ଦେବବ୍ରତ ମଦନରାୟ

ଓଡ଼ିଆ ସାହିତ୍ୟିକ

ଦେବବ୍ରତ ମଦନରାୟ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ସାହିତ୍ୟିକ । ଗଳ୍ପ, ଉପନ୍ୟାସ ଆଦିରେ ମଦନରାୟ ଲେଖନି ଚାଳନା କରିଥାନ୍ତି । ଏଯାବତ ତାଙ୍କର ୧୫ଟିରୁ ଅଧିକ ଗଳ୍ପ ସଂକଳନ ଓ ଏକାଧିକ ଉପନ୍ୟାସ ପ୍ରକାଶ ପାଇସାରିଛି ।

ଦେବବ୍ରତ ମଦନରାୟ
ଜନ୍ମ୧୯୫୭
ବୃତ୍ତିବ୍ୟାଙ୍କ ଚାକିରି
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୫

ଜୀବନୀ

ଦେବବ୍ରତ ୧୯୫୭ ମସିହାରେ ଜନ୍ମଗ୍ରହଣ କରିଥିଲେ । କିଛି ସମୟ ଅଧ୍ୟାପନାକୁ ନିଜର ବୃତ୍ତି ଭାବରେ ଗ୍ରହଣ କରିବା ପରେ, ସେ ୧୯୮୪ମସିହାରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ କାର୍ଯ୍ୟରତ ।

ରଚନାବଳି

ଗଳ୍ପଗ୍ରନ୍ଥ

  • ଆଲୁଅର ଛାଇ (୧୯୮୬)
  • ସୂର୍ଯ୍ୟର ଅନେକ ରଙ୍ଗ (୧୯୯୨)
  • ଦୁଃଖ ଅରଣ୍ୟ
  • କହ୍ନେଇର ବଂଶୀ (୧୯୯୪)
  • ସ୍ୱର୍ଗାରୋହଣ (୧୯୯୬)
  • ସପ୍ତଲୋକ
  • ସାରାରାତି ଜହ୍ନରାତି (୨୦୦୦)
  • ଜଳପରୀ
  • ସହଯାତ୍ରୀ
  • ଅସୁନ୍ଦରୀ
  • ପ୍ରିୟ ସଖୀ (୨୦୦୬)
  • ଚିତ୍ରମାଟି
  • ବର୍ଣ୍ଣମାଳା
  • ମହାଦେବୀ

ଉପନ୍ୟାସ

  • କ୍ରୂଶବିଦ୍ଧ (୧୯୮୯)
  • ନିର୍ବାଣ (୧୯୯୮)

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୫[୧]
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୮ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୨]
  • ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୨୦୦୯ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଅଖିଳମୋହନ କଥା ସମ୍ମାନ, ୨୦୦୭[୩]
  • ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର, ୧୯୯୮
  • ପ୍ରଜାତନ୍ତ୍ର ପୁରସ୍କାର

ଆଧାର