ଡିସୋସିଏଟିଭ ରୋଗ

ଏହା ଏକ ମାନସିକ ରୋଗ ଗୋଷ୍ଠୀ ।

ଡିସୋସିଏଟିଭ ରୋଗ (ଇଂରାଜୀ ଭାଷାରେ dissociative disorders/ DD ) ହେଉଛି ମାନସିକ ରୋଗ ଗୋଷ୍ଠୀ ଯେଉଁଥିରେ ମଣିଷର ସ୍ମୃତି ଶକ୍ତି, ସଚେତନତା, ପରିଚୟ, କିମ୍ବା ସମ୍ବେଦନଶୀଳତାର ବ୍ୟାଘାତ ହୁଏ ।[୧] [୨] ଏହାର ଲକ୍ଷଣ ମଧ୍ୟରେ ସ୍ମୃତିକ୍ଷୟ (ଆମ୍ନେସିଆ), ବିଭିନ୍ନ ବ୍ୟକ୍ତିତ୍ୱ ସ୍ଥିତି, କିମ୍ବା ଅବାସ୍ତବ ଅନୁଭୂତି ଅନ୍ତର୍ଭୂକ୍ତ ହୋଇପାରେ ।[୧] ଲକ୍ଷଣଗୁଡିକ ସ୍ୱେଚ୍ଛାକୃତ ନିୟନ୍ତ୍ରଣରେ ନ ଥାଏ ଏବଂ ଏକ ସ୍ତରକୁ ଅସେ ଯେଉଁଥିରେ କାର୍ଯ୍ୟ ବ୍ୟାହତ ହୁଏ ।[୧] [୨] ଏହି ଅବସ୍ଥା ପ୍ରାୟ ମାନସିକ ଆଘାତ ସ‌ହିତ ଜଡିତ ହୋଇଥାଏ ।[୧]

Dissociative disorders
Video explanation
ବିଭାଗPsychiatry
ଲକ୍ଷଣDisruption of memory, awareness, identity, or perception[୧][୨]
ବିପଦ କାରକPsychological trauma[୧]
ସଠିକ ରୋଗ ନିର୍ଣ୍ଣୟEffects of medication, sleep disorders, PTSD, acute stress disorder, diseases of the nervous system[୧][୨]

ଡିଏସଏମ ଚିଠା-୫ରେ (DSM-5) ନିମ୍ନଲିଖିତ ପ୍ରକାରଗୁଡ଼ିକୁ ତାଲିକାଭୁକ୍ତ ହୋଇଛି: [୧]

  • ଡିସୋସିଏଟିଭ ଆଇଡେଣ୍ଟିଟି ଡିଜଅର୍ଡର (DID) ଲକ୍ଷଣରେ ଅତି କମରେ ଦୁଇଟି ପୃଥକ ଏବଂ ଅପେକ୍ଷାକୃତ ସ୍ଥାୟୀ ବ୍ୟକ୍ତିତ୍ୱ ସ୍ଥିତିର ଥାଏ ।[୧] ଏଥିରେ ଭୁଲିଯିବା ଦେଖାଯାଏ ଯାହା ସାଧାରଣ ସ୍ମୃତିହାନୀରୁ ଅଧିକ ଥିବା ଦେଖାଯାଏ । [୧] [୩] ବ୍ୟକ୍ତିର ବ୍ୟକ୍ତିତ୍ୱର ଆଚରଣରେ ବିକଳ୍ପ ଦର୍ଶାଏ, ତଥାପି ବ୍ୟାଧିର ଉପସ୍ଥାପନା ଭିନ୍ନ ହୋଇଥାଏ ।[୧] [୩]
  • ଡିସୋସିଏଟିଭ ଆମ୍ନେସିଅ ହେଉଛି ନିର୍ଦ୍ଦିଷ୍ଟ ସ୍ମୃତିକୁ ମନେରଖିବାରେ ଅସ୍ଥାୟୀ ଅକ୍ଷମତା ଯାହା ସାଧାରଣତ ଜଣେ ମନେରଖିବାକୁ ସମର୍ଥ ହେବା ଉଚିତ ।[୧] ପ୍ରାୟତଃ ସ୍ମୃତିଗୁଡ଼ିକ ଏକ ଚାପଗ୍ରସ୍ତ ଘଟଣା ସହିତ ଜଡ଼ିତ ହୋଇଥାଏ ଏବଂ ମନେରଖିବାରେ ଅକ୍ଷମତା ତାହାର କିଛି ଦିଗ ଉପରେ ପ୍ରଯୁଜ୍ୟ ହୋଇଥାଏ ।[୧]
  • ଡିପର୍ସୋନାଲାଇଜେସନ୍-ଡିରିଏଲାଇଜେସନ୍ ଡିସଅର୍ଡର୍ (DPDR) ହେଉଛି ବାରମ୍ବାର ନିଜକୁ ବାହାରେ ଦେଖିବା ଅନୁଭବ ହୁଏ କିମ୍ବା ସେହିଭଳି ଅନୁଭୂତି ବାସ୍ତବ ନୁହେଁ । [୧]
  • ଡିସୋସିଏଟିଭ୍ ଡିସଅର୍ଡର ପୂର୍ବ ବର୍ଗକୁ ଅନ୍ୟ ଭାବରେ ନିର୍ଦ୍ଦିଷ୍ଟ କରାଯାଇ ନ ଥିବା ଦୁଇ ଭାଗରେ ବିଭକ୍ତ କରାଯାଇଥିଲା: ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ଡିସୋସିଏଟିଭ୍ ବ୍ୟାଧି ଏବଂ ଅନିର୍ଦ୍ଦିଷ୍ଟ ଡିସୋସିଏଟିଭ୍ ବ୍ୟାଧି ।[୧] ଏହି ବର୍ଗଗୁଡିକ ବିଚ୍ଛିନ୍ନତାର ଫର୍ମ ପାଇଁ ବ୍ୟବହୃତ ହୁଏ ଯାହା ଅନ୍ୟ ନିର୍ଦ୍ଦିଷ୍ଟ ବ୍ୟାଧି ମାନଦଣ୍ଡକୁ ପୂରଣ କରେ ନାହିଁ ।[୧]

ଅନ୍ୟାନ୍ୟ ସମ୍ଭାବ୍ୟ କାରଣ ଯେପରିକି ଔଷଧର ପ୍ରଭାବ, ନିଦ୍ରା ବ୍ୟାଘାତ, ଆଘାତୋତ୍ତର ଚାପ ବେମାରୀ, ତୀବ୍ର ଚାପ ବ୍ୟାଧି ଏବଂ ସ୍ନାୟୁ ପ୍ରଣାଳୀର ରୋଗମାନଙ୍କର ଅନୁପସ୍ଥିତ ପ୍ରମାଣ କରିବା ପରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧] [୨] ଆଇସିଡି-୧୧ (ICD-11) ରୂପାନ୍ତର ବ୍ୟାଧିକୁ ଏକ ବିଚ୍ଛିନ୍ନତା ବ୍ୟାଧି ଭାବରେ ଶ୍ରେଣୀଭୁକ୍ତ କରେ, [୨] ଯେତେବେଳେ ଡିଏସଏମ-୫ (DSM-V )ଏହାକୁ ଏକ ସୋମାଟିକ ଲକ୍ଷଣ ଏବଂ ଆନୁସଙ୍ଗିକ ବ୍ୟାଧି ଭାବରେ ଶ୍ରେଣୀଭୁକ୍ତ କରେ ।[୧] ଡିସୋସିଏଟିଭ ଆଇଡେଣ୍ଟିଟି ଡିଜଅର୍ଡର ରୋଗରେ ପ୍ରାୟ ୧.୫% ଲୋକ, ଡିସୋସିଏଟିଭ୍ ଆମ୍ନେସିଆ ପ୍ରାୟ ୧.୮% ଏବଂ DPDR ପ୍ରାୟ ୨% ଲୋକ ପ୍ରଭାବିତ ହୁଅନ୍ତି ।[୧] ମହିଳାମାନଙ୍କ ମଧ୍ୟରେ ଡିସୋସିଏଟିଭ୍ ଆମ୍ନେସିଆ ଅଧିକ ଦେଖାଯାଏ, ଉଭୟ ଲିଙ୍ଗରେ ଡିସୋସିଏଟିଭ ଆଇଡେଣ୍ଟିଟି ଡିଜଅର୍ଡର ଏବଂ ଡିପର୍ସୋନାଲାଇଜେସନ୍-ଡିରିଏଲାଇଜେସନ୍ ଡିସଅର୍ଡର୍ ସମାନ ଭାବରେ ଦେଖାଯାଏ | [୧]

ଆଧାର