ଡାଇଇଥାଇଲକାର୍ବାମାଜିନ
- ପୃଷ୍ଠା
- ଆଲୋଚନା
Tools
Actions
General
ପ୍ରିଣ୍ଟ/ରପ୍ତାନି
ବାକି ପ୍ରକଳ୍ପଗୁଡ଼ିକରେ
Clinical data | |
---|---|
Synonyms | N, N-diethyl-4-methyl-1-piperazine carboxamide |
AHFS/Drugs.com | Micromedex Detailed Consumer Information |
ATC code | |
Legal status | |
Legal status |
|
Identifiers | |
IUPAC name
| |
CAS Number |
|
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEMBL | |
ECHA InfoCard | 100.001.840 |
Chemical and physical data | |
Formula | C10H21N3O |
Molar mass | 199.293 g/mol |
3D model (JSmol) | |
SMILES
| |
InChI
| |
(verify) |
ଡାଇଇଥାଇଲକାର୍ବାମାଜିନ (ଇଂରାଜୀ ଭାଷାରେ Diethylcarbamazine ବା DEC) ଏକ ଔଷଧ ଯାହା ଲିମ୍ଫାଟିକ ଫାଇଲେରିଆସିସ (lymphatic filariasis) ଭଳି ଫାଇଲେରିଆସିସ (filariasis), ଟ୍ରପିକାଲ ପଲମୋନାରି ଇଓସିନୋଫିଲିଆ (tropical pulmonary eosinophilia) ଓ ଲୋଇଆସିସ (loiasis) ରୋଗମାନଙ୍କ ଚିକିତ୍ସାରେ ବ୍ୟବହୃତ ହୁଏ । ଲୋଇଆସିସ ରୋଗ ସଙ୍କଟାପନ୍ନ ସ୍ଥାନମାନଙ୍କରେ ଏହା ପ୍ରତିଷେଧ ନିମନ୍ତେ ଦିଆଯାଇପାରେ ।[୧] ଅଙ୍କୋସର୍ସିଆସିସ (onchocerciasis ବା river blindness) ରୋଗରେ ଏହା ଦିଆଯାଉଥିଲେ ମଧ୍ୟ ସେଥିନିମନ୍ତେ ଇନଭରମେକ୍ଟିନ (invermectin) ଔଷଧକୁ ଅଧିକ ପସନ୍ଦ କରାଯାଏ ।[୨] ଏହାକୁ ପାଟିରେ ଦିଆଯାଏ ।[୩]
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ, ମୁଖ ଫୁଲା, ମୁଣ୍ଡବଥା ଥକ୍କା ଅନୁଭବ ଇତ୍ୟାଦି ଦେଖାଯାଏ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଦୃଷ୍ଟିହାନୀ (vision loss) ଓ ମୁଣ୍ଡବୁଲା (dizziness) ହୋଇପାରେ ।[୪] ଏହା ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଦିଆଯାଇପାରେ ଓ ଶିଶୁ ନିମନ୍ତେ ନିରାପଦ ।[୫][୬] କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization) ଏହାକୁ ଗର୍ଭାବସ୍ଥା ପରେ ଦେବାକୁ ସୁପାରିସ କରେ ।[୨] ଏହା ପିପେରାଜିନରୁ piperazine ପ୍ରସ୍ତୁତ କରାଯାଏ ।[୭]
ସନ ୧୯୪୭ରେ ଡାଇଇଥାଇଲକାର୍ବାମାଜିନ ଆବିଷ୍କାର କରାଯାଇଥିଲା । [୮] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୯] ବିକାଶଶୀଳ ଦେଶମାନଙ୍କରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ୦.୦୧ ଆମେରିକୀୟ ଡଲାରରୁ କମ୍ ।[୩] ବ୍ୟବସାୟୀକ ଭିତ୍ତିରେ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ମିଳେନାହିଁ କିନ୍ତୁ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲରେ (Center for Disease Control) ମିଳେ ।[୧]