ୍କ ପାଇଁ ଏକ ଫାଷ୍ଟ ଲଞ୍ଚିଙ୍ଗ ଡିଶ ରୂପେ ଉତ୍ପନ୍ନ ହୋଇଥିଲା ।[୨][୩] ଏହା ଏବେ ଭାରତ ଏବଂ ବିଦେଶରେ ଔପଚାରିକ ରେଷ୍ଟୁରାଣ୍ଟରେ ଏବଂ ରାସ୍ତା କଡ ଦୋକାନରେ ସାଧାରଣ ରୂପେ ସେବା ପ୍ରଦାନ କରାଯାଉଛି ।[୪][୫]

ପ୍ରସ୍ତୁତି

ପାଓ ଭାଜୀର ବହୁ ତତ୍ତ୍ୱ ପଦାର୍ଥ ଏବଂ ଗର୍ନିସିଂ ହୋଇଥାଏ, କିନ୍ତୁ ମୂଳ ରୂପେ ମସଲାଯୁକ୍ତ ପରିବାର ଏକ ମିଶ୍ରଣ ହୋଇଥାଏ ଯାହା ଏକ ମୋଟା ଗ୍ରେବୀରେ ପ୍ରସ୍ତୁତ ହୋଇଥାଏ, ଯେଉଁଥିରେ ନରମ ସଫା ବ୍ରେଡ଼ ରୋଲ ହୋଇଥାଏ, ଯାହାକୁ ଏକ ତାୱାରେ ସେକା ଯାଇଥାଏ ।

ପାଓ ଭାଜୀର ବିଭିନ୍ନ ରୂପ :

  • ପନିର ପାଓ ଭାଜୀ, ଭାଜୀ ଉପର ପନିର ସହିତ
  • ଫ୍ରାଇଡ଼ ପାଓ ଭାଜୀ
  • ଭାଜୀ ସହିତ ମସରୁମ ପାଓ ଭାଜୀ
  • ଜୈନ ପାଓ ଭାଜୀ, ବିନା ପିଆଜ ରଶୁଣ ଯୁକ୍ତ[୬] ଏବଂ ଆଳୁ ବଦଳରେ (ପ୍ଲାଣ୍ଟେନ) ସହିତ[୭]
  • କୋଲ୍ହାପୁର ପାଓ ଭାଜୀ, ଏହା ସାଧାରଣତଃ ମସଲା ମିଶ୍ରଣ ଯୁକ୍ତ ହୋଇଥାଏ
  • ସଫା ପାଓ ଭାଜୀ, ଗରମ ମସଲା ଏବଂ ଲଙ୍କା ଗୁଣ୍ଡ ସହିତ ।

ଗ୍ୟାଲେରି

ଆଧାର