ଦକ୍ଷିଣ ଚୀନ ସାଗର

ସମୁଦ୍ର

ଦକ୍ଷିଣ ଚୀନ ସାଗର ପଶ୍ଚିମ ପ୍ରଶାନ୍ତ ମହାସାଗରର ଏକ ସୀମାବଦ୍ଧ ସମୁଦ୍ର ଅଟେ | ଏହା ଉତ୍ତରରେ ଦକ୍ଷିଣ ଚୀନ , ପଶ୍ଚିମରେ ଇଣ୍ଡୋଚିନ୍ ଉପଦ୍ୱୀପ, ପୂର୍ବରେ ତାଇୱାନ ଏବଂ ଉତ୍ତର-ପଶ୍ଚିମ ଫିଲିପାଇନ୍ସ ଏବଂ ଦକ୍ଷିଣରେ ବୋର୍ନିଓ, ପୂର୍ବ ସୁମାତ୍ରା ଆଦି ଦ୍ୱୀପପୁଞ୍ଜଦ୍ୱାରା ଘେରା।ଏହାର କ୍ଷେତ୍ରଫଳ ପ୍ରାୟ ୩,୫୦୦,୦୦୦ ବର୍ଗ କିଲୋମିଟର (୧,୪୦୦,୦୦୦ ବର୍ଗ ମାଇଲ) ।

ଦକ୍ଷିଣ ଚୀନ ସାଗର ଅର୍ଥନୈତିକ ଏବଂ ଭୂତାତ୍ତ୍ୱିକ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ | ବିଶ୍ୱର ଏକ ତୃତୀୟାଂଶ ସାମୁଦ୍ରିକ ପରିବହନ ଏହା ଦେଇ ହୋଇଥାଏ , ଯାହାର ପ୍ରତିବର୍ଷ ବାଣିଜ୍ୟିକ ମୁଲ୍ୟ ୩ ଟ୍ରିଲିୟନ ଆମେରିକୀୟ ଡଲାରରୁ ଅଧିକ ହୋଇଥାଏ। ବିପୁଳ ତୈଳ ଏବଂ ପ୍ରାକୃତିକ ଗ୍ୟାସ ଭଣ୍ଡାର ଏହାର ସମୁଦ୍ର ତଳେ ଅବସ୍ଥିତ ବୋଲି ବିଶ୍ୱାସ କରାଯାଏ ।

ନାମକରଣ

ଦକ୍ଷିଣ ଚୀନ ସାଗର, ପଶ୍ଚିମ ଫିଲିପାଇନ୍ ସାଗର ଭାବରେ ମଧ୍ୟ ଜଣାଶୁଣା । ଇଂରାଜୀ ଏବଂ ଅଧିକାଂଶ ୟୁରୋପୀୟ ଭାଷାରେ ଏହାର ନାମ ଦକ୍ଷିଣ ଚୀନ ସାଗର ଅନୁରୂପ ଷୋଡଶ ଶତାବ୍ଦୀରେ ପର୍ତ୍ତୁଗୀଜ୍ ନାବିକମାନେ ଏହାକୁ ଚୀନ ସାଗର (ମେରେ ଡା ଚାଇନା) ବୋଲି କହିଥିଲେ; ପରବର୍ତ୍ତୀ ସମୟରେ ଏହାକୁ ନିକଟସ୍ଥ ଜଳରାଶିଠାରୁ ଭିନ୍ନ କରିବା ଆବଶ୍ୟକ ହେଲା । ତେଣୁ ଏହାର ନାମ ଦକ୍ଷିଣ ଚୀନ ସାଗର ହେଲା। [୧]ଚୀନରେ ଏହକୁ ନାନ୍ ହାଇ ବ ଦକ୍ଷୀଣ ସାଗର ଓ ଭିଏତନାମ୍ରେ ଏହାକୁ ବିଏନ୍ ଡଙ୍ଗ୍ ବା ପୂର୍ବ ସାଗର କୁହାଯାଏ।[୨]

ଭୂଗୋଳ

ଦକ୍ଷିଣ ଚୀନ ସାଗରର ମାନଚିତ୍ର

ସମୁଦ୍ରରେ ସୀମାରେ ଥିବା ପ୍ରମୁଖ ଦେଶ ଏବଂ ଅଞ୍ଚଳଗୁଡିକ ମଧ୍ୟରେ  : ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା, ରିପବ୍ଲିକ୍ ଅଫ୍ ଚାଇନା (ତାଇୱାନ), ଫିଲିପାଇନ୍ସ, ମାଲେସିଆ, ବ୍ରୁନେଇ, ଇଣ୍ଡୋନେସିଆ ଏବଂ ଭିଏତନାମ ଅନ୍ତର୍ଭୁକ୍ତ ।[୧]

ଦକ୍ଷିଣ ଚୀନ ସାଗରକୁ ପ୍ରବାହିତ ହେଉଥିବା ପ୍ରମୁଖ ନଦୀଗୁଡ଼ିକରେ ପର୍ଲ୍, ମିନ୍ , ଜିୟୁଲୁଙ୍ଗ, ରେଡ୍, ମେକୋଙ୍ଗ, ରାଜଙ୍ଗ, ପାହାଙ୍ଗ, ଅଗ୍ନୋ, ପାମ୍ପଙ୍ଗା, ଏବଂ ପାସିଗ୍ ନଦୀ ଅନ୍ତର୍ଭୁକ୍ତ ।

ଦକ୍ଷିଣ ଚୀନ ସାଗର ଏକ ମହୀ ସୋପାନ ଉପରେସ୍ଥିତ ।

ଇଓସିନ୍ ଯୁଗରେ (ପ୍ରାୟ ୪୫ ନିୟୁତ ବର୍ଷ ପୂର୍ବେ) ଭୂଚଳନ ଯୋଗୁ ଦକ୍ଷିଣ ଚୀନ ସାଗରର ବିସ୍ତାର ହୋଇଥିଲା । ପ୍ରାୟ ୧୭ ନିୟୁତ ବର୍ଷ ପୂର୍ବେ ସମ୍ପ୍ରସାରଣ ବନ୍ଦ ହୋଇଯାଇଥିଲା। ପିଟର କ୍ଲିଫ୍ଟଙ୍କଦ୍ୱାରା ଟୋନ୍ କିନ୍ ଉପସଗରର ସାମୁଦ୍ରିକ ଭୂତାତ୍ୱିକ ଅଧ୍ୟୟନରୁ ଜଣାପଡିଛି ଯେ ଅନ୍ତତଃ ୩୭ ନିୟୁତ ବର୍ଷ ପୂର୍ବେ ରେଡ୍ ନଦୀ ଚ୍ୟୁତି ସକ୍ରିୟ ଥିଲା ଯାହାକି ଦକ୍ଷିଣ ଚୀନ ସାଗରର ଗଠନରେ ଏକ ଭୂମିକା ନିର୍ବାହ କରିଥିଲା । ଦକ୍ଷିଣ ଚୀନ ସାଗର ସମ୍ପ୍ରସାରଣ ପରଠାରୁ ମେକୋଙ୍ଗ ନଦୀ, ରେଡ୍ ନଦୀ ଏବଂ ପର୍ଲ୍ ନଦୀଦ୍ୱାରା ଜମା ହୋଇଥିବା ଅବକ୍ଷୀପ୍ତର ଭଣ୍ଡାର ଅଟେ । ଏଥିମଧ୍ୟରୁ ଅନେକ ତ୍ରୀକୋଣ ଭୂମି ଖଣିଜ ତୈଳ ଏବଂ ଗ୍ୟାସରେ ଭରା ।

ଦକ୍ଷିଣ ଚୀନ ସାଗରରେ ୨୫୦ରୁ ଅଧିକ ଛୋଟ ଦ୍ୱୀପ, ଦ୍ୱୀପପୁଞ୍ଜ, ପ୍ରବାଳ ଦ୍ୱୀପ ଏବଂ ବାଲୁକା ପଠା ରହିଛି। ଅଧିକାଂଶଙ୍କର ଅଧିବାସୀ ନାହାଁନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଉଚ୍ଚ ଜୁଆରରେ ଜଳ ମଗ୍ନ ହୋଇଯାଆନ୍ତି ଏବଂ କେତେକ ସ୍ଥାୟୀ ଭାବରେ ଜଳମଗ୍ନ ହୋଇଯାଆନ୍ତି ।


ଅର୍ଥନୈତିକ ଗୁରୁତ୍ୱ

ଦକ୍ଷିଣ ଚୀନ ସାଗରଦେଇ ଖଣିଜତୈଳ ପରିବହନ ପଥ

ଭୌଗୋଳିକ ଦୃଷ୍ଟିରୁ ଦକ୍ଷିଣ ଚୀନ ସାଗର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜଳପଥ ଅଟେ | ଏହା ବିଶ୍ୱର ଦ୍ୱିତୀୟ ସର୍ବାଧିକ ବ୍ୟବହୃତ ସମୁଦ୍ର ପଥ । ବିଶ୍ୱର ବାର୍ଷିକ ବାଣିଜ୍ୟ ଜାହାଜ ପରିବହନର ୫୦%ରୁ ଅଧିକ ମାଲାକା ପ୍ରଣାଳି, ସୁଣ୍ଡା ପ୍ରଣାଳି ଏବଂ ଲମ୍ବୋକ୍ ପ୍ରଣାଳି ଦେଇ ଯାଇଥାଏ | ଦିନକୁ 10 ନିୟୁତ ବ୍ୟାରେଲରୁ ଅଧିକ ଅଶୋଧିତ ଖଣିଜତୈଳ ମାଲାକା ପ୍ରଣାଳି ଦେଇ ପଠାଯାଏ ।

ଏହି ଅଞ୍ଚଳରେ ପ୍ରାୟ ୨୮ ବିଲିୟନ ବ୍ୟାରେଲ ତୈଳ ଓ 266 ଟ୍ରିଲିୟନ ଘନଫୁଟ ପ୍ରାକୃତିକ ଗ୍ୟାସ୍ ଭଣ୍ଡାରର ଆକଳନ କରା ଯାଇଛି ।

ଆଧାର