ନିରଞ୍ଜନ ଶତପଥୀ
- ପୃଷ୍ଠା
- ଆଲୋଚନା
ନିରଞ୍ଜନ ଶତପଥୀ | |
---|---|
ଜନ୍ମ | (1927-08-27)୨୭ ଅଗଷ୍ଟ ୧୯୨୭ ବାଉଁଶଲୁଣ୍ଡି, ଭଞ୍ଜନଗର, ଗଞ୍ଜାମ ଜିଲ୍ଲା |
ମୃତ୍ୟୁ | ୬ ଜାନୁଆରୀ ୨୦୧୫(2015-01-06) (ବୟସ ୮୭) ଭୁବନେଶ୍ୱର |
ସକ୍ରିୟ ବର୍ଷ | ୧୯୫୦-୧୯୮୪ |
ପ୍ରସିଦ୍ଧି | ଅଭିନେତା |
ବୈବାହିକ-ସାଥୀ | ସୌଦାମିନୀ |
ପୁରସ୍କାର | ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ |
ନିରଞ୍ଜନ ଶତପଥୀ ଜଣେ ଓଡ଼ିଆ କଥାଚିତ୍ର ଓ ନାଟକ ଅଭିନେତା ଏବଂ ନିର୍ଦ୍ଦେଶକ ।
୨୭ ଅଗଷ୍ଟ ୧୯୨୭ ମସିହାରେ ସେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ବାଉଁଶଲୁଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଶତପଥୀ ଆଇଏ ପାସ୍ ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବାୟୁସେନାରେ ଯୋଗ ଦେଇଥିଲେ ।[୧]ତାଙ୍କୁ ଓଡ଼ିଶା ପୁଲିସର ସର୍ଜେଣ୍ଟ ଭାବେ ନିଯୁକ୍ତି ମିଳିଥିଲା; ହେଲେ ସେ ସୁଯୋଗ ପ୍ରତ୍ୟାହାର କରି ପେସାଦାର ଅଭିନେତାର ପରିଚୟ ସୃଷ୍ଟି କରିଥିଲେ । ୧୯୭୪ରେ ଅନ୍ନୂର୍ଣ୍ଣା ଥିଏଟର ‘ଏ ଗୃପ’ରେ ଯୋଗ ଦେଇଥିଲେ । ପରେ ସେ ଅନ୍ନପୂର୍ଣ୍ଣା ‘ବି’ ଗୃପ କଟକରେ ଯୋଗ ଦେଇ ‘ଘର ସଂସାର’ ନାଟକରେ ମିଃ ବର୍ମା ଭୂମିକାରେ ମର୍ମସ୍ପର୍ଶୀ ଅଭିନୟ କରି ସମସ୍ତଙ୍କ ମନ ଜିଣିବାରେ ସଫଳ ହୋଇଥିଲେ । ଏହି ନାଟକ ତାଙ୍କୁ ଜଣେ ଲୋକପ୍ରିୟ ଅଭିନେତାଭାବେ ପ୍ରତିଷ୍ଠା ଆଣିଦେଇଥିଲା । ମଞ୍ଚ ନାଟକ ବ୍ୟତୀତ ସେ ଓଡ଼ିଆ କଥାଚିତ୍ର ଶ୍ରୀ ଜଗନ୍ନାଥ, ସହରୀ ବାଘ, ଘର ବାହୁଡ଼ା, ଅଲିଭା ଦାଗ, ଘର ସଂସାର, ଅଦିନ ମେଘ, ଜୀବନସାଥୀ, ‘ନିଝୁମ ରାତିର ସାଥୀ’ ପ୍ରଭୃତି କଥାଚିତ୍ରରେ ଅଭିନୟ କରିଥିଲେ । ୬ ଜାନୁଆରୀ ୨୦୧୫, ମଙ୍ଗଳବାର ଅପରାହ୍ଣରେ ଭୁବନେଶ୍ୱରସ୍ଥ ଭିଏସ୍ଏସ୍ନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । କିଛି ମାସ ଧରି ସେ ଅସୁସ୍ଥ ଥିଲେ । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ , ପୁତ୍ର, କନ୍ୟା, ପରିବାର ସଦସ୍ୟ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।[୨]
ତାଙ୍କର ଅନନ୍ୟ ସାଧନା ପାଇଁ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ (୧୯୯୧), ଶାରଳା ପୁରସ୍କାର, କଳିଙ୍ଗ ପୁରସ୍କାର, ଓଡ଼ିଶା ସିନେ କ୍ରିଟିକ୍ ଆସୋସିଏସନ, ଶତାବ୍ଦୀର କଳାକାର ସମ୍ମାନ, ଇଟ୍ ସମ୍ମାନ, ମନନ ସମ୍ମାନ, ପଞ୍ଚମବେଦ ସମ୍ମାନ ପାଇଥିଲେ ।
ଓଡ଼ିଶୀ |
| ||||||
---|---|---|---|---|---|---|---|
କଥାଚିତ୍ର |
| ||||||
ନୃତ୍ୟ |
| ||||||
ରଙ୍ଗମଞ୍ଚ |
| ||||||
ସଙ୍ଗୀତ |
| ||||||
ନାଟକ |
| ||||||
କଥାଚିତ୍ର/ସଙ୍ଗୀତ |
| ||||||
ଗୋଟିପୁଅ ନୃତ୍ୟ |
| ||||||
|
କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ | |
---|---|
୧୯୯୦-୨୦୧୦ |
|
୨୦୧୧- ଏପର୍ଯ୍ୟନ୍ତ |
|
('ଓଡ଼ିଶା ସଂଗୀତ ନାଟକ ଏକାଡେମୀ' ପ୍ରଦତ୍ତ ସର୍ବୋଚ୍ଚ ସମ୍ମାନ) |