ଧୀରେ ଧୀରେ ପ୍ରେମ ହେଲା
- ପୃଷ୍ଠା
- ଆଲୋଚନା
ଧୀରେ ଧୀରେ ପ୍ରେମ ହେଲା | |
---|---|
ନିର୍ଦ୍ଦେଶକ | ଦିଲ୍ଲୀପ ପଣ୍ଡା |
ପ୍ରଯୋଜକ | ସୁନୀଲ ରାଉତ |
ସଂଳାପ | ସୁବୋଧ ପଟ୍ଟନାୟକ |
ଚିତ୍ରନାଟ୍ୟ | ଦିଲ୍ଲୀପ ପଣ୍ଡା |
କାହାଣୀ | ଦିଲ୍ଲୀପ ପଣ୍ଡା |
କଳାକାର | ସବ୍ୟସାଚୀ ମିଶ୍ର ବର୍ଷା ପ୍ରିୟଦର୍ଶିନୀ ମିହିର ଦାସ ଚନ୍ଦନ କର କୁନା ତ୍ରିପାଠୀ ମୀନକେତନ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ସୁଶାନ୍ତ ବାହିନୀପତି ଅଭିରାମ ମିଶ୍ର[୧] |
ସମ୍ପାଦକ | ଦିଲ୍ଲୀପ ପଣ୍ଡା |
ମୁକ୍ତିଲାଭ ତାରିଖ | ୧ ଜାନୁଆରୀ ୨୦୦୯[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଧୀରେ ଧୀରେ ପ୍ରେମ ହେଲା, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁନୀଲ ରାଉତ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଦିଲ୍ଲୀପ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ବର୍ଷା ପ୍ରିୟଦର୍ଶିନୀ ।[୧] ମିହିର ଦାସ, ଚନ୍ଦନ କର, ପ୍ରିୟା ମହାପାତ୍ର, ପ୍ରିୟଙ୍କା ମହାପାତ୍ର, ଜୟୀରାମ ସାମଲ, କୀର୍ତ୍ତୀ ମହାନ୍ତି, ଅମର, ବ୍ରଜ, ବୁଲେଟ୍, ମୀନକେତନ, ଦେବାଶିଷ, ହାତି, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରିୟା, ରାକେଶ, ରାଣୀ, ସୋନାଲି, କୁନା ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ବସନ୍ତରାଜ ସାମଲ, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ପ୍ରଭାଂଶୁ ସାମନ୍ତରାୟ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମଦ ଅଜିଜ୍, କୁମାର ବାପି, ଶ୍ରୀଚରଣ ମହାନ୍ତି, ତପୁ ମିଶ୍ର, ଉଦିତ ନାରାୟଣ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
କ୍ରମ | ଗୀତ | ସମୟ |
---|---|---|
1. | "ତୁ ରାଗିଲେ ଲାଗୁଚୁ ଭଲ" | |
2. | "ତୋ କଥା ମୋ ମନ କହିଲା" | |
3. | "ପ୍ଲିଜ୍ ଦେ କିସ୍ ଥରେ" | |
4. | "ପାଖରେ ଥାଇ" | |
5. | "ପାଗଳ ଜୀବନ ଚଗଲା ଫଗୁଣ" | |
6. | "ନିଦ ଆସେନା ଭଲ ଲାଗେନା" | |
7. | "କିଏ ଚୋରି କରିନେଲା ପୁନେଇଁ ଜହ୍ନ" | |
8. | "ଦିଲ୍ ଜାନୀ" |