ପଠାଣି ପଟ୍ଟନାୟକ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ପଠାଣି ପଟ୍ଟନାୟକ (୨୯ ସେପ୍ଟେମ୍ବର ୧୯୨୮ - ୪ ଫେବୃଆରୀ ୨୦୧୭) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ । ତାଙ୍କର ୫୦ଟିରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇସାରିଛି । ଗଳ୍ପ, ଉପନ୍ୟାସ, ଶିଶୁ ସାହିତ୍ୟ, ପ୍ରବନ୍ଧ ଓ ସମାଲୋଚନା ଆଦି ସାହିତ୍ୟ ବିଭାଗରେ ସେ ନିଜ ଲେଖନୀ ଚାଳନା କରିଥିଲେ । ସେ ଓଡ଼ିଶା ସାହିତ୍ୟ ଏକାଡେମୀଉତ୍କଳ ସାହିତ୍ୟ ସମାଜର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସାହିତ୍ୟ ପତ୍ରିକା ଝଙ୍କାରର ସେ ସମ୍ପାଦକ ଦାୟିତ୍ୱରେ ମଧ୍ୟ ଥିଲେ ।

ପଠାଣି ପଟ୍ଟନାୟକ
ଜନ୍ମ(1928-09-29)୨୯ ସେପ୍ଟେମ୍ବର ୧୯୨୮
ଗୋଳାବାଇ, ଖୋର୍ଦ୍ଧା[୧]
ମୃତ୍ୟୁ୪ ଫେବୃଆରୀ ୨୦୧୭(2017-02-04) (ବୟସ ୮୮)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ପ୍ରସିଦ୍ଧିସାହିତ୍ୟିକ ଓ ଅଧ୍ୟାପକ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଜୀବନୀ

ପଠାଣି ପଟ୍ଟନାୟକ, ପୁରୀରେ ନିଜ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷା ସମାପ୍ତକରି, ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ୧୯୫୪ ମସିହାରୁ କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରୁ ଅଧ୍ୟାପନା ବୃତ୍ତି ଆରମ୍ଭକରି ୧୯୮୨ମସିହା ପର୍ଯ୍ୟନ୍ତ ଅଧ୍ୟାପକ ଓ ୧୯୮୨ରୁ ୧୯୮୮ ପର୍ଯ୍ୟନ୍ତ ସେହି ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ତୁଲାଇଥିଲେ ।[୨] ସେ ଓଡ଼ିଶା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।୨୦୧୭ ମସିହା ଫେବୃଆରୀ ୪ତାରିଖ ଦିନ ପଠାଣି, କଟକସ୍ଥିତ ନିଜ ବାସଭବନରେ ମୃତ୍ୟୁ ବରଣ କରିଥିଲେ ।[୩]

ସାହିତ୍ୟ କୃତି

  • ଜୀବନର ଚଲାପଥେ
  • ଓଡ଼ିଆ ସାହିତ୍ୟର ଭୂମିକା
  • ପ୍ରବନ୍ଧ ଓ ସମାଲୋଚନା
  • ସମାଜ ଓ ସାହିତ୍ୟ
  • ସାହିତ୍ୟ ପରିକ୍ରମା
  • ସାହିତ୍ୟ ବିଚାର
  • ସାହିତ୍ୟରେ ରହସ୍ୟବାଦ
  • ଓଡ଼ିଆ ଉପନ୍ୟାସ ସାହିତ୍ୟର ପରିଚୟ[୪]
  • କବି ମନିଷି ନୀଳକଂଠ[୫]
  • ଐତିହ ଓ ଅଭିବ୍ୟକ୍ତି[୬]
  • ସାହିତ୍ୟ ମଣିଷ[୭]
  • ସପନ ସତ ହେଲା
  • ବୈଦିକ କାହାଣୀ
  • ପଞ୍ଚତନ୍ତ୍ର କାହାଣୀ
  • ତେନାଲି ରାମକୃଷ୍ଣ
  • ରହସ୍ୟବାଦ(ସମ୍ପାଦନା)
  • ମେହେର ଆଲୋକ(ସମ୍ପାଦନା)
  • ବିଦଗ୍ଧ ଚିନ୍ତାମଣି(ସମ୍ପାଦନା)
  • ଶତାବ୍ଦୀର ସ୍ୱାକ୍ଷର(ସମ୍ପାଦନା)

ପୁରସ୍କାର ଓ ସମ୍ମାନ

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୦ ('ଜୀବନର ଚଲାପଥେ' ନିମନ୍ତେ) [୮]
  • ସାରଳା ସମ୍ମାନ, ୧୯୯୪
  • ଉତ୍କଳ ରତ୍ନ ସମ୍ମାନ[୯]
  • ଗୋପୀନାଥ ନନ୍ଦ ପ୍ରବନ୍ଧ ଓ ସମାଲୋଚନା ସମ୍ମାନ, ୧୯୯୪ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ସାହିତ୍ୟ ଭାରତୀ ସମ୍ମାନ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ) - ୨୦୦୧[୧୦]

ଆଧାର