ଜଗତସିଂହପୁର

ଓଡ଼ିଶାର ଏକ ସହର, ଭାରତ



ଜଗତସିଂହପୁର, ଭାରତୀୟ ରାଜ୍ୟ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଏକ ସହର । ଏହା ଜଗତସିଂହପୁର ଜିଲ୍ଲାର ସଦର ମହକୁମା । କଟକଠାରୁ ଏହାର ଦୂରତା ୪୧ କିଲୋମିଟର ।

ଜଗତସିଂହପୁର
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଜଗତସିଂହପୁର
Elevation
15 m (49 ft)
Population
 (୨୦୦୧)
 • Total୩୦,୬୮୮
ଭାଷା
 • ସରକାରୀଓଡ଼ିଆ
Time zoneUTC+୫:୩୦ (ଭାରତୀୟ ମାନକ ସମୟ)

ଭୁଗୋଳ

ଜଗତସିଂହପୁର ୨୦°୨୭'ଉତ୍ତର, ୮୬°୧୭' ପୂର୍ବରେସ୍ଥିତ ଅଛି ।

ଇତିହାସ

ଏହାର ପୁରୁଣା ନାଁ ହରିହରପୁର ଥିଲା ।[୧]'ଜଗତ ସିଂହ' ଜାମ୍ମୁ ଅଞ୍ଚଳର ଜଣେ 'ପଠାଣିଆ ରାଜପୁତ' ଥିଲେ (ପଠାଣମାନଙ୍କର ଆକ୍ରମଣ ପ୍ରତିରୋଧ କରିଥିବାରୁ ସେମାନଙ୍କୁ ପଠାଣିଆ ରାଜପୁତ କୁହାଯାଉଥିଲା) ଓ ତାଙ୍କ ନାଁରେ ରାଜ୍ୟର ନାମ ଜଗତସିଂହପୁର ହୋଇଥିଲା ।[୨]

ପ୍ରମୁଖ ଶିକ୍ଷା ଅନୁଷ୍ଠାନ

  • ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂଶାସିତ ମହାବିଦ୍ୟାଳୟ । ଏହା ଲୋକମୁଖରେ ଏସ.ବି.ଏମ (SVM) ଭାବେ ପରିଚିତ । ଏହା ମୃତ ଅଳକା ନଦୀର ବାଲି ଉପରେ ଗଢ଼ା ହୋଇଛି ।
  • ଶ୍ରୀକୃଷ୍ଣ ଏକାଡେମୀ , ଓଡ଼ିଶାର ପ୍ରାଚୀନତମ ଶିକ୍ଷା ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ । ଏହା ଏସ.କେ. ଏକାଡେମୀ (S.K. Academy) ଭାବେ ଜଣାଶୁଣା ।
  • ବାଲିକୁଦା ଉଚ୍ଚ ବିଦ୍ୟାଳୟ, ଓଡ଼ିଶାର ସର୍ବପୁରାତନ ବିଦ୍ୟାଳୟ ମଧ୍ୟରୁ ଗୋଟେ । ଏହା ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିକୁଦାରେ ଅବସ୍ଥିତ।

ଦର୍ଶନୀୟ ସ୍ଥାନ

ମା ଶାରଳା ମନ୍ଦୀରପାରାଦ୍ୱୀପ ବନ୍ଦରଗାରେଇ ଆଶମ

କିପରି ଯିବେ

କଟକରୁ ରେଳ ଯୋଗେ ପାରାଦୀପ ସଂଯୋଗ ହୋଇଛି । ଗୋରଖନାଥଠାରେ ମଧ୍ୟ ଏକ ଷ୍ଟେସନ ଅଛି , ସେଠାରୁ ଜଗତସିଂହପୁରର ଦୂରତା ୧୦ କି.ମି । କଟକ , ଭୂବନେଶ୍ୱର ସହ ଏହି ସହରକୁ ସବୁ ବେଳେ ବସ ଚଳାଚଳ କରିଥାଏ ।

ଆଧାର

ଅଧିକ ଦେଖନ୍ତୁ