ନର୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ନର୍ଲା (କ୍ରମିକ ସଂଖ୍ୟା: ୮୧) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧]ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ନର୍ଲା ବ୍ଳକ, କର୍ଲାମୁଣ୍ଡା ବ୍ଳକ, ମଦନପୁର-ରାମପୁର ବ୍ଳକ ଓ କେସିଙ୍ଗା ବ୍ଳକର ୯ଟି ଗ୍ରାମ ପଞ୍ଚାୟତ (ବେଲଖଣ୍ଡି, ତୁଣ୍ଡଳା, ତୁର୍ଲାଖମନ୍, ସିର୍ଜାପାଲି, କନ୍ତେଶିର, କଶ୍ରୁପଡା, ପରଲସିଙ୍ଗା, ହାତୀଖୋଜ୍, ନୁନମାଠ ) ।[୨][୩]

ନର୍ଲା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪):୧,୯୬,୦୫୯
ଜିଲ୍ଲା:କଳାହାଣ୍ଡି
ଲୋକ ସଭା ନିର୍ବାଚନ ମଣ୍ଡଳୀ:କଳାହାଣ୍ଡି
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମନୋରମା ମହାନ୍ତି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପାର୍ଥୀ ଭକ୍ତ ଚରଣ ଦାସଙ୍କଠାରୁ ୫,୨୦୫ ଖଣ୍ଡ ଭୋଟ ଅଧିକ ଭୋଟ ପାଇ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪]

୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଧନେଶ୍ୱର ମାଝୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜଗନ୍ନାଥ ପଟ୍ଟନାୟକଙ୍କଠାରୁ ୧୫୭୬୮ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭୂପିନ୍ଦର ସିଂହ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଶ୍ରୀକାନ୍ତ ହୋତାଙ୍କଠାରୁ ୨୭,୫୧୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬]

ନିର୍ବାଚିତ ବିଧାୟକଗଣ

୧୯୬୭ରୁ ୨୦୨୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୫]

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ନର୍ଲା [୯]
ରାଜନୈତିକ ଦଳପ୍ରାର୍ଥୀଭୋଟ%±%
କଂଗ୍ରେସଭୂପିନ୍ଦର ସିଂହ୪୯,୭୪୮୩୬.୩୨-
ଭାଜପାଶ୍ରୀକାନ୍ତ ହୋତା୨୨,୨୩୬୧୬.୨୩-
ସ୍ୱାଧୀନନୀଳମଣି ସାହୁ୧୭,୦୪୪୧୨.୪୪-
ରାକପାଜାକିର ହୁସେନ୧୬,୭୧୨୧୨.୨୦-
ସ୍ୱାଧୀନସନ୍ତୋଷ କୁମାର ମୁଣ୍ଡ୧୨,୧୯୯୮.୯୧-
ବସପାକୈଳାଶ ଚନ୍ଦ୍ର ଜୈନ୫,୧୪୧୩.୭୫-
ସପାଅଶୋକ କୁମାର ଚଣ୍ଡ୩,୯୨୮୨.୮୭-
ସମୃଦ୍ଧ ଓଡ଼ିଶା ସପନ କୁମାର ପଟ୍ଟନାୟକ୩,୮୧୨୨.୭୮-
ସ୍ୱାଧୀନଜଗଜୀବନ ବାରିକ୨,୦୭୧୧.୫୧-
ସିପିଆଇ(ମାଲେ) ଲିବରେସନଯୁଧିଷ୍ଟି ସା୧,୬୧୫୧.୧୮-
ସ୍ୱାଧୀନମୋହନ ଜାନୀ୧,୪୪୧୧.୦୫-
କଳିଙ୍ଗ ସେନାସୁରେଶ ଚୌଧୁରୀ୧,୦୩୮୦.୭୬-
ଭୋଟ ବ୍ୟବଧାନ୨୭,୫୧୨୨୦.୦୮*-
ମତଦାନ ହାର୧,୩୭,୦୨୧୭୧.୧୧-

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ


ଆଧାର