ଛେଣ୍ଡିପଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଛେଣ୍ଡିପଦା (କ୍ରମିକ ସଂଖ୍ୟା: ୬୨) ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଛେଣ୍ଡିପଦା ବ୍ଳକ ଓ ବଅଁରପାଳ ବ୍ଳକର କିଛି ଅଞ୍ଚଳ।[୨][୩]

ଛେଣ୍ଡିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪):୧,୮୬,୩୧୦
ଜିଲ୍ଲା:ଅନୁଗୋଳ
ଲୋକ ସଭା ନିର୍ବାଚନ ମଣ୍ଡଳୀ:ସମ୍ବଲପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅଗସ୍ତି ବେହେରାଙ୍କଠାରୁ ୯୮୦୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଖଗେଶ୍ୱର ବେହେରା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅଗସ୍ତି ବେହେରାଙ୍କଠାରୁ ୪,୯୦୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଛେଣ୍ଡିପଦା [୬]
ରାଜନୈତିକ ଦଳପ୍ରାର୍ଥୀଭୋଟ%±%
ବିଜଦଖଗେଶ୍ୱର ବେହେରା୫୪,୩୮୮୪୫.୩୭-
କଂଗ୍ରେସଅଗସ୍ତି ବେହେରା୪୯,୪୮୨୪୧.୨୭-
ବସପାଗୋବିନ୍ଦ ନାୟକ୬,୯୧୬୫.୭୭-
ଭାଜପାସଞ୍ଜୟ କୁମାର ନାୟକ୬,୯୦୪୫.୭୬-
ଆରପିଆଇ (ଆ)ମିଲି ନାୟକ୨,୧୯୬୧.୮୩-
ଭୋଟ ବ୍ୟବଧାନ୪,୯୦୬୪.୦୯*-
ମତଦାନ ହାର୧,୧୯,୮୯୪୬୯.୪୩-

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ ଓ ୨୦୧୪ରେ କେବଳ ୨ଥର ନିର୍ବାଚନ ଅନୁଷ୍ଠିତ ହୋଇଛି ।[୪]

ଆଧାର