ତୁ ମୋ ଲଭ୍ ଷ୍ଟୋରୀ ୨

୨୦୧୯ର ଓଡ଼ିଆ କଥାଚିତ୍ର

ତୁ ମୋ ଲଭ୍ ଷ୍ଟୋରୀ ୨, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ୨୦୧୯ ମସିହାର ରଜ ସମୟରେ ମୁକ୍ତିଲାଭ କରିଥିଲା ।[୧] ଏହି କଥାଚିତ୍ରଟି ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ତୁ ମୋ ଲଭ୍ ଷ୍ଟୋରୀର ୨ୟ ଭାଗ ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶୁଭେନ୍ଦୁ ସାହୁ ଏବଂ କଥାଚିତ୍ରଟିର ତରଙ୍ଗ ସିନେ ପ୍ରଡକ୍ସନ ଓ କୁହୁ ସିନେ ପ୍ଲିକ୍ସ ବ୍ୟାନନରେ ନିର୍ମାଣ କରାଯାଇଥିଲା । ନିର୍ଦ୍ଦେଶକ ତାପସ ସରଘରିଆ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଦିଲୀପ ଚୌଧୁରୀ ଓ ଅନ୍ତର୍ଜାମୀ ସରଘରିଆ । କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଦେବୀଦତ୍ତ ମହାନ୍ତି ଓ ରଞ୍ଜନ ଶତପଥୀ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ତୁ ମୋ ଲଭ୍ ଷ୍ଟୋରୀ ୨
ନିର୍ଦ୍ଦେଶକତାପସ ସରଘରିଆ
ପ୍ରଯୋଜକଶୁଭେନ୍ଦୁ ସାହୁ
ସଂଳାପଦିଲୀପ ଚୌଧୁରୀ
ଅନ୍ତର୍ଜାମୀ ସରଘରିଆ
ଚିତ୍ରନାଟ୍ୟତାପସ ସରଘରିଆ
ଦେବୀଦତ୍ତ ମହାନ୍ତି
ରଞ୍ଜନ ଶତପଥୀ
କାହାଣୀତାପସ ସରଘରିଆ
କଳାକାରସ୍ୱରାଜ ବାରିକ
ଭୂମିକା ଦାଶ
ସିଦ୍ଧାନ୍ତ ମହାପାତ୍ର
ଅନୁ ଚୌଧୁରୀ
ନମ୍ରତା ଦାସ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣରବୀନ୍ଦ୍ର ବେହେରା
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୧୪ ଜୁନ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସ୍ୱରାଜ ବାରିକ, ଭୂମିକା ଦାଶ, ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ ।[୪] ସୁଭାଶିଷ ଶର୍ମା, ନମ୍ରତା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୧] ଗୀତିକାର ବସନ୍ତରାଜ ସାମଲ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨] ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଲୋପମୁଦ୍ରା ଦାଶ, ଦୀପ୍ତିରେଖା ପାଢ଼ୀ, ସବିଶେଷ ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତକବିଗାୟକସମୟ
1."ତୋ ଧଡ଼କନ୍‌ର ଧୂଆଁ"ବସନ୍ତରାଜ ସାମଲହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ 
2."ହୋଲିରେ ପ୍ରେମ ଛିଟା"ବସନ୍ତରାଜ ସାମଲହ୍ୟୁମାନ ସାଗର, ଲୋପାମୁଦ୍ରା ଦାଶ 
3."ତୁ ମୋ ଲଭ୍ ଷ୍ଟୋରୀ"ବସନ୍ତରାଜ ସାମଲହ୍ୟୁମାନ ସାଗର 
4."ଫିଲ୍ କରୁଚି"ବସନ୍ତରାଜ ସାମଲହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ 
5."ଭଲ ପାଇଗଲି ତତେ"ବସନ୍ତରାଜ ସାମଲସବିଶେଷ ମିଶ୍ର, ଦୀପ୍ତିରେଖା ପାଢ଼ୀ 
6."ଟିକେ ଟିକେ ଫ୍ରେଣ୍ଡସିପ୍"ବସନ୍ତରାଜ ସାମଲହ୍ୟୁମାସ ସାଗର, ଦୀପ୍ତିରେଖା ପାଢ଼ୀ 

ଆଧାର

ବାହାର ଆଧାର