ଗ୍ରାନୁଲୋମାଟୋସିସ ସ‌ହିତ ପଲିଆଞ୍ଜାଇଟିସ

ଗ୍ରାନୁଲୋମାଟୋସିସ ସ‌ହିତ ପଲିଆଞ୍ଜାଇଟିସ ଏକ ଦୀର୍ଘକାଳୀନ ରୋଗ ଯେଉଁଥିରେ ଗ୍ରାନୁଲୋମା ସୃଷ୍ଟି ଓ ରକ୍ତନଳୀରେ

ଗ୍ରାନୁଲୋମାଟୋସିସ ସ‌ହିତ ପଲିଆଞ୍ଜାଇଟିସ ( GPA ), ପୂର୍ବ ନାମ ୱେଜେନର ଗ୍ରାନୁଲୋମାଟୋସିସ ( WG ), ଏକ ଦୀର୍ଘକାଳୀନ ରୋଗ ଯେଉଁଥିରେ ଗ୍ରାନୁଲୋମା ସୃଷ୍ଟି ଓ ରକ୍ତନଳୀରେ ପ୍ରଦାହ ହୁଏ । [୩] [୪] ଉର୍ଦ୍ଧ୍ୱ ଶ୍ୱାସନଳୀ, ଫୁସଫୁସ ଓ ବୃକ୍‌କରେ ଥିବା କ୍ଷୁଦ୍ର ଏବଂ ମଧ୍ୟମ ଆକାରର ରକ୍ତନଳୀମାନଙ୍କୁ ପ୍ରଭାବିତ କରିଥାଏ।[୩] ସାଧାରଣ ଲକ୍ଷଣ ମଧ୍ୟରେ ନାକ ବନ୍ଦ, ନାକରୁ ରକ୍ତସ୍ରାବ ଏବଂ ଆଖି ଭିତରେ ପ୍ରଦାହ ଦେଖାଯାଏ । [୧] ଅନ୍ୟ ଲକ୍ଷଣ ମଧ୍ୟରେ ଜ୍ୱର, କାଶରେ ରକ୍ତ ପଡ଼ିବା, ଗୋଡ ଫୁଲିଯିବା ଏବଂ ଓଜନ ହ୍ରାସ ହୋଇପାରେ। [୨] ଲକ୍ଷଣ ଧିର କିମ୍ବା କ୍ଷୀପ୍ର ହୋଇପାରେ। [୨] ରୋଗ ଜଟିଳ ହେଲେ ଶ୍ରବଣହାନୀ, ଦୃଷ୍ଟିହାନୀ, ସଂକ୍ରମଣ ଏବଂ କିଡନୀ ବିଫଳତା ହୋଇପାରେ | [୩]

Granulomatosis with polyangiitis
Wegener's granulomatosis (WG)
Micrograph showing features of granulomatosis with polyangiitis – vasculitis and granulomas with multi-nucleated giant cells. H&E stain.
ବିଭାଗRheumatology
ଲକ୍ଷଣStuffy nose, nosebleeds, inflammation within the eye, fever, coughing up blood, leg swelling, weight loss[୧][୨]
ଆକ୍ରାନ୍ତ ସମୟ40 to 60 yrs old[୨]
କାରଣUnknown[୩]
ସଠିକ ରୋଗ ନିର୍ଣ୍ଣୟMicroscopic polyangiitis, eosinophilic granulomatosis with polyangiitis, polyarteritis nodosa[୨]
ଚିକିତ୍ସାImmunosuppressive medications (rituximab, cyclophosphamide, corticosteroids)[୪]
Prognosis90% have significant problems despite treatment[୪]
ପୁନଃପୌନିକRare[୩]

ଏହାର ପ୍ରକୃତ କାରଣ ଅସ୍ପଷ୍ଟ, ଯଦିଓ ଏହା ଜେନେଟିକ ଓ ପରିବେଶ ଯୋଗୁ ହେଉଥିବା ବିଶ୍ୱାସ କରାଯାଏ | [୩] [୫] ଏହା ବ୍ୟକ୍ତିର ପିତାମାତାଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ଆସେନି ।[୨] ଏହା ଏକ ପ୍ରକାର ଅଟୋଇମ୍ୟୁନ ଡିଜିଜ, ବିଶେଷ ଭାବରେ ଏଏନସିଏ-ଜଡ଼ିତ ଭାସ୍କୁଲାଇଟିସ ଏବଂ ପଲିଆଞ୍ଜାଇଟିସ ସ‌ହିତ ମାଇକ୍ରୋସ୍କୋପିକ ଗ୍ରାନୁଲୋମାଟୋସିସ ।[୩] [୨] ଲକ୍ଷଣ ଅନୁଶୀଳନ ଏବଂ ଲାବୋରେଟୋରୀ ପରୀକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇପାରେ ଏବଂ ତନ୍ତୁ ବାୟୋପ୍ସି କରି ରୋଗ ନିଶ୍ଚିତ କରାଯାଇଥାଏ। [୨]

ରୋଗର ଗମ୍ଭୀରତା ଉପରେ ଚିକିତ୍ସା ନିର୍ଭର କରେ | [୪] [୬] ଲକ୍ଷଣ ଉପଶମ ନିମନ୍ତେ ରିଟକ୍ସିମାବ ବା ସାଇକ୍ଲୋଫୋସ୍ଫାମାଇଡ ଭଳି ଇମ୍ମ୍ୟୁନୋସପ୍ରେସିଭ ଔଷଦ ଏବଂ ଉଚ୍ଚ ମାତ୍ରାର କର୍ଟିକୋଷ୍ଟିରଏଡ ଦିଆଯାଏ ।[୪] ରୋଗକୁ ନିୟନ୍ତ୍ରଣରେ ରଖିବା ପାଇଁ ଆଜାଥାଓପ୍ରିନ, ମେଥୋଟ୍ରେକ୍ସେଟ କିମ୍ବା ରିଟକ୍ସିମାବ ବ୍ୟବହାର କରାଯାଇପାରେ | [୪] [୭] ବୃକ୍‌କରେ ଦୋଷ ଥିଲେ ପ୍ଲାଜ୍ମା ବିନିମୟ ବ୍ୟବହୃତ ହୋଇପାରେ | [୮] ଚିକିତ୍ସା ବିନା ବଞ୍ଚିବା ଦୁଷ୍କର; ତଥାପି, ଚିକିତ୍ସା ସହିତ ଅଧିକାଂଶ ରୋଗୀ ୮ ବର୍ଷରୁ ଅଧିକ ବଞ୍ଚନ୍ତି | [୩]

ୟୁରୋପରେ ପ୍ରତି ଏକ ନିୟୁତ ଲୋକଙ୍କ ମଧ୍ୟରୁ ୨-୪ ନୂତନ ରୋଗୀ ଚିହ୍ନଟ ହୁଅନ୍ତି ।[୧] ଯୁକ୍ତରାଷ୍ଟ୍ରରେ ପ୍ରତି ୧୦୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୩ ଜଣ ପ୍ରଭାବିତ ହୁଅନ୍ତି । [୯] ରୋଗର ଆରମ୍ଭ ପ୍ରାୟଃ ୪୦ରୁ ୬୦ ବର୍ଷ ବୟସ ମଧ୍ୟରେ ହୋଇଥାଏ | [୨] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ପ୍ରଭାବିତ ହୁଅନ୍ତି | [୨] ଜାପାନ ଏବଂ ଆଫ୍ରିକୀୟ-ଆମେରିକୀୟ ବାସିନ୍ଦାଙ୍କର ଏହି ରୋଗ କ୍ୱଚିତ ହୁଏ ।[୧୦] ଏହି ରୋଗ ପ୍ରଥମେ ୧୯୩୧ ମସିହାରେ ହେଞ୍ଜ କିସିଞ୍ଜର ବର୍ଣ୍ଣନା କରିଥିଲେ ମଧ୍ୟ ୧୯୩୬ ମସିହା ପର୍ଯ୍ୟନ୍ତ ଏହା ଏକ ପୃଥକ ରୋଗ ଭାବରେ ଚିହ୍ନଟ ହୋଇନଥିଲା। [୩]

ଆଧାର