ଥ୍ରୋମ୍ବୋଫ୍ଲେବାଇଟିସ୍

ଥ୍ରୋମ୍ବୋଫ୍ଲେବାଇଟିସ୍ ରୋଗୀର ଶିରା ପ୍ରଦାହଗ୍ରସ୍ତ ହୋଇ ରକ୍ତ ଜମାଟ ବାନ୍ଧିଯାଏ ।

ଥ୍ରୋମ୍ବୋଫ୍ଲେବାଇଟିସ୍ ରୋଗୀର ଶିରା ପ୍ରଦାହଗ୍ରସ୍ତ ହୋଇ ରକ୍ତ ଜମାଟ ବାନ୍ଧିଯାଏ[୨] ସାଧାରଣତଃ ଏହି ରୋଗରେ ଗୋଡ଼ ପ୍ରଭାବିତ ହୁଏ | [୨] ଏହାର ଲକ୍ଷଣ ମଧ୍ୟରେ ଯନ୍ତ୍ରଣା, ଫୁଲା, ଲାଲିମା, ଉଷ୍ମତା ଏବଂ ଶିରା କଠିନତା ଦେଖାଯାଏ | [୨] ସଂକ୍ରମିତ ସମୟରେ ଜ୍ୱର ଏବଂ ନିମ୍ନ ରକ୍ତଚାପ ମଧ୍ୟ ହୋଇପାରେ। [୪] ରୋଗ ଜଟିଳ ହେଲେ ଫୁସଫୁସ ଏମ୍ବୋଲିଜ୍ମ ଏବଂ ପୋଷ୍ଟ ଥ୍ରୋମାବୋଟିକ୍ ସିଣ୍ଡ୍ରୋମ ହୋଇପାରେ। [୧]

Thrombophlebitis
Ultrasonographic image showing thrombosis of the great saphenous vein.
ଉଚ୍ଚାରଣ
  • throm-boe-fluh-BY-tis[୧]
ବିଭାଗEmergency medicine
ଲକ୍ଷଣPain, swelling, redness, warmth, hardening of the vein[୨][୧]
ବିପଦ କାରକDeceased mobility, recent surgery, pregnancy, birth control pills, cancer, obesity and at site of an intravenous insertion.[୨][୧]
ରୋଗ ନିର୍ଣ୍ଣୟ ପଦ୍ଧତିUltrasound[୨]
ଚିକିତ୍ସାBlood thinners, pain medication[୩]

ସବୁଠାରୁ ସାଧାରଣ ପ୍ରକାରଗୁଡ଼ିକ ହେଉଛି ବାହ୍ୟ ଥ୍ରୋମ୍ବୋଫ୍ଲେବାଇଟିସ ଏବଂ ଗଭୀର ଶିରା ଥ୍ରୋମ୍ବୋସିସ୍ | [୧] ବିଭିନ୍ନ ସ୍ଥାନରେ ବାରମ୍ବାର ଘଟିଲେ ଏହାକୁ ମାଇଗ୍ରେଟୋରୀ ଥ୍ରୋମ୍ବୋଫ୍ଲେବାଇଟିସ୍ କୁହାଯାଏ ଏବଂ ଏହା କର୍କଟ ସହିତ ଜଡ଼ିତ ଥାଏ | [୫] ଯେତେବେଳେ ଏହା ସ୍ତନକୁ ପ୍ରଭାବିତ କରେ ଏହାକୁ ମୋଣ୍ଡୋର ରୋଗ କୁହାଯାଏ | [୬] ଏହା ସଂକ୍ରମିତ ଥିବା ଅବସ୍ଥାରେ ଏହାକୁ ସେପ୍ଟିକ ଥ୍ରୋମ୍ବୋଫ୍ଲେବାଇଟିସ୍ କୁହାଯାଏ | [୪]

ବିପଦ କାରକଗୁଡ଼ିକ ମଧ୍ୟରେ କମ୍ ଗତିଶୀଳତା, ସାମ୍ପ୍ରତିକ ଅସ୍ତ୍ରୋପଚାର, ଗର୍ଭଧାରଣ, ଜନ୍ମ ନିୟନ୍ତ୍ରଣ ବଟିକା, କର୍କଟ, ମୋଟାପଣ, ଭାରିକୋଜ୍ ଶିରା, ରୋଗର ପାରିବାରିକ ଇତିହାସ ଏବଂ ଏକ ଶିରାଭ୍ୟନ୍ତର ଭର୍ତ୍ତି ପଦାର୍ଥ | [୨] [୧] ଏହାର କାର୍ଯ୍ୟ ପ୍ରଣାଳୀରେ ଖରାପ ରକ୍ତ ପ୍ରବାହ, ରକ୍ତ ଜମାଟ ବାନ୍ଧିବା ଏବଂ ନଷ୍ଟ ଶିରା ହୋଇପାରେ । [୧] ଅଲଟ୍ରାସାଉଣ୍ଡଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ | [୨]

ପୃଷ୍ଠ ଶିରାରେ ଥିବା ଛୋଟ ଛୋଟ କ୍ଲଟ ନିଜେ ଉପଶମ ହୋଇପାରେ | [୨] ଅଶାନ୍ତ ଲାଗିଲେ ଏନଏସଏଆଇଡି (NSAID) ଦେଲେ ଓ ଗୋଡ଼ ଟେକି ରଖିଲେ, ସାହାଯ୍ୟ କରିପାରେ | [୭] ରକ୍ତ ପତଳାକାରୀ ଔଷଧ ଯଥା ହେପାରିନ୍, ୱାର୍ଫାରିନ୍ କିମ୍ବା ଆପିକ୍ସାବାନ୍ ମଧ୍ୟ ବାରମ୍ବାର ବ୍ୟବହୃତ ହୁଏ | [୭] ବେଳେବେଳେ ଏକ ଭେନା କାଭା ଫିଲ୍ଟର କିମ୍ବା ଆଲଟେପ୍ଲେଜ୍ ବ୍ୟବହାର କରାଯାଇପାରେ | [୭] ସାଧାରଣତଃ ୬୦ ବର୍ଷରୁ ଅଧିକ ବୟସ୍କ ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି | [୧]

ଆଧାର