ଚମ୍ପିଆନ
ଚମ୍ପିଆନ, ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏନ୍. ଗଙ୍ଗାଧର ରେଡ୍ଡୀ ଓ ଦୀପ୍ତି ।[୧] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨][୩] କେ. ମୂରଲୀକ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୪][୫]
ଚମ୍ପିଆନ | |
---|---|
ନିର୍ଦ୍ଦେଶକ | କେ. ମୂରଲୀକ୍ରିଷ୍ଣା |
ପ୍ରଯୋଜକ | ଏନ୍. ଗଙ୍ଗାଧର ରେଡ୍ଡୀ, ଦୀପ୍ତି |
ସଂଳାପ | ରଜନୀ ରଞ୍ଜନ |
କଳାକାର | ଅର୍ଚ୍ଚିତା ସାହୁ |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ମୁକ୍ତିଲାଭ ତାରିଖ | ୮ ମାର୍ଚ୍ଚ ୨୦୧୯ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ଚ୍ଚିତା ସାହୁ ।[୬] ଅର୍ଚ୍ଚିତା ଏହି କଥାଚିତ୍ରଟିରେ ଜଣେ ଗାଉଁଲି ଚାଷୀର ଝିଅ ଭୂମିକାରେ ଅଭିନୟ କରିଥିଲେ, ଯିଏକି ପରବର୍ତ୍ତୀ ସମୟରେ ସହରକୁ ଯାଇ ନିଜର ଇଚ୍ଛା ପୂରଣ କରିବାକୁ କିକ୍ ବକ୍ସର ଭାବରେ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୁଅନ୍ତି ।[୪][୭] ମନୋଜ ମିଶ୍ର, ପୃଥ୍ୱୀରାଜ ନାୟକ, ସଲିଲ ମିତ୍ର, କାଳିଆ, ମୌସୁମୀ, ଆଶିଷ, ପ୍ରୀତିରାଜ ଶତପଥୀ, ଇଲୁ ବାନାର୍ଜୀ, ବାବୁ ପ୍ରଧାନ, କୁନି ମିଶ୍ର, ସନ୍ଦୀପ ମନାଲି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଏହି କଥାଚିତ୍ରରେ ଅର୍ଚ୍ଚିତ ୪ଟି ଅଲଗା ଅଲଗା ଶୈଳୀରେ ଅଭିନୟ କରିଥିଲେ ।[୮][୫] ତାଙ୍କୁ ବକ୍ସିଂ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେବା ସହ ସେ ନିୟମିତ ବ୍ୟାୟାମ କରୁଥିବା କଥା ତାଙ୍କର ସୋସିଆଲ ମିଡ଼ିଆ ପୃଷ୍ଠାରେ ଫଟୋ ସହିତ ସେୟାର କରିଥିଲେ ।[୧]
ଅଭିନୟ
- ଅର୍ଚ୍ଚିତା ସାହୁ[୯]
- ମନୋଜ ମିଶ୍ର
- ପୃଥ୍ୱୀରାଜ ନାୟକ
- ସଲିଲ ମିତ୍ର
- ସୁଧାଂଶୁ ନାରାୟଣ ଦାଶ[୧୦]
- କାଳିଆ
- ମୌସୁମୀ
- ଆଶିଷ
- ପ୍ରୀତିରାଜ ଶତପଥୀ
- ଇଲୁ ବାନାର୍ଜୀ
- ବାବୁ ପ୍ରଧାନ
- କୁନି ମିଶ୍ର
- ସନ୍ଦୀପ ମନାଲି
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ।[୧]
ଗୀତ
କ୍ରମ | ଗୀତ | ସମୟ |
---|
ଆଧାର
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ଚମ୍ପିଆନ