ଟାଙ୍ଗୀ

ଓଡ଼ିଶାରେ ଦୁଇଟି ଟାଙ୍ଗୀ ଅଛି । ଗୋଟେ ଟାଙ୍ଗୀ ଖୋର୍ଦ୍ଧା ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ ।[୧] ଏହା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୪୦ କି.ମି ଦୂରତାରେ ଅବସ୍ଥିତ । ଏହା ମଧ୍ୟ ଏକ ତହସିଲର ଅନ୍ତର୍ଭୁକ୍ତ । ଏହି ସହର ମଧ୍ୟ ଦେଇ ୫ ନମ୍ବର ଜାତୀୟ ରାଜପଥ ଯାଇଅଛି । ୨୦୦୧ ଜନଗଣନା ଅନୁସାରେ ଏହି ସହରର ଜନସଂଖ୍ୟା ପାଖାପାଖି ୧୫, ୦୦୦ ବୋଲି ଦର୍ଶାଯାଇଛି । ଆଉ ଏକ ଟାଙ୍ଗୀ କଟକ ଜିଲ୍ଲାରେ ଏକ ସହର। ଏହା ମଧ୍ୟ ଟାଙ୍ଗୀ-ଚୌଦ୍ୱାର ତହସିଲର ଅନ୍ତର୍ଭୁକ୍ତ ।[୨] ଏ ସହର ଛେନା କାକରା ପାଇଁ ପ୍ରସିଦ୍ଧ ଅଟେ ।[୩] ଏ ଟାଙ୍ଗୀ କଟକ ସହରରୁ ୨୦ କି.ମି ଦୂରରେ ଅବସ୍ଥିତ ।

ଟାଙ୍ଗୀ
ପଞ୍ଚାୟତ ସମିତି
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଖୋର୍ଦ୍ଧା ଜିଲ୍ଲା / କଟକ ଜିଲ୍ଲା
Time zoneIST (+୫.୩୦)
ଡାକ କୋଡ଼
୭୫୨୦୨୩ / ୭୫୪୦୨୨
ଟାଙ୍ଗୀ ଛେନା କାକରା

ଆଧାର