ଝରଣା ଦାସ

ଓଡ଼ିଆ କଥାଚିତ୍ର ଅଭିନେତ୍ରୀ

ଝରଣା ଦାସ( ୧୯୪୫ - ୦୧ ଡିସେମ୍ବର ୨୦୨୨) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଥିଲେ ।[୧] ମଲାଜହ୍ନ, ଅମଡ଼ା ବାଟଅଭିନେତ୍ରୀ ଆଦି କଥାଚିତ୍ରରେ ସେ ଅଭିନୟ କରିଥିଲେ । ସେ କଟକ ଦୂରଦର୍ଶନ କେନ୍ଦ୍ରର ସହକାରୀ କାର୍ଯ୍ୟନିର୍ଦ୍ଦେଶିକା ଓ କଲିକତା ଦୂରଦର୍ଶନ କେନ୍ଦ୍ରର କେନ୍ଦ୍ର-ନିର୍ଦ୍ଦେଶକ ଭ।ବରେ ମଧ୍ୟ କାମ କରିଥିଲେ ।

ଝରଣା ଦାସ
ଜନ୍ମ୧୯୪୫
ମୃତ୍ୟୁ୦୧ ଡିସେମ୍ବର ୨୦୨୨
କଟକ
ଅନ୍ୟ ନାମଝୁମୁ
ଶିକ୍ଷାନୁଷ୍ଠାନମିସନ ଗାର୍ଲ୍ସ ସ୍କୁଲ,
ଶୈଳବାଳା ମହାବିଦ୍ୟାଳୟ
ପ୍ରସିଦ୍ଧିଅଭିନେତ୍ରୀ
ବୈବାହିକ-ସାଥୀଦୀପକ ଦାସ
ପିତାମାତା(s)ଏଡ଼ୱିନ ସୁକୁମାର ଦାସ, ଚାରୁପ୍ରଭା ଦାସ
ପୁରସ୍କାରଜୟଦେବ ପୁରସ୍କାର, ୧୯୯୭

ବ୍ୟକ୍ତିଗତ ଜୀବନ

ଝରଣା ଦାସଙ୍କ ଜନ୍ମ ୧୯୪୫ ମସିହ।ରେ କଟକର ଚାନ୍ଦିନି ଚୌକର ଏକ ଖ୍ରୀଷ୍ଟିୟାନ ଯୌଥ ପରିବାରରେ ହୋଇଥିଲା । ତାଙ୍କ ପିତା ଏଡ଼ୱିନ ସୁକୁମାର ଦାସ ଜଣେ ସ୍କୁଲ ଶିକ୍ଷକ ଓ ମା ଚାରୁପ୍ରଭା ଦାସ ବିଡ଼ିଓ ଥିଲେ । ପରିବାରରେ ୩ ପୁଅ ଓ ୨ ଝିଅଙ୍କ ମଧ୍ୟରେ ଝରଣା ଥିଲେ ଦ୍ୱିତୀୟ ସନ୍ତାନ ।[୨] ସମେସ୍ତ ତାଙ୍କୁ ଶ୍ରଦ୍ଧ।ରେ ଡାକୁଥିଲେ ଝୁମୁ ।[୩] ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ । ତାଙ୍କ ମା ଲେଖିଦେଇଥିବା ନାଟକକୁ, ଘରେ ଖଟ ଯୋଡ଼ି ଓ ଶାଢ଼ୀ ଟାଣି ମଞ୍ଚା କରି ଭାଇ ଭଉଣୀ ମିଶି ଅଭିନୟ କରୁଥିଲେ । ଝରଣା ଦାସ ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମକରି ନାୟିକା ଭାବେ ଅଭିନୟ କରିଥିଲେ । ତାଙ୍କ ବଡ଼ ଭାଇଙ୍କ ଅନ୍ତରଙ୍ଗ ବନ୍ଧୁ ଅଭିନେତା ଅକ୍ଷୟ ମହାନ୍ତି (କାଶ୍ୟପ) ଓ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି ଚାହୁଁଥିଲେ ଝୁମୁ ଅଭିନେତ୍ରୀ ହୁଅନ୍ତୁ । କଳାକାର ହେବାର କିଛି ପ୍ରତିଭା ବି ପିଲାଦିନୁ ଦେଖିବାକୁ ମିଳିଥିଲା ଝରଣା ଦାସଙ୍କ କ୍ଷେତ୍ରରେ । ସେ ଅନେକ ସମୟରେ ବାପାଙ୍କ ଗୀଟାର ଲୁଚାଇ ଲୁଚାଇ ବଜାଉଥିଲେ । ବିନା ତାଲିମରେ ସ୍କୁଲରେ ପଢୁଥିବା ସମୟରେ ଆକାଶବାଣୀ କଟକର 'ଶିଶୁ ସଂସାର' କାର୍ଯ୍ୟକ୍ରମରେ ଭାଗ ନେଉଥିଲେ । ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ ଝରଣା ଦାସ । ଚିତ୍ରତ୍ତୋଳକ ଦୀପକ ଦାସଙ୍କୁ ସେ ବିବାହ କରିଥିଲେ ।[୪]

ଶିକ୍ଷା

ଝରଣା ଦାସଙ୍କ ଘରେ ତାଙ୍କ ବାପା, କକା ଆଦି ସଙ୍ଗୀତ ସାଧକ ଥିଲେ ଓ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଉଥିଲେ । ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ । ତାଙ୍କ ମା ଲେଖିଦେଇଥିବା ନାଟକକୁ, ଘରେ ଖଟ ଯୋଡ଼ି ଓ ଶାଢ଼ୀ ଟାଣି ମଞ୍ଚା କରି ଭାଇ ଭଉଣୀ ମିଶି ଅଭିନୟ କରୁଥିଲେ । ସେ ଆକାଶବାଣୀ କଟକରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ମିସନ୍‌ ଗର୍ଲସ ସ୍କୁଲରୁ(ଏବର ବକଲି ଗର୍ଲସ ସ୍କୁଲ) ମ୍ୟାଟ୍ରିକ ପାସ କଲା ପରେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସ୍ନ।ତକ ଡିଗ୍ରୀ ହାସଲ କରିଥିଲେ ଝରଣା ଦାସ । ସେ ସ୍ନାତକ ଶିକ୍ଷାପ୍ରାପ୍ତ କରିଥିବା ପ୍ରଥମ ଓଡ଼ିଆ ଅଭିନେତ୍ରୀ ।[୫] ଶୈଳବାଳା କଲେଜର ପଢୁଥିବା ସମୟରେ ବେତାର ନାଟକ କରିବା ଆରମ୍ଭ କରିଥିଲେ । ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମକରି ନାୟିକା ଭାବେ ଅଭିନୟ କରିଥିଲେ । ସେ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷାଲାଭ କରିଥିଲେ । ରକ୍ଷଣଶୀଳ ପରିବାରରେ ସିନେମାରେ ଅଭିନୟ କରିବା ପାଇଁ ଅନୁମତି ନଥିଲା ।[୬]

ଅଭିନୟ ଓ ନିର୍ଦ୍ଦେଶନା

୧୯୬୪ ମସିହାରେ ନିର୍ମିତ କଥାଚିତ୍ର ଅମଡ଼ା ବାଟ ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ ।[୬] ୧୯୬୨ରେ ସେ ମଲାଜହ୍ନରେ ନାୟିକା ଭାବେ ଅଭିନୟ କରିଥିଲେ, ତେବେ ଏହା ବହୁ ବିଳମ୍ବରେ ୧୯୬୫ରେ ମୁକ୍ତିଲାଭ କରିଥିଲା ।[୭]ଚଳଚ୍ଚିତ୍ର ବ୍ୟତୀତ, ସେ ଆକାଶବାଣୀ[୮] ଓ ଦୂରଦର୍ଶନ ସହିତ ମଧ୍ୟ ଜଡ଼ିତ ରହିଛନ୍ତି । ହରେକୃଷ୍ଣ ମହତାବଙ୍କ ଉପରେ ନିର୍ମିତ ଏକ ବୃତ୍ତଚିତ୍ରରେ ସେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । [୯] ସେ ସେଠାରେ ଥିବା ବେଳେ ସେ "ଘର ଭଡ଼ା ଦିଆ ଯିବ" ଓ "ମଣିଷ" ଆଦି କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ । ଏଥିସହିତ ସେ ନିଜର ଫିଲ୍ମରେ ଅଭିନୟ ଚାଲୁରଖିଥିଲେ ।

ଅଭିନୀତ ଚଳଚ୍ଚିତ୍ର

ଝରଣା ଦାସଙ୍କ ଅଭିନୀତ କଥାଚିତ୍ରଗୁଡ଼ିକ ହେଲା:

ପୁରସ୍କାର ଓ ସମ୍ମାନ

ମୃତ୍ୟୁ

୨୦୨୨ ମସିହା ଡିସେମ୍ବର ୧ ତାରିଖରେ କଟକର ଚଣ୍ଡିଛକ ନିକଟସ୍ଥ ବାସଭବନରେ ଝରଣାଙ୍କର ପରଲୋକ ଘଟିଥିଲା । ମୃତ୍ୟ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।[୧୪]

ଆଧାର

ଅଧିକ ତଥ୍ୟ