ଦେଖା ହେଲା ପ୍ରେମ ହେଲା

୨୦୧୯ ମସିହାର ଓଡ଼ିଆ କଥାଚିତ୍ର

ଦେଖା ହେଲା ପ୍ରେମ ହେଲା, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ରମେଶ ବାରିକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହଣୀ ରଚନା କରିଥିଲେ ।[୧] ଅଜୟ ସାମଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ନିର୍ଦ୍ଦେଶକ ଟି. ଗଣେଶ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଏସ୍. ଚନ୍ଦ୍ରକାନ୍ତ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଦେଖାହେଲା ପ୍ରେମ ହେଲା
ନିର୍ଦ୍ଦେଶକଟି. ଗଣେଶ
ପ୍ରଯୋଜକରମେଶ ବାରିକ
ସଂଳାପଅଜୟ ସାମଲ
କାହାଣୀରମେଶ ବାରିକ
କଳାକାରଅଭିଶେକ ରଥ
ସୁଭାଶିଷ ଶର୍ମା
ରାଗିଣୀ
ପ୍ରଦ୍ୟୁ୍ମ୍ନ ଲେଙ୍କା
ପ୍ରତିଭା ପଣ୍ଡା
ଜୋଜୋ
ସଙ୍ଗୀତଏସ୍. ଚନ୍ଦ୍ରକାନ୍ତ
ଚିତ୍ରଗ୍ରହଣଆର୍. ଭଗତ
ମୁକ୍ତିଲାଭ ତାରିଖ
୨୭ ସେପ୍ଟେମ୍ବର ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିଶେକ ରଥ, ରାଗିଣୀ ଓ ସୁଭାଶିଷ ଶର୍ମା ।[୩] ପ୍ରଦ୍ୟୁମ୍ନ ଲେଙ୍କା, ପ୍ରତିଭା ପଣ୍ଡା, ଜୋଜୋ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪]

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହିକଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଚନ୍ଦ୍ରକାନ୍ତ ।[୫] ଗୀତିକାର ନିର୍ମଳ ନାୟକ ଓ ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ସ୍ୱୟମ୍ ପାଢ଼ୀ, ଅର୍ପିତା, ଜ୍ୟୋତିର୍ମୟୀ, ବିଷ୍ଣୁମୋହନ କବି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪]

ଗୀତ

କ୍ରମଗୀତକବିଗାୟକସମୟ
1."ଦେଖା ହେଲା ପ୍ରେମ ହେଲା"ଅରୁଣ ମନ୍ତ୍ରୀହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ 
2."ଖାସ୍ ତୁ ମୋରି ପାଇଁରେ ଥିଲୁ" ସ୍ୱୟମ୍ ପାଢ଼ୀ, ଅର୍ପିତା 
3."ଭିଜା ଭିଜା ପ୍ରେମ ଛିଟା"ନିର୍ମଳ ନାୟକସ୍ୱୟମ ପାଢ଼ୀ, ଜ୍ୟୋତିର୍ମୟୀ 
4."ତୁଟିବନି ଏଇ ବନ୍ଧନ" ବିଷ୍ଣୁମୋହନ କବି, ପିକେ 

ଆଧାର

ବାହାର ଆଧାର