ଟେଣ୍ଡିନୋପାଥି

ଟେଣ୍ଡିନୋପାଥି (ଇଂରାଜୀ ଭାଷାରେ tendinopathy, ଅନ୍ୟ ନାମ tendinitis or tendinosis) ଏକ ପ୍ରକାର ଟେଣ୍ଡନ (tendon) ବା ପେଶୀରଜ୍ଜୁ ରୋଗ ଯେଉଁଥିରେ ଯନ୍ତ୍ରଣା, ଫୁଲା ଓ କର୍ମ ସାଧନ ଅଭାବ ହୁଏ । [୩][୧] ଚଳପ୍ରଚଳରେ ଯନ୍ତ୍ରଣା ଅଧିକ ହୁଏ ।[୬] ସାଧାରଣତଃ ଟେଣ୍ଡିନୋପାଥି ଦଳରେ ରୋଟେଟର କଫ ଟେଣ୍ଡିନାଇଟିସ (rotator cuff tendinitis), ବାଇସେପସ ଟେଣ୍ଡିନାଇଟିସ (biceps tendinitis), ଟେନିସ ଏଲବୋ, ଗଲଫର ଏଲବୋ (golfer's elbow), ଜମ୍ପର ନି (jumper's knee), ଆକିଲେସ ଟେଣ୍ଡିନାଇଟିସ ଅନ୍ତର୍ଭୁକ୍ତ କରାଯାଏ ।[୩][୭][୨]

ଟେଣ୍ଡିନୋପାଥି (Tendinopathy)
tendonitis, tendinosis, tendinitis, tendonosis,[୧] tendinosus[୨]
ଅଧିକ ପ୍ରଭାବିତ ଆକିଲେସ ଟେଣ୍ଡନ Achilles tendon)
ବିଭାଗପ୍ରଥମିକ ଯତ୍ନ (Primary care)
ଲକ୍ଷଣଯନ୍ତ୍ରଣା, ଫୁଲା[୩]
କାରଣଆଘାତ ଓ ପୁନଃପୌନିକ କର୍ମ [୩]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ, ଶାରୀରିକ ପରୀକ୍ଷା (examination) ଓ ମେଡିକାଲ ଇମେଜିଙ୍ଗ (medical imaging)[୪]
ଚିକିତ୍ସାବିଶ୍ରାମ, ଏନଏସଏଆଇଡି (NSAIDs), ସ୍ପ୍ଲିଣ୍ଟ (splinting), ଫିଜିଓଥେରାପି (physiotherapy)[୫]
Prognosis୬ ମାସ ମଧ୍ୟରେ ୮୦% ରୋଗୀଙ୍କର ଉପଶମ ହୁଏ । [୨]
ପୁନଃପୌନିକସାଧାରଣ[୩][୨]

ଗୋଟିଏ ବା ପୁନଃପୌନିକ ଆଘାତ ଯୋଗୁ ଏହି ଟେଣ୍ଡିନୋପାଥି ହୁଏ ।[୩] ଅଧିକ ପରିଶ୍ରମ କରୁଥିବା ବ୍ୟକ୍ତି ଯେପରିକି କୁଲି, ବାଦକ ବା ଖେଳାଳୀମାନଙ୍କର ଏହି ରୋଗ ସଙ୍କଟ ରହେ । [୮] ଏହା ସ‌ହିତ ଅଳ୍ପ ସଂଖ୍ୟାରେ ସଂକ୍ରମଣ (infection), ଆର୍ଥ୍ରାଇଟିସ, ଗାଉଟ, ଥାଇରଏଡ ରୋଗ (thyroid disease) ଓ ମଧୁମେହ ରୋଗ ମଧ୍ୟ ଏହି ସଙ୍କଟ ଆଣିପାରେ ।[୯] ଲକ୍ଷଣ, ଶାରୀରିକ ପରୀକ୍ଷା (examination) କରି ରୋଗ ନିର୍ଣ୍ଣୟ କରାଯାଇପାରେ ଓ ଆବଶ୍ୟକ ହେଲେ ମେଡିକାଲ ଇମେଜିଙ୍ଗ (medical imaging) କରାଯାଏ ।[୪] ଆଘାତ ପାଇବାର କିଛି ସପ୍ତାହ ମଧ୍ୟରେ ଟେଣ୍ଡନର କିଛି ଛିଣ୍ଡା ଅଂଶ ଯୋଗୁ ସାମାନ୍ୟ ପ୍ରଦାହ (inflammation) ତ‌ଥା ଦୌର୍ବଲ୍ୟ ରହିଯାଏ ।[୧୦]

ଚିକିତ୍ସାରେ ବିଶ୍ରାମ, ଏନଏସଏଆଇଡି (NSAIDs), ସ୍ପ୍ଲିଣ୍ଟ (splinting) ଓ ଫିଜିଓଥେରାପିର (physiotherapy) ସାହାଯ୍ୟ ନିଆଯାଏ ।[୫] କ୍ୱଚିତ ସ୍ଟିରଏଡ ଇଞ୍ଜେକସନ (steroid injections) ବା ଅପରେଶନ ଆବଶ୍ୟକ ହୁଏ ।[୫] ପ୍ରାୟ ୮୦% ରୋଗୀ ୬ ମାସ ମଧ୍ୟରେ ଅନେକ ପରିମାଣରେ ଭଲ ହୋଇଯାଆନ୍ତି । [୨] ଟେଣ୍ଡିନୋପାଥି ଏକ ସାଧାରଣ ରୋଗ ।[୩] ବୟସ୍କ ଲୋକ ଏହି ରୋଗର ଅଧିକ ଶିକାର ହୁଅନ୍ତି । [୮] ଏହି ବେମାରୀ ଫଳରେ ବ‌ହୁତ କର୍ମହାନୀ ହୁଏ । [୨]

ଆଧାର

ବାହ୍ୟ ଲିଙ୍କ

ଶ୍ରେଣୀବିଭାଗ
ବାହାର ଉତ୍ସ