ଦିଗପହଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଦିଗପହଣ୍ଡି (କ୍ରମିକ ସଂଖ୍ୟା: ୧୩୪) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଦିଗପହଣ୍ଡି (ବି), ଦିଗପହଣ୍ଡି ବ୍ଳକ ଓ କୁକୁଡ଼ାଖଣ୍ଡି ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର, ବିଜୁ ଜନତା ଦଳ ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କଠାରୁ ୧୬,୮୪୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ
ବିଧାୟକ : ସିଦ୍ଧାନ୍ତ ମହାପାତ୍ର (ଭାଜପା) (୨୦୨୪)
ଆରକ୍ଷଣ:ସାଧାରଣ
ମତଦାତା ସଂଖ୍ୟା (୨୦୨୪):୨,୨୨,୦୮୭
ଜିଲ୍ଲା:ଗଞ୍ଜାମ
ଲୋକସଭା ଆସନ:ବ୍ରହ୍ମପୁର
ପଞ୍ଚାୟତ ସମିତି:
ବିଜ୍ଞାପିତ ଅଞ୍ଚଳ ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ର ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶୁକ ସୁଜିତ କୁମାରଙ୍କଠାରୁ ୪୫୮୯୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ପାତ୍ର, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭି. ରବି ନାରାୟଣ ରାଜୁଙ୍କଠାରୁ ୩୨,୭୬୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଦିଗପହଣ୍ଡି [୬]
ରାଜନୈତିକ ଦଳପ୍ରାର୍ଥୀଭୋଟ%±%
ବିଜଦସୂର୍ଯ୍ୟନାରାୟଣ ପାତ୍ର୬୫,୨୧୯୬୧.୭୫-
କଂଗ୍ରେସଭି. ରବି ନାରାୟଣ ରାଜୁ୩୨,୪୫୬୩୦.୭୯-
ଭାଜପାଶ୍ରୀଧର ଦେବ୪,୧୧୯୩.୯୦-
ସ୍ୱାଧୀନସକ ବାଲାଜୀ୨,୨୮୮୨.୧୭-
ସମୃଦ୍ଧ ଓଡ଼ିଶା ପ୍ରମୋଦ ସାବତ୧,୫୪୨୧.୪୬-
ଭୋଟ ବ୍ୟବଧାନ୩୨,୭୬୩୩୧.୦୨*-
ମତଦାନ ହାର୧,୦୫,୬୩୦୬୨.୮୨-

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ ଓ ୨୦୧୪ରେ କେବଳ ୨ଥର ନିର୍ବାଚନ ଅନୁଷ୍ଠିତ ହୋଇଛି ।[୭][୪]

ଆଧାର