ଧୋକା - ଦି ଗେମ୍ ଅଫ୍ ଲଭ୍

୨୦୨୩ ଓଡ଼ିଆ କଥାଚିତ୍ର

ଧୋକା - ଦି ଗେମ୍ ଅଫ୍ ଲଭ୍ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ଷୀରୋଦ ପଟ୍ଟନାୟକ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତ୍ରିପତି ସାହୁ ।[୧] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଧୋକା - ଦି ଗେମ୍ ଅଫ୍ ଲଭ୍
ନିର୍ଦ୍ଦେଶକତ୍ରିପତି ସାହୁ
ପ୍ରଯୋଜକକ୍ଷୀରୋଦ ପଟ୍ଟନାୟକ
ସଂଳାପରଜନୀ ରଞ୍ଜନ
କଳାକାରସୁଭାଶିଷ ଶର୍ମା
କୁକିଜ୍ ସ୍ୱାଇଁ
ଅଭିପ୍ସା ଭଞ୍ଜ
ସଙ୍ଗୀତଅଭିଜିତ ମଜୁମଦାର
ମୁକ୍ତିଲାଭ ତାରିଖ
୭ ମଇ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁଭାଶିଷ ଶର୍ମା, କୁକିଜ୍ ସ୍ୱାଇଁ ଓ ଅଭିପ୍ସା ଭଞ୍ଜ ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ପୃଥ୍ୱୀରାଜ ନାୟକ, ଜଗନ୍ନାଥ ସାହୁ ଭଳି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଏହି କଥାଚିତ୍ରଟିର ୨୦୨୩ ମସିହାର ମଇ ୭ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୧]

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ବିଷ୍ଣୁମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ, ଅମ୍ରିତା ନାୟକ, ଏସ୍. ଜିତୁ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]

ଗୀତ

କ୍ରମଗୀତଗାୟକସମୟ
1."ମୁଁ ଆଉ ମୋ ପାଖରେ ନାହିଁ"ଅମ୍ରିତା ନାୟକ, ବିଷ୍ଣୁମୋହନ କବି 
2."ତୁ ଦସ୍ତଖ ଦେଇସାରିଛୁ ମୋ ସାଥିରେ"ଅନ୍ତରା ଚକ୍ରବର୍ତ୍ତୀ, ଏସ. ଜିତୁ 

ଆଧାର

ବାହାର ଆଧାର