ଟାର୍ଗେଟ୍

୨୦୧୩ର ଓଡ଼ିଆ କଥାଚିତ୍ର

ଏସ୍ କେ ମୁରଲୀଧରନ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଟାର୍ଗେଟ ୨୦୧୩ ମସିହାରେ ମୁକ୍ତିଲାଭ କରିଥିଲା । ଓଡ଼ିଆ ଚଲଚ୍ଚିତ୍ରର ଜଣାଶୁଣା ଅଭିନେତା ମିହିର ଦାସଙ୍କ ପୁଅ ଅମ୍ଳାନ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ ଭୂମିକାରେ ପାଦ ରଖିଥିଲେ ।[୧] ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ବଙ୍ଗୀୟ ନାୟିକା ଝିଲିକ୍ ଭଟ୍ଟାଚାର୍ଯ୍ୟ[୨] ଅଭିଜିତ ମଜୁମଦାର ଏବଂ ରବି ନାରାୟଣ ନନ୍ଦ ଉଭୟ ସଂଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ । ପ୍ରଥମ ଥର ପାଇଁ ଅପରାଜିତା ମହାନ୍ତି ଏବଂ ମହାଶ୍ୱେତା ରାୟ ଏକା ସଙ୍ଗରେ ଗୋଟିଏ ଚଳଚ୍ଚିତ୍ରରେ କାମ କରଥିଲେ ।[୧] ମାଆ ତାରିଣୀ ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ଏହି ଚଳଚ୍ଚିତ୍ରଟି ନିର୍ମାଣ କରିଥିଲା ।[୩]

ଟାର୍ଗେଟ
ନିର୍ଦ୍ଦେଶକଏସ୍ କେ ମୁରଲୀଧରନ୍‌
ପ୍ରଯୋଜକନିରଞ୍ଜନ ରଣା
ସଂଳାପଦେବୀଦତ୍ତ ମହାନ୍ତି
ଚିତ୍ରନାଟ୍ୟଏସ୍ କେ ମୁରଲୀଧରନ୍‌
କାହାଣୀଗୀତାଞ୍ଜଳୀ ରଣା
କଳାକାରଝିଲିକ୍ ଭଟ୍ଟାଚାର୍ଯ୍ୟ, ଅମ୍ଳାନ, ମିହିର ଦାସ, ମୀନକେତନ, ନମ୍ରତା ଦାସ, ଅପରାଜିତା ମହାନ୍ତି, ପିଙ୍କି ପ୍ରଧାନ, ମହାଶ୍ୱେତା ରାୟ
ସଙ୍ଗୀତଅଭିଜିତ ମଜୁମଦାର, ରବି ନାରାୟଣ ନନ୍ଦ
ଚିତ୍ରଗ୍ରହଣରବିନ୍ଦ୍ର ବେହେରା
ସମ୍ପାଦକମାନସ ରଞ୍ଜନ ପାତ୍ର
ମୁକ୍ତିଲାଭ ତାରିଖ
୧୨ ଅପ୍ରେଲ୍ ୨୦୧୩
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟ

ଏସ୍ କେ ମୁରଲୀଧରନ୍‌ଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଓଡ଼ିଆ କଥାଚିତ୍ର ଜଗତର ଦୁଇ ଜଣାଶୁଣା ଅଭିନେତ୍ରୀ ଅପରାଜିତା ମହାନ୍ତି ଏବଂ ମହାଶ୍ୱେତା ରାୟ ଏକାଠି ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ମାଧ୍ୟମରେ ଅମ୍ଳାନ ଏବଂ ଝିଲିକ୍ ଓଡ଼ିଆ ଚଳଚ୍ଚିତ୍ର ଜଗରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ।

ଟାର୍ଗେଟରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:

ଗୀତ ଓ ସଙ୍ଗୀତ

ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏବଂ ରବି ନାରାୟଣ ନନ୍ଦ ଥିଲେ ।

ଗୀତ

  1. ଏଇକି ସେ ପ୍ରେମ
  2. କିଏ ଛୁଇଁଲା
  3. ପଁ ପଁ ପଁ
  4. ଟାର୍ଗେଟ୍
  5. ଟେନସନ୍ କାଇଁ ଲେବୁ
  6. ତୁମେ ମୋ ନୟନ ତାରା

ଆଧାର

ବାହାର ଆଧାର